• About Us
  • Contact Us
Monday, August 17, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ମମତା ଦିଦିଙ୍କ ଆଉ ମମତା ନାହିଁ: ମୁଖ୍ୟମନ୍ତ୍ରୀ

by Voice of Victims
January 3, 2025
in ମୁଖ୍ୟ ଖବର, ରାଜ୍ୟ
ମମତା ଦିଦିଙ୍କ ଆଉ ମମତା ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବା ମମତା ଦିଦିଙ୍କ ଆଉ ମମତା ନାହିଁ । ଆମ ପ୍ରତି ସେ ଦାଉ ସାଧୁଛନ୍ତି । ମମତାଙ୍କ ସହ ଯେତେ ଆଲୋଚନା କଲେ ବି କିଛି ଲାଭ ହେଉନାହିଁ ବୋଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି । ଶୁକ୍ରବାର ରାଜ୍ୟସ୍ତରୀୟ କୃଷିମେଳା ଉଦଘାଟନ କରିବା ଅବସରରେ ନିଜର ଉଦବୋଧନ ଛଳରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ପୂର୍ବର ବିଜେଡି ସରକାର ଉପରେ ବି ଖୁବ ବର୍ଷିଛନ୍ତି । ସେ କହିଛନ୍ତି ଯେ ବିଜେଡି ସରକାର କୋଲଡ ଷ୍ଟୋରେଜ ପାଇଁ ପ୍ରତିଶ୍ରୁତି ଦେଲେ କିନ୍ତୁ ପ୍ରତିଷ୍ଠା କଲେନି । ଯେମିତିକି ଅପରେସନ ସକ୍ସେସ,ପେସେଣ୍ଟ ଡେଡ୍ । ଆଜି ବି ଆମେ ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ । ମମତାଙ୍କ ସହ ଯେତେ ଆଲୋଚନା କଲେ ବି କିଛି ଲାଭ ହେଉନାହିଁ । ଏହା କେବଳ ପୂର୍ବ ସରକାରଙ୍କ ବିଫଳତା ପାଇଁ ହୋଇଛି । ତେଣୁ ଆପଣମାନେ ପୂର୍ବ ସରକାରଙ୍କୁ ଏବେ ବିରୋଧୀ ଦଳ ଆସନରେ ବସାଇଛନ୍ତି ବୋଲି ଉପସ୍ଥିତ ଜନତାଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ।  ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସରକାର ଚାଷ ଓ ଚାଷୀଙ୍କୁ ଠକିଛନ୍ତି । ସେତେବେଳେ କାମ କଲେନି, କେବଳ ପ୍ରଚାର କଲେ । ପୂର୍ବ ସରକାର ଆଳୁ ମିଶନ ନାମରେ ଚାଷୀମାନଙ୍କୁ ଠକିଛନ୍ତି । ମିଶନ ପରେ ମିଶନ କଲେ କିନ୍ତୁ କିଛି ଲାଭ ହେଲାନି । ଅପରେସନପରେ ଅପରେସନ କିନ୍ତୁ ପେସେଣ୍ଟ ଡେଡ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

Post Views: 74
Share199Tweet125Send
Voice of Victims

Voice of Victims

Recent Posts

  • ରଣପୁରରେ ଭବ୍ୟ ଭାବେ ପାଳିତ ୮୦ତମ ପବିତ୍ର ସ୍ୱାଧୀନତା ଦିବସ
  • ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
  • ସିକ୍କିମରେ ବିଶାଳ ଭୂସ୍ଖଳନ, ଖସୁଛି ପାହାଡ଼, ବିପଦରେ ୧୫୦ ଲୋକ
  • ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ୍ୟୁ, ଟିଏମସି କାର୍ଯ୍ୟାଳୟରୁ ମୃତଦେହ ଉଦ୍ଧାର
  • ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ, ୩ ଦିନ ଭିଜିବ ଓଡ଼ିଶା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In