• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଗଙ୍ଗା ନଦୀରେ ଓଲଟିଲା ଡଙ୍ଗା, ୩ ମୃତଦେହ ଉଦ୍ଧାର, ଅନେକ ନିଖୋଜ

by Voice of Victims
January 19, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଗଙ୍ଗା ନଦୀରେ ଓଲଟିଲା ଡଙ୍ଗା, ୩ ମୃତଦେହ ଉଦ୍ଧାର, ଅନେକ ନିଖୋଜ

ନୂଆଦିଲ୍ଲୀ: ବିହାର କଟିହାର ଜିଲ୍ଲାରେ ବଡ଼ ଅଘଟଣ । କଟିହାରର ଅମଦାବାଦରେ ଗଙ୍ଗା ନଦୀରେ ଡଙ୍ଗା ଓଲଟିବା ଯୋଗୁଁ ୩ ଜଣଙ୍କ ଜୀବନ ଚାଲିଯାଇଛି । ଅନେକ ବୁଡିଥିବା ଆଶଙ୍କା କରାଯାଉଛି । ଡଙ୍ଗାରେ ୧୭ ଜଣ ଥିବା ଖବର ମିଳିଛି । ଖବର ମୁତାବକ, ଡଙ୍ଗାରେ ଥିବା ସମସ୍ତ ଲୋକ ଦକ୍ଷିଣ କରିମୁଲ୍ଲାପୁରର ମେଘୁ ଘାଟରୁ ଡଙ୍ଗାରେ ଗଦାଇ ଦିୟାରା ଯାଉଥିଲେ । ଡଙ୍ଗାରେ ୧୭ରୁ ଅଧିକ ଜଣ ଯାତ୍ରୀ ଥିଲେ । ଘଟଣା ବିଷୟରେ ଖବର ପାଇଁ ଏସଡିଆରଏଫ ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଡଙ୍ଗାଟି ବୁଡିଯିବା ପରେ ଏଥିରୁ ୪ ଜଣ ପହଁରି ଆସିଥିବା ବେଳେ ୩ ଜଣ ମୃତଦେହ ପୋଲିସ ଜବତ କରିଛି । ନିଖୋଜ ଥିବା ଅନ୍ୟମାନଙ୍କ ଖୋଜା ଚାଲିଛି । ମୃତକଙ୍କ ପରିଚୟ ମିଳିଛି । ଅନ୍ୟ ବାକି ଲୋକଙ୍କୁ ଖୋଜିବା ପାଇଁ ଏସଡିଆରଏଫ ଟିମ୍ ରେସକ୍ୟୁ ଅପରେସନ ଚାଲିଛି । ତେବେ ଏଠାରେ ଗଙ୍ଗା ନଦୀ ଜୋରରେ ପ୍ରବାହିତ ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ପୋଲିସ ଏବଂ ଏନଡିଆରଏଫ ଟିମ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ନିଖୋଜଙ୍କୁ ଖୋଜୁଛି । ଡଙ୍ଗାରେ ଲୋକମାନେ ନଦୀର ଆରପଟେ ଥିବା ଜମିରେ ଚାଷକାମ ଦେଖିବାକୁ ଯାଉଥିଲେ । କିନ୍ତୁ ନଦୀର ପ୍ରଖର ସ୍ରୋତରେ ଡଙ୍ଗାଟି ଓଲଟି ପଡିଥିଲା । ଘଟଣା ପରେ ନିଖୋଜ ପରିବାରଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଉଦ୍ଧାର ହୋଇଥିବା ଲୋକଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ମୁମ୍ବାଇ ଗେଟୱେ ଅଫ ଇଣ୍ଡିଆରୁ ଏଲିଫାଣ୍ଟା ଯାଉଥିବା ଡଙ୍ଗା ଓଲଟିଥିଲା । ଡଙ୍ଗାରେ ୧୦୧ ରୁ ଉର୍ଦ୍ଧ୍ଵ ଯାତ୍ରୀ ଥିଲେ । ୪୦ ଜଣ ନିଖୋଜ ରହିଥିବା ବେଳେ ୩୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାଯାଇଛି । ଦୁର୍ଘଟଣାରେ ୩ ନୌ କର୍ମଚାରୀଙ୍କ ସମେତ ୧୩ ଜୀବନ ଚାଲିଯାଇଥିବା ସୂଚନା ମିଳିଛି । ନୌ କର୍ମଚାରୀଙ୍କ ବୋଟ ଇଂଜିନର ସ୍ପିଡ଼ ପରୀକ୍ଷା କରୁଥିବା ବେଳେ ବୋଟ ସହ ଦୁର୍ଘଟଣା ଘଟିଥିଲା ।

Post Views: 61
Tags: 3 bodies recoveredBoat overturned in Ganges
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In