• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

 ଆଇସିୟୁରୁ ବାହାରିଲେ ଅଭିନେତା ସୈଫ ଅଲ୍ଲୀ ଖାଁ

by Voice of Victims
January 17, 2025
in ଦେଶ ବିଦେଶ, ମୁଖ୍ୟ ଖବର
 ଆଇସିୟୁରୁ ବାହାରିଲେ ଅଭିନେତା ସୈଫ ଅଲ୍ଲୀ ଖାଁ

ନୂଆଦିଲ୍ଲୀ: ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ କରିଥିବା ଯୁବକକୁ ଗିରଫ କରିଛି ମୁମ୍ବାଇ ପୋଲିସର ସ୍ପେଶାଲ ଟିମ୍ । ଆକ୍ରମଣକାରୀ ସୈଫଙ୍କୁ ଛୁରାମାଡ କରିଥିଲା । ଅଭିନେତାଙ୍କ ମେରୁଦଣ୍ଡରୁ ଛୁରିର ଖଣ୍ଡ ବାହାର କରିଛନ୍ତି ଡାକ୍ତର । ଆଜି ସୈଫ ଆଇସିୟୁରୁ ବାହାରିଛନ୍ତି । ତେବେ ୩ ଦିନ ଭିତରେ ସୈଫ୍ ଡିସଚାର୍ଜ ହୋଇପାରନ୍ତି । ଲୀଲାବତୀ ହସପିଟାଲର ଡାକ୍ତର ସର୍ଜରୀ କରିବା ପରେ ସୈଫଙ୍କ ଶରୀରରୁ ୨.୫ ଇଞ୍ଚର ଛୁରି ବାହାର କରିଥିଲେ । ଆଜି ସୈଫ ଆଇସିୟୁରୁ ବାହାରିଛନ୍ତି । ତେବେ ୩ ଦିନ ଭିତରେ ସୈଫ୍ ଡିସଚାର୍ଜ ହୋଇପାରନ୍ତି । ସୈଫଙ୍କ ଉପରେ ଆକ୍ରମଣ ମାମଲାରେ ବାନ୍ଦ୍ରା ପୋଲିସର ସ୍ପେଶାଲ ଟିମ୍ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରିଛି । ସନ୍ଦିଗ୍ଧ ଜଣଙ୍କ ସୈଫଙ୍କ ବାନ୍ଦ୍ରା ସ୍ଥିତ ଘରେ ପଶି ତାଙ୍କୁ ଛୁରାମାଡ଼ କରିଥିଲେ । ଗିରଫ ହୋଇଥିବା ବ୍ୟକ୍ତି ନାମ ଶାହିଦ । ପୋଲିସ ତାଙ୍କୁ ପଚରାଉଚରା କରୁଛି । ଗିରଫ ବ୍ୟକ୍ତି ନାମରେ ପୂର୍ବରୁ ୪/୫ଟି ଚୋରି ମାମଲା ରହିଛି । ତେବେ ପରିବାର ପାଇଁ ଜୀବନକୁ ବାଜିରେ ଲଗାଇଥିଲେ ସୈଫ ଅଲ୍ଲୀ ଖାନ । ପୁଅଙ୍କୁ ବଞ୍ଚାଇବାକୁ ଯାଇ ଆହତ ହୋଇଛନ୍ତି ସୈଫ ଅଲ୍ଲୀ ଖାନ । ଏହି ଘଟଣାରେ ସୈଫଙ୍କ ମେରୁଦଣ୍ଡ ନିକଟରେ ଗଭୀର ଆଘାତ ଲାଗିଛି । ନ୍ୟୁରୋ ସର୍ଜରୀ କରାଯାଇଛି । ଆକ୍ରମଣକାରୀ ରାତି ୧.୩୭ ମିନିଟରେ ସୈଫଙ୍କ ଘରୁ ପଶିଥିଲା । ଏହାପରେ ରାତି ୨.୩୩ ମିନିଟରେ ବାହାରକୁ ବାହାରିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ଗୁରବାର ରାତି ୨.୩୦ ସମୟରେ, ଜଣେ ଚୋର ମୁମ୍ବାଇର ବାନ୍ଦ୍ରାରେ ସୈଫ ଅଲ୍ଲୀଙ୍କ ଘରେ ପ୍ରବେଶ କରି ଏକ ଧାରୁଆ ଛୁରୀରେ ଅଭିନେତାଙ୍କ ଉପରେ ଆକ୍ରମଣ କରିଥିଲା ।  ଘଟଣା ସୈଫଙ୍କ ପୁଅ ତୈମୁର ଓ ଜେଦଙ୍କ ରୁମରେ ହୋଇଥିଲା । ହଠାତ୍ ସୈଫ ତାଙ୍କର ଜଣେ ଘରୋଇ ସହାୟିକାଙ୍କ ଚିତ୍କାର ଶୁଣିଥିଲେ । ଘରୋଇ ସହାୟିକା ଜଣଙ୍କ ସୈଫଙ୍କ ପିଲାମାନଙ୍କ ପାଇଁ ହୋଇଥିବା ରୁମରେ ଶୋଇଥିଲେ । ଦୁର୍ବୃତ୍ତ ଜଣଙ୍କ ପ୍ରଥମେ ସେହି ରୁମରେ ପଶିଥିଲେ । ଦୁର୍ବୃତ୍ତ ଜଣଙ୍କ ଘରୋଇ ସହାୟିକାଙ୍କୁ ଆଘାତ ଦେବାକୁ ପ୍ରୟାସ କରିଥିଲା । ଘରୋଇ ସହାୟିକାଙ୍କ ଚିତ୍କାର ଶୁଣି ସୈଫ ସେଠାକୁ ଦୌଡ଼ି ଯାଇଥିଲେ । ସୈଫ ଦୁର୍ବୃତ୍ତଙ୍କୁ କାବୁ କରିବାକୁ ପ୍ରୟାସ କରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଅଭିନେତାଙ୍କୁ ସନ୍ଦିଗ୍ଧ ୬ ଥର ଛୁରାମାଡ଼ କରିଥିଲା ।  ହେଲେ ଦୁର୍ବୃତ୍ତ ଜଣଙ୍କ ତାଙ୍କୁ ଛୁରୀରେ ଏକାଧିକ ଥର ଆଘାତ କରି ସେଠାରୁ ଫେରାର ହୋଇ ଯାଇଥିଲା । ରାତି ୩.୩୦ ମିନିଟରେ ତାଙ୍କୁ ଲୀଳାବତୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସିକ୍ୟୁରିଟି ଗାର୍ଡ ଏବଂ ଡ୍ରାଇଭର ସୈଫଙ୍କୁ ହସ୍ପିଟାଲ ନେଇଥିଲେ । ସିସିଟିଭି ଫୁଟେଜ ଆଧାରରେ ଉଭୟ ସ୍ଥାନୀୟ ପୋଲିସ ଏବଂ ମୁମ୍ବାଇ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଛି ।

Post Views: 213
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In