କଟକ, ପତଞ୍ଜଳି ଯୋଗପୀଠ ପକ୍ଷରୁ ବରିଷ୍ଠ ଯୋଗ ଶିକ୍ଷକ ଶିବାଜୀ ସତ୍ୟ ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ନୂଆବଜାର ବେଲେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବିଶ୍ଵ ଅଙ୍ଗଦାନ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହୃଦରୋଗ ବିଶେଷଜ୍ଞ ଡାକ୍ତର ସତ୍ୟଜିତ ସାମଲ ଜଣେ ବ୍ୟକ୍ତି ଶରୀରର ଅଙ୍ଗଦାନ କରିବା ଦ୍ଵାରା ଆଠ ଜଣ ବ୍ୟକ୍ତିଙ୍କ ଉପକାର ହୋଇଥାଏ ବୋଲି ମତ ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଧର ପଣ୍ଡା, ଦେବାଶିଷ ପ୍ରଧାନ, ପବିତ୍ର ପାତ୍ର, ସନ୍ତୋଷ କୁମାର ଦାଶ, ମୋନାଲିସା ଦାଶ, ଗୀତାଞ୍ଜଳି ଦାସ, କଳ୍ପନା ମହାନ୍ତି, ଭାରତୀ ନାୟକ, ମନୋରମା ବିଶ୍ଵାଳ, ସୁପ୍ରିୟା ପଣ୍ଡା, ଆରତୀ ଜେନା, ପ୍ରଜ୍ଞା ପାରମିତା ଓ ବିନୋଦିନୀ ଦେହୁରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ରକ୍ତଦାନ ଓ ଅଙ୍ଗଦାନର ଉପକାରିତା ସମ୍ପର୍କରେ ଆଲୋଚନା ହେବା ସହ ଅଙ୍ଗଦାନ ବିଷୟରେ ଲୋକମାନଙ୍କୁ ସଚେତନ କରିବା ପାଇଁ ସଂକଳ୍ପ ନିଆଯାଇଥିଲା। ସାଗର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

