ବାଲେଶ୍ଵର ( ଭିଓଭି ): – ଆଜି ଅପରାହ୍ନରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିଶାଳ ସ୍କୁଟର ତ୍ରୀରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଛି । ସଦର ବିଧାୟକ ମାନସ ଦତ୍ତ ଙ୍କ ଉପସ୍ଥିତି ରେ ଏହି ଶୋଭାଯାତ୍ରା ବାରବାଟି ସ୍କୁଲ ଠାରୁ ଆରମ୍ଭ ହୋଇ ଗାନ୍ଧୀ ସ୍ମୃତି ଭବନ ପର୍ଯ୍ୟନ୍ତ ଯାଇଥିଲା । ଭାରତ ମାତା କି ଜୟ ଏବଂ ବନ୍ଦେ ମାତରଂ ଧ୍ୱନି ରେ ପ୍ରକମ୍ପିତ ହୋଇଥିଲା ଅଞ୍ଚଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନାରୀ ମାନଙ୍କ ପ୍ରତି ସମ୍ମାନ ଏବଂ ଲୋକଙ୍କ ମନରେ ଦେଶପ୍ରେମର ଉତ୍ସାହ କୁ ବୃଦ୍ଧି କରିବା କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟୀ ସୁଷମାରାଣି ବିଶ୍ୱାଳ କହିଛନ୍ତି ।

ବିଜେପିର ଜିଲ୍ଲା ମହିଳା ମୋର୍ଚ୍ଚା ର ସଭାପତି ସୁସ୍ମିତା ପଣ୍ଡା , ସାଧାରଣ ସମ୍ପାଦିକା ପ୍ରିୟାରାଣୀ ମଲ୍ଲିକ , ଜିଲ୍ଲା ସଭାପତି ଇଶ୍ଵର ଚନ୍ଦ୍ର ବେହେରା , ସମ୍ପାଦିକା ରବିତା ଦାସ , ଚିତ୍ତରଞ୍ଜନ ପଣ୍ଡା , ଚନ୍ଦ୍ରଶେଖର ନନ୍ଦ , ମଧୁଶ୍ରୀ ପଣ୍ଡା , ସବିତା ପାଣିଗ୍ରାହୀ , ସୁରଭି ପାଣି , ସବିତା ମିଶ୍ର , ରଶ୍ମିବାଳା ପାତ୍ର , ଆଶ୍ରିତା ପାତ୍ର , ଆଶାଲତା ବାରିକ , ଶୁଭସ୍ମିତା ଦାସ , ଜୟନ୍ତୀ ପାତ୍ର , ଇତିଶ୍ରୀ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆରମ୍ଭ ରେ ବୃକ୍ଷ ରୋପଣ କରାଯାଇଥିଲା ।
