• About Us
  • Contact Us
Wednesday, February 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଆସନ୍ତାକାଲିଠୁ ଜନସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ

by Voice of Victims
January 12, 2025
in ମୁଖ୍ୟ ଖବର, ରାଜ୍ୟ
ଆସନ୍ତାକାଲିଠୁ ଜନସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ

ଭୁବନେଶ୍ଵର : ଖୁସି ଖବର ଆସନ୍ତାକାଲିଠୁ ଜନସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ । ଓଡ଼ିଶା ରାଜଭବନ ଉଦ୍ୟାନ ଜାନୁଆରୀ ୧୩ ଅର୍ଥାତ୍ ଆସନ୍ତା ସୋମବାରରୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ।  ଏହି ଦିନମାନଙ୍କରେ ଯେକୌଣସି ବ୍ୟକ୍ତି ମାଗଣାରେ ରାଜଭବନ ଉଦ୍ୟାନ ପରିଦର୍ଶନ କରି ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ।  ହେଲେ ଏଥିପାଇଁ ସେମାନଙ୍କୁ କେବଳ ଅନଲାଇନରେ ନିଜର ନିଶୁଲ୍କ ପଞ୍ଜୀକରଣ କରିବାକୁ ପଡିବ ।

ଲୋକମାନେ ଓଡ଼ିଶା ରାଜଭବନ ୱେବସାଇଟ୍ www.rajbhavanodisha.gov.in. କିମ୍ବା ଆପ୍ ମାଧ୍ୟମରେ ପଞ୍ଜିକରଣ କରିପାରିବେ ।ପଞ୍ଜିକରଣ କରାଇଥିବା ସାଧାରଣ ଜନତା ଅପରାହ୍ନ ୨.୩୦ ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ପରିଦର୍ଶନ କରିପାରିବେ ।  ସେହିପରି ସ୍କୁଲ ଛାତ୍ରଛାତ୍ରୀମାନେ ସକାଳ ୮.୩୦ ରୁ ୧୦ଟା ମଧ୍ୟରେ ସେମାନଙ୍କ ସ୍କୁଲ ଶିକ୍ଷକ କିମ୍ବା କର୍ମଚାରୀଙ୍କ ତତ୍ତ୍ୱାବଧାନରେ ସ୍କୁଲ ପୋଷାକ ଏବଂ ପରିଚୟପତ୍ର ସହିତ ପରିଦର୍ଶନ କରିପାରିବେ। ସେହିପରି ରାଜଭବନ ଉଦ୍ୟାନ ପରିଦର୍ଶନ କରିବା ସମୟରେ ସାଙ୍ଗରେ କ୍ୟାମେରା, ଖାଦ୍ୟପେୟ, ବନ୍ଧୁକ, ଅସ୍ତ୍ରଶସ୍ତ୍ର ଏବଂ ମଦ୍ୟପାନଯୁକ୍ତ ପାନୀୟ ସମେତ ଅନ୍ୟାନ୍ୟ ଆପତ୍ତିଜନକ ଜିନିଷ ନ ନେବାକୁ ପରିଦର୍ଶକମାନଙ୍କୁ ପରାମର୍ଶ ଦିଆଯାଇଛି ।

Post Views: 42
Share198Tweet124Send
Voice of Victims

Voice of Victims

Recent Posts

  • ଭାରତ କିଣିବ ୧୧୪ଟି ରାଫେଲ୍ ବିମାନ, ଏହି ସପ୍ତାହରେ ଚୁକ୍ତିକୁ ମିଳିପାରେ ଅନୁମୋଦନ
  • ପୁଣି ମଣିପୁରରେ ଉତ୍ତେଜନା, ୫ ଦିନ ପାଇଁ ବନ୍ଦ କରାଯାଇଛି ଇଣ୍ଟରନେଟ୍ ସେବା
  • ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା, କପି ରୋକିବାକୁ ବ୍ୟବହାର ହେବ AI ଏବଂ QR କୋଡ୍
  • ରାଜ୍ୟରେ ନୂଆ ୨୫୦ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଜରୁରୀକାଳୀନ ଚିକିତ୍ସା ସେବାକୁ କରିବ ଅଧିକ ସୁଦୃଢ଼
  • ବଲାଙ୍ଗିର SDJM କୋର୍ଟରେ ଆଇଟମ ଗାର୍ଲ ନିଶା ମହାରଣା, ଅଶ୍ଳୀଳ ନୃତ୍ୟ ମାମଲାରେ କଲେ ଆତ୍ମ ସମର୍ପଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In