• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଚତୁର୍ଥ ଦିବସରେ ରଣପୁର ମହୋତ୍ସବ: ମହାରାଷ୍ଟ୍ରର ଲାଉଣୀ, ୱେଷ୍ଟ ବେଙ୍ଗଲର ଖୁମୁରା ଦର୍ଶକଙ୍କୁ କଲା ବିଭୋର

by Voice of Victims
January 8, 2025
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଚତୁର୍ଥ ଦିବସରେ ରଣପୁର ମହୋତ୍ସବ: ମହାରାଷ୍ଟ୍ରର ଲାଉଣୀ, ୱେଷ୍ଟ ବେଙ୍ଗଲର ଖୁମୁରା ଦର୍ଶକଙ୍କୁ କଲା ବିଭୋର

ରଣପୁର (ଭିଓଭି) : ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିଅମ ବାଘ ସାମନ୍ତ ପଡିଆରେ ଚାଲିଥିବା ରଣପୁର ମହୋତ୍ସବ ଅର୍ଜୁନର ଚତୁର୍ଥ ଦିବସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବର ଚତୁର୍ଥ ସନ୍ଧ୍ୟାକୁ କବି ଭକ୍ତ ଚରଣ ଦାସଙ୍କ ନାମରେ ଉତ୍ସର୍ଗୀକୃତ କରାଯାଇଛି । ଏହି ପରିପ୍ରେକ୍ଷୀରେ ପୂର୍ବାହ୍ନ ୧୧ ଘଟିକା ସମୟରେ ଏକ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ରଣପୁର ତଥା ନୟାଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କବି କବୟିତ୍ରୀମାନେ ଯୋଗ ଦେଇ ରଣପୁର ମାଟିର ଐତିହ୍ୟ, ବୀରତ୍ୱ ଓ ଗୌରବ ଗାଥାକୁ କବିତା ମାଧ୍ୟମରେ ପାଠ କରିଥିଲେ | ଏହା ପରେ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଚତୁର୍ଥ ଦିବସର ସଭାକାର୍ଯ୍ୟ ସନ୍ଧ୍ୟା ୫ଟାରେ ଆରମ୍ଭ ହୋଇଥିଲା | ମହୋତ୍ସବର ଚତୁର୍ଥ ସନ୍ଧ୍ୟାର ସାଧାରଣ ସଭା ମହୋତ୍ସବ କମିଟିର ସଭାପତି ତଥା ଓଡିଶାର ବାଚସ୍ପତି ସୁରମା ପାଢ଼ୀ ସଭାପତିତ୍ୱ କରିଥିଲେ । ଏହି ସଭାରେ ମୁଖ୍ୟଅତିଥି ଭାବେ ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ବେହେରା, ପୂର୍ବତନ ସାଂସଦ ତଥା ପୂର୍ବତନ ରଣପୁର ବିଧାୟକ ରବି ନାରାୟଣ ମହାପାତ୍ର, ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦାମନ, ରଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ମଳା ବେହେରା ପ୍ରମୂଖ ଯୋଗ ଦେଇଥିଲେ । ଶିବ ପ୍ରସାଦ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସଙ୍ଗୀତ କଳା ବିଦ୍ୟା ନିକେତନର ଅଧ୍ୟକ୍ଷ ସତ୍ୟ ନାରାୟଣ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଏହା ସହିତ ୟୁଟୁବର ପାଗା ଭାଇ ଓ ନୀତିଆ ନନାଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାନ୍ଧି ରଖି ପାରିଥିଲା |

ସଭା ଶେଷରେ ବିଭିନ୍ନ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଏହା ସହିତ ଦୁଇ ଜଣ ଶତାୟୁ ବର୍ଷୀୟ ବୃଦ୍ଧବୃଦ୍ଧାଙ୍କୁ ପୁରସ୍କୃତ କରାଯାଇଥିଲା । ଡେରାଡୁନରେ ରଥଯାତ୍ରା କରି ଓଡିଶାର ସଂସ୍କୃତିକୁ ପ୍ରଚାର ପ୍ରସାର କରୁଥିବା ରଣପୁର ମାଟିର ପୁତ୍ର ଡ଼ ସୁବାଷ ଚନ୍ଦ୍ର ଶତପଥୀଙ୍କୁ ଚତୁର୍ଥ ଦିବସରେ ଅତିଥିମାନେ ମହୋତ୍ସବ ମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ । ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା | ସମ୍ବର୍ଦ୍ଧିତ ପ୍ରତିଭୂମାନଙ୍କ ନାମ ଡ଼. ପ୍ରଶାନ୍ତ ମିଶ୍ର ଘୋଷଣା କରିଥିଲେ ।

ହଜାର ହଜାର ଦର୍ଶକ ଶେଷ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇଥିଲେ । ରାଜ୍ୟ ସରକାରଙ୍କ ଢେମସା ନୃତ୍ୟ, ଜିଲ୍ଲା ପ୍ରଶାସନର ଘୋଡା ନାଚ, ମହାରାଷ୍ଟ୍ରର ଲାଉଣୀ, ୱେଷ୍ଟ ବେଙ୍ଗଲର ଖୁମୁରା, ନେପାଳୀ ନୃତ୍ୟ ଏବଂ ଭାରତ ସରକାରଙ୍କ ତ୍ରିପୁରା ନୃତ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା । ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ସାଂସ୍କୃତିକ ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ । ସଭାକାର୍ଯ୍ୟ ଶେଷରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ଜ୍ୟୋତି ରଞ୍ଜନ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ ।

Post Views: 61
Tags: Ranpur Festival on Day 4: Maharashtra's Launi
Share200Tweet125Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In