• About Us
  • Contact Us
Tuesday, April 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ମାସକୁ ଥରେ ହେବ ପଥ ଉତ୍ସବ, ଲୋକଙ୍କ ଉତ୍ସାହକୁ ଦେଖି ଘୋଷଣା କଲେ ମନ୍ତ୍ରୀ

by Voice of Victims
January 12, 2025
in ମୁଖ୍ୟ ଖବର, ରାଜ୍ୟ
ମାସକୁ ଥରେ ହେବ ପଥ ଉତ୍ସବ, ଲୋକଙ୍କ ଉତ୍ସାହକୁ ଦେଖି ଘୋଷଣା କଲେ ମନ୍ତ୍ରୀ

ଭୁବନେଶ୍ୱର : ବର୍ଷ ସାରା ହେବ ପଥ ଉତ୍ସବ । ବର୍ଷା ମାସକୁ ଛାଡିଦେଲେ ବର୍ଷକୁ ୧୨ ଥର ପଥ ଉତ୍ସବ କରିବାକୁ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ପଥ ଉତ୍ସବରେ ଲୋକଙ୍କ ଉତ୍ସାହ ଓ ଭିଡ଼କୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି । ରବିବାର ଦ୍ୱିତୀୟ ପଥ ଉତ୍ସବରେ ହଜାର ହଜାର ଲୋକଙ୍କ ଭିଡ଼ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରାଜଧାନୀରେ ଶୀତୁଆ ସକାଳରେ ଜମୁଛି ପଥୋତ୍ସବର ମଜା । ଜାଗମରାରେ ଆୟୋଜିତ ଦ୍ୱିତୀୟ ପଥଉତ୍ସବରେ ଜମିଥିଲା ନୃତ୍ୟ ଗୀତର ଆସର। ବରମୁଣ୍ଡା ନୀଳକଣ୍ଠେଶ୍ଵର ମନ୍ଦିରରୁ ଜାଗମରା ଛକ ପର୍ଯ୍ୟନ୍ତ ହୋଇଥିଲା ପଥ ଉତ୍ସବ । କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଅସୀମା ପଣ୍ଡା, ସତ୍ୟଜିତ୍ ପ୍ରଧାନ, ଜୟଦେବ ଡ୍ୟାନ୍ସ ଗ୍ରୁପ ସାମିଲ ହୋଇଥିଲେ । ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡୁ, କୁଇଜ୍ କମ୍ପିଟିସନ, ରଙ୍ଗୋଲୀ, ମ୍ୟାଜିକ ଶୋରେ ମସଗୁଲ ହୋଇଥିଲେ ରାଜଧାନୀର ପିଲାଠୁ ବୟସ୍କ ।  ଖାଦ୍ୟ ଷ୍ଟଲ ମଧ୍ୟ ଖୋଲିଛି, ଯେଉଁଠି ବିଭିନ୍ନ ପାରମ୍ପରିକ ଖାଦ୍ୟ ମିଳୁଛି। ଏଥି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ବିଏମସି ମେୟର ସୁଲୋଚନା ଦାସ ଓ ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ ଯୋଗ ଦେଇଥିଲେ ।

Post Views: 44
Tags: Seeing the enthusiasm of the people
Share198Tweet124Send
Voice of Victims

Voice of Victims

Recent Posts

  • ବିମାନ ଯାତ୍ରୀଙ୍କୁ ବଡ଼ ଝଟକା, ଭଡ଼ା ବଢାଇଲା ଏୟାର ଇଣ୍ଡିଆ
  • ଖୁବଶୀଘ୍ର ଝାରସୁଗୁଡ଼ାରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା , ସିଧାସଳଖ ଦେଶବିଦେଶକୁ ପଠାଯିବ ସାମଗ୍ରୀ
  • ପ୍ରବାସୀ ଶ୍ରମିକଙ୍କ ପାଇଁ ବଢ଼ିଲା ସୁବିଧା, ଏଣିକି କୋଟାରେ ମିଳିବ ଗ୍ୟାସ୍ ସିଲିଣ୍ଡର
  • ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In