• About Us
  • Contact Us
Thursday, August 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

UPSC ବୈଠକ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଅଗଷ୍ଟ ୧୮ ଯାଏଁ ଚୂଡ଼ାନ୍ତ ହେବନି DGP ଚୟନ

by Voice of Victims
August 13, 2026
in ଆଞ୍ଚଳିକ ଖବର, ଦେଶ ବିଦେଶ, ମୁଖ୍ୟ ଖବର
ପହଲଗାମ ଆକ୍ରମଣ ସମ୍ପର୍କରେ ସୁପ୍ରିମକୋର୍ଟରେ ଆବେଦନ: ଆବେଦନକାରୀଙ୍କୁ ଭର୍ତ୍ସନା କଲେ ସର୍ବୋଚ୍ଚ ନ୍ୟାୟଳୟ

ଭୁବନେଶ୍ୱର : DGP ଚୟନରେ ସୁପ୍ରିମକୋର୍ଟଙ୍କ ବ୍ରେକ୍ । ଅଗଷ୍ଟ ୧୮ ଯାଏଁ ଚୂଡ଼ାନ୍ତ ହେବନି DGP ଚୟନ । ‘ପ୍ରକାଶ ସିଂହ’ ଗାଇଡଲାଇନ୍ ନେଇ ଉଠିଲା ପ୍ରଶ୍ନ । ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ଚୟନ ପ୍ରକ୍ରିୟାରେ ସାମୟିକ ବ୍ରେକ୍ ଲାଗିଛି । ଅଗଷ୍ଟ ୧୮ ପର୍ଯ୍ୟନ୍ତ DGP ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ ନକରିବାକୁ ଆଜି ସୁପ୍ରିମକୋର୍ଟ UPSCକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆଜି ହେବାକୁ ଥିବା UPSC ଏମ୍ପାନେଲମେଣ୍ଟ ବୈଠକକୁ ମଧ୍ୟ ସ୍ଥଗିତ ରଖିବାକୁ କୁହାଯାଇଛି । ଓଡ଼ିଶାର ନୂଆ DGP ନିଯୁକ୍ତି ପ୍ରକ୍ରିୟାକୁ ନେଇ ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲାରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । DGP ଚୟନ ପ୍ରକ୍ରିୟା ୨୦୦୬ର ଐତିହାସିକ ‘ପ୍ରକାଶ ସିଂହ’ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ମାର୍ଗଦର୍ଶିକାର ଉଲ୍ଲଂଘନ କରୁଥିବା ଆବେଦନରେ ଅଭିଯୋଗ କରାଯାଇଛି ।

ଆଜି ମଧ୍ୟାହ୍ନ ବିରତି ପୂର୍ବରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କ ଖଣ୍ଡପୀଠ ସମ୍ମୁଖରେ ମାମଲାର ଜରୁରୀ ଶୁଣାଣି ପାଇଁ ଉଲ୍ଲେଖ କରିଥିଲେ । ସେ କୋର୍ଟଙ୍କୁ ଜଣାଇଥିଲେ ଯେ, ଆଜି UPSC ବୈଠକ ବସି DGP ପଦ ପାଇଁ ଚୟନ ପ୍ରକ୍ରିୟା ଆଗକୁ ବଢ଼ାଇବାର କାର୍ଯ୍ୟକ୍ରମ ରହିଥିଲା । ଚିଦାମ୍ବରମ୍ ଆହୁରି ଅଭିଯୋଗ କରିଥିଲେ ଯେ, ସୁପ୍ରିମକୋର୍ଟରେ ମାମଲା ଆସିବା ପୂର୍ବରୁ ଅଗଷ୍ଟ ୧୨ରେ ଜଣେ ଅଧିକାରୀଙ୍କୁ ପଦୋନ୍ନତି ଦିଆଯାଇ ତାଙ୍କୁ UPSC ବିଚାର ପରିସରକୁ ଆଣିବା ପାଇଁ ପଦକ୍ଷେପ ନିଆଯାଇଛି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏହି ଅଭିଯୋଗକୁ ବିରୋଧ କରିବା ସହ କୌଣସି ନିୟମ ଉଲ୍ଲଂଘନ ହୋଇନଥିବା ଯୁକ୍ତି ରଖିବା ସହ ଏକ ସର୍ଭିସ୍ ମ୍ୟାଟରରେ PILର ଗ୍ରହଣୀୟତାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ । ଖଣ୍ଡପୀଠରେ PILର ଗ୍ରହଣୀୟତାକୁ ନେଇ ପ୍ରଶ୍ନ ଉଠାଇଥିଲେ । କୌଣସି ପ୍ରଭାବିତ ଅଧିକାରୀ ନିଜେ କୋର୍ଟଙ୍କ ଦ୍ୱାରସ୍ଥ ହୋଇନଥିବା କଥା ମୁଖ୍ୟ ବିଚାରପତି ଉଲ୍ଲେଖ କରିଥିଲେ ।

