ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। କପି ରୋକିବା ନେଇ ଜିଲ୍ଲାସ୍ତରୀୟ ସ୍କ୍ଵାର୍ଡ ଗଠନ ହେବ। କାରଣ ପୂର୍ବରୁ ବିଭିନ୍ନ ଜିଲ୍ଲାରେ ସ୍କ୍ଵାଡ୍ ପହଞ୍ଚିପାରୁନଥିଲେ। ରାଜ୍ୟସ୍ତରୀୟ ସ୍କ୍ଵାଡ୍ ଗଠନ ହେଉଥିଲା। ଗତବର୍ଷ ପରୀକ୍ଷା ମୂଳକ ଭାବରେ ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ସ୍କ୍ଵାଡ୍ ଗଠନ କରି ସଫଳତା ମିଳିଥିଲା। ବଡ ଜିଲ୍ଲାରେ ୨ଟି ଏବଂ ଛୋଟ ଜିଲ୍ଲାରେ ଗୋଟିଏ ସ୍କାର୍ଡ ରହିବ। ଯାହା ପରୀକ୍ଷା ପରିଚାଳନା ଉପରେ ନଜର ରଖିବ । ଏ ନେଇ ସୂଚନା ଦେଇଛନ୍ତି ସିଏଚଏସଇ ଅଧ୍ୟକ୍ଷ। ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକରେ ସିସି ଟିଭି କ୍ୟାମେରା ଲଗାଯିବାକୁ ବ୍ୟବସ୍ଥା ହୋଇଛି।
Post Views: 45
No Result
View All Result