• About Us
  • Contact Us
Sunday, August 16, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ରାଗିଂ ମାମଲାରେ ହାଇକୋର୍ଟଙ୍କ ରାୟ, ଅନାଥାଶ୍ରମରେ ପାଠ ପଢ଼ାଇବେ ଆଇନ ଛାତ୍ର

by Voice of Victims
January 11, 2025
in ମୁଖ୍ୟ ଖବର, ରାଜ୍ୟ
ରାଗିଂ ମାମଲାରେ ହାଇକୋର୍ଟଙ୍କ ରାୟ, ଅନାଥାଶ୍ରମରେ ପାଠ ପଢ଼ାଇବେ ଆଇନ ଛାତ୍ର

ଭୁବନେଶ୍ବର: ଏକ ରାଗିଂ ଅଭିଯୋଗକୁ ନେଇ ଛାତ୍ରଙ୍କ ବିରୋଧରେ ରୁଜୁ ଫୌଜଦାରୀ ମାମଲାକୁ ରଦ୍ଦ କରିଛନ୍ତି ଓଡ଼ିଶା ହାଇକୋର୍ଟ । ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲତରେ ବିଚାରାଧୀନ ଫୌଜଦାରୀ ମାମଲାକୁ ହାଇକୋର୍ଟ ରଦ୍ଦ କରିବା ସହ ସହ ଅନାଥ ଆଶ୍ରମରେ ସ୍ବେଚ୍ଛାସେବୀ ଭାବେ ଏକ ସପ୍ତାହ କାର୍ୟ୍ୟ କରିବାକୁ କୋର୍ଟ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଆଇନ ଛାତ୍ରମାନେ ନିଜ ପସନ୍ଦର ଏକ ଅନାଥ ଆଶ୍ରମରେ ଏକ ସପ୍ତାହ ସ୍ବେଚ୍ଛାସେବୀ ଭାବେ କାର୍ୟ୍ୟ କରିବେ ।ହାଇକୋର୍ଟ ବିଚାରପତି ଜଷ୍ଟିସ ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଭୁବନେଶ୍ବରର ଏକ ଘରୋଇ ଆଇନ ଶିକ୍ଷାନୁଷ୍ଠାନର ୪ ଜଣ ଛାତ୍ରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । । ହାଇକୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି ଆଇନ ଛାତ୍ର ଭାବେ ଆବେଦନକାରୀଙ୍କ ଆଚରଣ ଅଶୋଭନୀୟ ଥିଲା । ଜଣେ ଭଲ ଆଇନ ଛାତ୍ର ଭଲ ଆଇନଜୀବୀ ହୋଇ ପାରିବେ । ଆଇନଗତ ଜ୍ଞାନ ଦ୍ବାରା ଜଣେ ଆଇନଜୀବୀ ସମାଜର ଦୁର୍ବଳଙ୍କ ପାଇଁ କାର୍ୟ୍ୟ କରିବେ । ନ୍ୟାୟର ରକ୍ଷକ ହେବେ ଓ ପାଟି ଖୋଲି ପାରୁନଥିବା ବ୍ୟକ୍ତିଙ୍କ ସ୍ବର ହେ‌ବେ ବୋଲି ଆଶା କରାଯାଏ । ଆଇନଜୀବୀ ଉଚ୍ଚମାନର ନୈତିକ ମୂଲ୍ୟବୋଧ ବଜାୟ ରଖିବା ସହିତ ଜଣେ ଆଦର୍ଶ ନାଗରିକ ଭାବେ ଉଦାହରଣ ସୃଷ୍ଟି କରନ୍ତି । ତେଣୁ ରାଗିଂ ଅଭିଯୋଗକୁ ନେଇ ଓଡିଶା ହାଇକୋର୍ଟ ଛାତ୍ରଙ୍କ ବିରୋଧରେ ରୁଜୁ ଫୌଜଦାରୀ ମାମଲାକୁ ରଦ୍ଦ କରିଛନ୍ତି ।୪ ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲତରେ ବିଚାରାଧୀନ ଫୌଜଦାରୀ ମାମଲାକୁ ହାଇକୋର୍ଟ ରଦ୍ଧ କରିବା ସହ ସହ ଅନାଥାଶ୍ରମରେ ସ୍ବେଚ୍ଛାସେବୀ ଭାବେ ଏକ ସପ୍ତାହ କାର୍ୟ୍ୟ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବଧି ଭିତ‌ରେ ଅନାଥ ଆଶ୍ରମରେ ପଢୁଥିବା ପିଲାମାନଙ୍କୁ ଶିକ୍ଷାଦାନ କରିବା ବା ସେମାନଙ୍କ ପାଇଁ କର୍ମଶାଳା ଆୟୋଜନ କରିବା ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଏଥିପାଇଁ ଅନାଥାଶ୍ରମ ଚୟନ କରିବେ ଓ ଏହାର ମୁଖ୍ୟଙ୍କୁ ଏହି ନିର୍ଦ୍ଦେଶ ସଂକ୍ରାନ୍ତରେ ଅବଗତ କରିବେ । ଏକ ସପ୍ତାହର ଶିକ୍ଷାଦାନ ବା କର୍ମଶାଳା ଆୟୋଜନ କାର୍ୟ୍ୟ ସମ୍ପୂର୍ଣ୍ଣ କରିବା ପରେ ଅନାଥାଶ୍ରମର ମୁଖ୍ୟଙ୍କ ଠାରୁ ଏ ସମ୍ପର୍କିତ ପ୍ରମାଣପତ୍ର ଆଣିବେ । ଏପରି ପ୍ରମାଣପତ୍ର ଚାରି ସପ୍ତାହ ଭିତରେ ହାଇକୋର୍ଟରେ ଆବେଦନକାରୀ ଦାଖଲ କରିବେ ବୋଲି ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି ।

Post Views: 135
Tags: High Court verdict in ragging case
Share198Tweet124Send
Voice of Victims

Voice of Victims

Recent Posts

  • ରଣପୁରରେ ଭବ୍ୟ ଭାବେ ପାଳିତ ୮୦ତମ ପବିତ୍ର ସ୍ୱାଧୀନତା ଦିବସ
  • ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
  • ସିକ୍କିମରେ ବିଶାଳ ଭୂସ୍ଖଳନ, ଖସୁଛି ପାହାଡ଼, ବିପଦରେ ୧୫୦ ଲୋକ
  • ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ୍ୟୁ, ଟିଏମସି କାର୍ଯ୍ୟାଳୟରୁ ମୃତଦେହ ଉଦ୍ଧାର
  • ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ, ୩ ଦିନ ଭିଜିବ ଓଡ଼ିଶା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In