• About Us
  • Contact Us
Sunday, August 16, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଖଣ୍ଡଗିରି ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳତା, ଜାରି ହେବ ମାର୍ଗଦର୍ଶିକା: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

by Voice of Victims
January 19, 2025
in ମୁଖ୍ୟ ଖବର, ରାଜ୍ୟ
ଖଣ୍ଡଗିରି ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳତା, ଜାରି ହେବ ମାର୍ଗଦର୍ଶିକା: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର : ଖଣ୍ଡଗିରି ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳତା । ଏନେଇ ଖୁବ ଶୀଘ୍ର ଜାରି ହେବ ମାର୍ଗଦର୍ଶିକା । ଅଶ୍ଳୀଳତାକୁ ନେଇ ସରକାର ମାଗଦର୍ଶିକା ଆଣିବେ ବୋଲି କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏନେଇ ଯାତ୍ରା କମିଟି, କଳାକାର ଏବଂ ମାଲିକଙ୍କ ସହ ଆଲୋଚନା ହୋଇଛି । ତେବେ ଖୁବ ଶୀଘ୍ର କଠୋର ଆଇନ ନିଆନଯାଇ କିଛି ସମୟ ଦେବାକୁ ଅନୁରୋଧ କରିଛନ୍ତି ଯାତ୍ରା ମାଲିକ। ବିଶେଷ କରି ମାଘମାସରେ ଖଣ୍ଡଗିରିରେ ହେଉଥିବା ଯାତ୍ରାକୁ ନେଇ ସରକାର ଚିନ୍ତାପ୍ରକଟ କରିଛନ୍ତି । ଏହି ମହୋତ୍ସବରେ ହେବାକୁ ଥିବା ଯାତ୍ରା ପାଇଁ କମିଶନରେଟ ପୋଲିସ ତରଫରୁ ବଛା ବଛା ଅଶ୍ଳୀଳ ନୃତ୍ୟଶୀଳ୍ପିଙ୍କୁ ଏଠାକୁ ଆସିବାକୁ ବାରଣ କରାଯାଇଛି । ଫେବ୍ରୁଆରୀ ୬ରୁ ୧୭ ଯାଏ ଚାଲିବ ଖଣ୍ଡଗିରିରେ ଯାତ୍ରା ମହାସମର । ଆଉ ଏହି ମେଳାରେ ଭିନ୍ନ ଭିନ୍ନ କାହାଣୀର ନାଟକକୁ ନେଇ ଯାତ୍ରା ମହାକୁମ୍ଭ ଦେଖିବାକୁ ମିଳିବ । ଯାତ୍ରା ଯାହା ଆମ ସଂସ୍କୃତି ପରମ୍ପରା ଓ କଳା ପଦର୍ଶନର ଏକ ବଡ ପରିଚାୟକ ଆଉ କଳାକାର ପାଇଁ ଗୋଟେ ବଡ ମଞ୍ଚ । ଧିରେ ଧିରେ ଯାତ୍ରାରେ ଅଶ୍ଲୀଳତା ବଢୁଥିବା ବେଳେ ଏଥର କିନ୍ତୁ ସଜାଗ ରହିଛି ପ୍ରଶାସନ । ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣ ଉପରେ ରୋକ୍‌ ଲାଗିଛି । ପୂର୍ବରୁ ସରକାର ଅଶ୍ଲୀଳତା ଚାଲିବନି ରୋକ୍‌ ଠୋକ କହୁଥିବା ବେଳେ କିଛି ଯାତ୍ରା ପାର୍ଟି ତାଗିଦ୍‌କୁ ଖୁଲମଖୁଲା ଉଡାଇ ଦେଉଥିବା ନଜିର ରହିଛି ।

Post Views: 68
Tags: Obscenity to be stopped in Khadgiri Yatra
Share198Tweet124Send
Voice of Victims

Voice of Victims

Recent Posts

  • ରଣପୁରରେ ଭବ୍ୟ ଭାବେ ପାଳିତ ୮୦ତମ ପବିତ୍ର ସ୍ୱାଧୀନତା ଦିବସ
  • ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
  • ସିକ୍କିମରେ ବିଶାଳ ଭୂସ୍ଖଳନ, ଖସୁଛି ପାହାଡ଼, ବିପଦରେ ୧୫୦ ଲୋକ
  • ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ୍ୟୁ, ଟିଏମସି କାର୍ଯ୍ୟାଳୟରୁ ମୃତଦେହ ଉଦ୍ଧାର
  • ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ, ୩ ଦିନ ଭିଜିବ ଓଡ଼ିଶା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In