• About Us
  • Contact Us
Tuesday, April 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ନବ ଦାସ ହତ୍ୟାକାଣ୍ଡ ମାମଲା : ସିବିଆଇ ତଦନ୍ତ ଦାବି କଲେ ଦୀପାଳି

by Voice of Victims
January 16, 2025
in ମୁଖ୍ୟ ଖବର, ରାଜ୍ୟ
ନବ ଦାସ ହତ୍ୟାକାଣ୍ଡ ମାମଲା : ସିବିଆଇ ତଦନ୍ତ ଦାବି କଲେ ଦୀପାଳି

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛନ୍ତି ତାଙ୍କ ଝିଅ ତଥା ପୂର୍ବତନ ଝାରସୁଗୁଡ଼ା ବିଧାୟିକା ଦୀପାଳି ଓ ପୁଅ ବିଶାଳ। ପୁଲିସ ଲଗାଇ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିଲା ବୋଲି ଦୀପାଳି ଅଭିଯୋଗ କରିବା ସହିତ ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ନବ ଦାସ ହତ୍ୟାକାଣ୍ଡ ନେଇ ୨ ବର୍ଷ ଧରି ଚୁପ ଥିବା ଦୀପାଳି ଓ ବିଶାଳ ଏବେ ସିବିଆଇ ତଦନ୍ତ ଦାବି କରିବା ସମଗ୍ର ଘଟଣାକୁ ଭିନ୍ନ ମୋଡ଼ ନେଇଛି। ସରକାର ଆମ ପରିବାରକୁ ଡାକି ଆଲୋଚନା କରନ୍ତୁ। ଆଗରୁ ବିଧାନସଭାରେ ବିଜେଡିର ଦୁଇ ଜଣ ବିଧାୟକ ଏହି ପ୍ରସଙ୍ଗ ଉଠାଇଥିଲେ ବୋଲି ଦୀପାଳି କହିଛନ୍ତି। କିଛି ସାମାଜିକ ଗଣମାଧ୍ୟମରେ ଆମକୁ ହଇରାଣ କରାଯାଉଛି। କିଛି ଗଣମାଧ୍ୟମରେ ଏକତରଫା ଖବର ପ୍ରକାଶ କରାଯାଉଛି ବୋଲି ଦୀପାଳି ଅଭିଯୋଗ କରିଛନ୍ତି। ୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ବିଜୁ ଜନତା ଦଳ କାର୍ୟ୍ୟାଳୟ ଉଦ୍‌ଘାଟନ କରିବାକୁ ସ୍ବର୍ଗତ ନବ ଦାସ ଯାଇଥିବା ବେଳେ ​ସେଠାରେ ଦିନ ଦ୍ବିପହରରେ ତାଙ୍କୁ ଗୁଳିମାଡ଼ କରାଯାଇଥିଲା। ତାଙ୍କର ସୁରକ୍ଷା ଦାୟିତ୍ବରେ ଥିବା ଏଏସଆଇ ଗୋପାଳ ଦାସର ଗୁଳିମାଡ଼ରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଟଳି ପଡ଼ିଥିଲେ। ସେତେବେଳେ ଏହାକୁ ନେଇ ପ୍ରବଳ ତୁମ୍ବିତୋଫାନ ହୋଇଥିଲା। କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ହତ୍ୟାର ଉଦ୍ଦେଶ୍ୟ ବାବଦରେ ତଦନ୍ତ କରାଯାଉ ବୋଲି ଦାବି କରିଥିଲେ। କିନ୍ତୁ ନବ ଦାସଙ୍କ ଝିଅ ଦୀପାଳି ଏହାର ପ୍ରତିବାଦ କରି କହିଥିଲେ ଯେ ମୃତବ୍ୟକ୍ତିଙ୍କୁ ନେଇ ରାଜନୀତି କରାନଯାଉ। ଆଗକୁ ଉପନିର୍ବାଚନ ଥିବାରୁ ସେ ଚୁପ୍ ରହିଥିଲେ। ଉପନିର୍ବାଚନରେ ବିଜୟୀ ହେବା ପରେ ମଧ୍ୟ ନିରବ ରହିଥିଲେ। ମାତ୍ର ଏବେ କିର୍ମିରା ବ୍ଲକ୍ ଅଧ୍ୟକ୍ଷା ଅନାସ୍ଥା ପ୍ରସ୍ତାବକୁ ନେଇ ତାଙ୍କ ହୋଟେଲରେ ପୁଲିସ ଚଢ଼ଉ ଓ ବିଶାଲ ଦାସଙ୍କୁ ଛତିଶଗଡ଼ ପୁଲିସ ଗିରଫ କରିବା ନେଇ ନିକଟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଦୀପାଳୀ। ଏବେ ପିତା ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରିବା ଝାରସୁଗୁଡ଼ା ରାଜନୀତିରେ ଚର୍ଚ୍ଚା ବଢ଼ାଇଛି।

Post Views: 44
Share199Tweet124Send
Voice of Victims

Voice of Victims

Recent Posts

  • ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ
  • ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In