ପୁରୀ (ଭିଓଭି): ମା ଦୁର୍ଗା ଦେବୀ ଙ୍କ ଶାରଦୀୟ ଆବିର୍ଭାବରେ ସାରା ଦୁନିଆ ଉତ୍ସବ ମୁଖର ହୋଇ ଉଠିଥିବା ବେଳେ, ପୁରୀର ଅଗ୍ରଣୀ ଅନୁଷ୍ଠାନ ଶଙ୍ଖକ୍ଷେତ୍ର ଫାଉଣ୍ଡେସନ ଏବଂ ଉତ୍କଳ ସଂସ୍କୃତି ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଅନ୍ନପୂର୍ଣା ରଙ୍ଗମଞ୍ଚ ଠାରେ “ଦାଣ୍ଡିଆ ଡ୍ୟାନ୍ସ ନାଇଟ୍ସ 2026” ଭବ୍ୟ ସାଂସ୍କୃତିକ ପରିବେଶରେ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଏଥିରେ ଶଙ୍ଖକ୍ଷେତ୍ର ଫାଉଣ୍ଡେସନ ର ପ୍ରାୟ 50 ରୁ ଅଧିକ କଳାକାର ଯୋଗଦେଇ ଦାଣ୍ଡିଆ ନୃତ୍ୟ ପରିବେଷଣ କରିଥିଲେ। ମନୀଷା କଳା ନିକେତନର କଳାକାର ମାନେ ସ୍ଵତନ୍ତ୍ର ନୃତ୍ୟ ପରିବେଷଣ କରିଥିଲେ। ସମାଜ ସେବା କ୍ଷେତ୍ରରେ ବିଶେଷ ଅବଦାନ ଯୋଗୁଁ ଲକ୍ଷ୍ମୀପ୍ରିୟା ପାତ୍ରଙ୍କୁ ସାଂସ୍କୃତିକ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ମନୀଷା ମହାନ୍ତି ଏବଂ ଉତ୍କୃଷ୍ଟ ବେଦ ପାଠ ଲାଗି ଜଜ୍ଞେଶ୍ବର ତ୍ରିପାଠୀ ଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରତନ କୁମାର ଦାସ, ଡାଃ ରଶ୍ମିରଞ୍ଜନ ମହାରଥା, ରାଜେଶ କୁମାର ପ୍ରଧାନ, କ୍ଷେତ୍ରମୋହନ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ଡଃ ପ୍ରଧାନ ଧୀରେନ୍ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ।

ଉତ୍କଳ ସଂସ୍କୃତି ଫାଉଣ୍ଡେସନ ର ଅଧ୍ୟକ୍ଷା କଳ୍ପନା ମୁଦୁଲି ଏବଂ ଶଙ୍ଖକ୍ଷେତ୍ର ଫାଉଣ୍ଡେସନର ସମ୍ପାଦିକା ଗୀତାଶ୍ରୀ ପଟ୍ଟନାୟକ ଏବଂ କୋଷାଧ୍ୟକ୍ଷା ରେଣୁବାଳା ଜୟସିଂହ ଏବଂ ଅଞ୍ଜଳି ସ୍ଵାଇଁ, ଭରତ ସାହୁ ଏବଂ ପ୍ରଦ୍ୟୁମ୍ନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଲଲାଟେନ୍ଦୁ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ଏବଂ ସନ୍ତୋଷ ପ୍ରଧାନ, ମଧୁସ୍ମିତା ପଟ୍ଟନାୟକ, ସୌଦାମିନି ଜୟସିଂହ, ସୁନିତା ନାୟକ, ଲିଲି ପରିଡା, ଶିବ ଭୂଷଣ ବରାଳ, ଶୁଭଶ୍ରୀ ପଟ୍ଟନାୟକ ଏବଂ ପ୍ରୀତି ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