ଏହାପରେ ‘ପ୍ରକାଶ ସିଂହ’ ମାମଲାରେ ଆମିକସ୍ କ୍ୟୁରି ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନଙ୍କ ମତାମତ ଲୋଡ଼ିଥିଲେ କୋର୍ଟ। ଆମିକସ୍ ଆବେଦନକୁ ସମର୍ଥନ କରି DGP ଚୟନ ପ୍ରକ୍ରିୟା ‘ପ୍ରକାଶ ସିଂହ’ ମାମଲାର ମାର୍ଗଦର୍ଶିକା ଅନୁସାରେ ହେଉନଥିବା ଦର୍ଶାଇଥିଲେ । ଏହାକୁ ବିଚାରକୁ ନେଇ ଖଣ୍ଡପୀଠ UPSC ପକ୍ଷର ଆଇନଜୀବୀଙ୍କୁ ଅଗଷ୍ଟ ୧୮ ପର୍ଯ୍ୟନ୍ତ ବୈଠକ ସ୍ଥଗିତ ରଖିବାକୁ କହିଛନ୍ତି । ଏହି ବିବାଦର କେନ୍ଦ୍ରରେ ରହିଛି UPSCକୁ ପଠାଯାଇଥିବା ଯୋଗ୍ୟ IPS ଅଧିକାରୀଙ୍କ ତାଲିକା । ପ୍ରଥମେ ବରିଷ୍ଠ ଅଧିକାରୀଙ୍କ ନାମ ପଠାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ତାଲିକାରେ ପରିବର୍ତ୍ତନ ଓ ଅଧିକ ନାଁ ସାମିଲ କରାଯିବାକୁ ନେଇ ପ୍ରଶ୍ନ ଉଠିଛି। ନିକଟରେ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ଚୟନ ପରିସରକୁ ଆଣିବା ପାଇଁ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଥିବା PILରେ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଏବେ ବିଚାରାଧୀନ ରହିଛି । ବର୍ତ୍ତମାନର DGP ୱାଇ.ବି. ଖୁରାନିଆ ଅଗଷ୍ଟ ୧୬ରେ ଅବସର ନେବାକୁ ଥିବାରୁ ଏବେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାକୁ ନେଇ ଅପେକ୍ଷା ।

Post Views: 1
Share196Tweet123Send
Voice of Victims

Voice of Victims

Recent Posts

  • ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, ସବୁ ପାଇଲଟଙ୍କ ହେବ ଟେଷ୍ଟ
  • UPSC ବୈଠକ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଅଗଷ୍ଟ ୧୮ ଯାଏଁ ଚୂଡ଼ାନ୍ତ ହେବନି DGP ଚୟନ
  • ଅବପାତର ରୂପ ନେଲା ଲଘୁଚାପ, ଆଗାମୀ ଦୁଇ ଦିନ ଯାଏ ଅଧା ଓଡ଼ିଶାରେ କଳାହାଣ୍ଡିଆ ମେଘ
  • ପତଞ୍ଜଳି ପକ୍ଷରୁ ବିଶ୍ଵ ଅଙ୍ଗଦାନ ଦିବସ ପାଳନ
  • ଦେଶପ୍ରେମ ଏବଂ ପରିବେଶର ବାର୍ତ୍ତା ନେଇ ମହିଳା ମୋର୍ଚ୍ଚା ର ତ୍ରୀରଙ୍ଗା ଶୋଭାଯାତ୍ରା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In