• About Us
  • Contact Us
Tuesday, October 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଘଣ୍ଟା ପ୍ରତି ୨୫ କି.ମି ବେଗରେ ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ‘ରେଡ୍ ଆଲର୍ଟ ଜାରି

by Voice of Victims
October 27, 2026
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ
ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଡ଼ ଆକଳନ, ୨୮ ତାରିଖରେ କେଉଁଠି କରିବ ଲ୍ୟାଣ୍ଡଫଲ୍?

ଭୁବନେଶ୍ୱର : ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ । ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ‘ରେଡ୍ ଆଲର୍ଟ ଜାରି । ​୨୮ ପୂର୍ବାହ୍ନରେ ୟାନାମ୍ ନିକଟରେ ଲ୍ୟାଣ୍ଡଫଲ୍ ସମ୍ଭାବନା । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଅଧିକ ଘନୀଭୂତ ହୋଇ ଏକ ଅତି ଭୀଷଣ ବାତ୍ୟାର ରୂପ ନେଇଛି ।

ଭାରତୀୟ ପାଣିପାଗ ବିଭାଗ ତରଫରୁ ଆଜି ଭୋର ସମୟରେ ଜାରି ହୋଇଥିବା ସଦ୍ୟତମ ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ଏବଂ ଏହା ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ସର୍ବୋଚ୍ଚ ସତର୍କତା ଭାବେ ‘ରେଡ୍ ଆଲର୍ଟ ଜାରି କରାଯାଇଛି । ବାତ୍ୟାଟି ଆସନ୍ତା ୨୮ ତାରିଖ ପୂର୍ବାହ୍ନରେ ଆନ୍ଧ୍ରପ୍ରଦେଶର ୟାନାମ୍ ନିକଟରେ ସ୍ଥଳଭାଗ ଅତିକ୍ରମ କରିବାର ପ୍ରବଳ ସମ୍ଭାବନା ରହିଛି । ​ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଗତ ୬ ଘଣ୍ଟା ମଧ୍ୟରେ ଏହି ଝଡ଼ ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହୋଇଛି । ବର୍ତ୍ତମାନ ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଥିଲା । ବର୍ତ୍ତମାନ ​ଗୋପାଳପୁରଠାରୁ ପ୍ରାୟ ୩୮୦ କି.ମି. ଦକ୍ଷିଣ, ​ବିଶାଖାପାଟଣାଠାରୁ ପ୍ରାୟ ୩୦୦ କି.ମି. ଦକ୍ଷିଣ-ପୂର୍ବ, ​କାକିନାଡ଼ାଠାରୁ ପ୍ରାୟ ୩୬୦ କି.ମି. ପୂର୍ବ-ଦକ୍ଷିଣପୂର୍ବ, ​ମଛଲିପଟ୍ଟନମ୍ ଠାରୁ ପ୍ରାୟ ୪୬୦ କି.ମି. ପୂର୍ବ ଓ ​ବାପଟ୍ ଲାଠାରୁ ପ୍ରାୟ ୫୩୦ କି.ମି. ପୂର୍ବରେ ରହିଛି ଅର୍ଣ୍ଣବ ।

ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ବାତ୍ୟା ‘ଅର୍ଣ୍ଣବ’ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ନିଜର ଗତି ଜାରି ରଖିବ । ସନ୍ଧ୍ୟା ପରେ ଏହା ଉତ୍ତରପଶ୍ଚିମ ଦିଗକୁ ମୁହାଁଇବ । ୨୮ ଅକ୍ଟୋବର ପୂର୍ବାହ୍ନ ସୁଦ୍ଧା ଏହା ଏକ ‘ଅତି ଭୀଷଣ ବାତ୍ୟା’ ଭାବେ ଆନ୍ଧ୍ରପ୍ରଦେଶ ଓ ୟାନାମ୍ ଉପକୂଳର ବାପଟ୍ ଲା ଏବଂ ବିଶାଖାପାଟଣା ମଧ୍ୟବର୍ତ୍ତୀ, ୟାନାମ୍ ନିକଟରେ ସ୍ଥଳଭାଗ ଛୁଇଁବ ।  ସ୍ଥଳଭାଗ ଛୁଇଁବା ବେଳେ ଉପକୂଳରେ ନିରନ୍ତର ପବନର ବେଗ ଘଣ୍ଟା ପ୍ରତି ୧୧୫ ରୁ ୧୨୫ କିଲୋମିଟର ରହିବ ଏବଂ ଝଟକା ପବନର ବେଗ ସର୍ବାଧିକ ୧୪୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ​

ଯଦିଓ ବାତ୍ୟାର ମୁଖ୍ୟ ଲ୍ୟାଣ୍ଡଫଲ୍ ଆନ୍ଧ୍ରପ୍ରଦେଶ ଉପକୂଳରେ ହେବାକୁ ଯାଉଛି, ତଥାପି ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହିତ ପ୍ରବଳ ବେଗରେ ପବନ ବହିବାର ଆଶଙ୍କା ରହିଛି । ବର୍ତ୍ତମାନ ସମୁଦ୍ର ମଧ୍ୟରେ ପବନର ବେଗ ୧୨୫ ରୁ ୧୩୫ କିମି ଝଟକା ୧୫୦ କିମି ଯାଏଁ ରହୁଛି । ବର୍ତ୍ତମାନ ବିଶାଖାପାଟନମ ରାଡାରରେ ଦୃଶ୍ୟ ମାନ ହେଉଛି ବାତ୍ୟା ଅର୍ଣ୍ଣବର ଆଖି ।

Post Views: 11
Share197Tweet123Send
Voice of Victims

Voice of Victims

Recent Posts

  • ୱେଲିଂଟନ୍‌ରେ ଆଜି ତୃତୀୟ ଟି-୨୦: ସିରିଜ୍ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ଘଣ୍ଟା ପ୍ରତି ୨୫ କି.ମି ବେଗରେ ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ‘ରେଡ୍ ଆଲର୍ଟ ଜାରି
  • ବାତ୍ୟା ‘ଅର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ନଜରରେ ରଖି ୭ ଜିଲ୍ଲାର ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା
  • ଇଶାନ କିଶନ ତୃତୀୟ ଟି୨୦ ମ୍ୟାଚରୁ ବାଦ୍: ବୈଭବ ନୁହେଁ ଏହି ଖେଳାଳି ନେବ ସ୍ଥାନ
  • ରାହୁଲ ଗାନ୍ଧୀଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ: କର୍ମୀ ଓ ସୁରକ୍ଷାକର୍ମୀ ଆହତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In