• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ

by Voice of Victims
January 18, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ: ଜାନୁୟାରୀ ୩୧ ତାରିଖରୁ ସଂସଦର ବଜେଟ ଅଧିବେଶନ।  ଫେବୃୟାରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ଅଷ୍ଟମ ଥର ପାଇଁ ବଜେଟ ଉପସ୍ଥାପନ କରିବେ । ଜାନୁୟାରୀ ୩୧ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ ।  ଦୁଇଟି ପର୍ଯ୍ୟାୟରେ ହେବ ଏହି ବଜେଟ ଅଧିବେଶନ । ପ୍ରଥମ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ ଭାଗ ମାର୍ଚ୍ଚ ୧୦ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଦିଲ୍ଲୀ ଭୋଟ ଦିନ ବଜେଟ ଅଧିବେଶନ ଚାଲିବ ନାହିଁ ।  ୩ ଫେବୃଆରୀରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ହେବ ।  ବଜେଟରେ ଏଥର ପୁରୁଣା ଟାକ୍ସ ବ୍ୟବସ୍ଥା ଉପରେ କିଛି ପରିବର୍ତ୍ତନ ଆସିପାରେ । ପୁରୁଣା ଆୟକର ବ୍ୟବସ୍ଥାରେ ପରିବର୍ତ୍ତନ ନେଇ ପ୍ରଥମରୁ ଚର୍ଚ୍ଚା ଲାଗି ରହିଛି । ଏହି ଟ୍ଯାକ୍ସ ବ୍ୟବସ୍ଥା ୧ ଏପ୍ରିଲ ୨୦୨୦ରେ ଲାଗୁ କରାଯାଇଥିଲା । ଅଷ୍ଟାଦଶ ଲୋକସଭା ନିର୍ବାଚନ ପରେ ସରକାର ପୂର୍ଣ୍ଣ ବଜେଟ ଉପସ୍ଥାପନ କରିବେ ।  ପରମ୍ପରା ଅନୁସାରେ ବଜେଟ ଅଧିବେଶନ ଆରମ୍ଭ ଦିନ ୩୧ ଜାନୁଆରୀରେ ସଂସଦର ଦୁଇ ଗୃହର ମିଳିତ ଅଧିବେଶନ ବୈଠକ ହେବ । ଏହାପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ ହେବ ।  ଏହାପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ । ଅଧିବେଶନର ପ୍ରଥମ ପର୍ଯ୍ଯାୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଦୁଇ ଗୃହରେ ଆଲୋଚନା ହେବ ।  ଦୁଇ ସଦନରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପରେ ଏହା ସମାପନ ହେବାର ପରମ୍ପରା ରହିଛି । ଲଗାତାର ଅଷ୍ଟମ ଥର ପାଇଁ ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରେକର୍ଡ କରିବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳର ଏହା ହେବ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ।

Post Views: 53
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In