• About Us
  • Contact Us
Tuesday, April 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା ରାଜ୍ୟ

ଅଭୟା ମାମଲା, ସଂଜୟ ରାୟକୁ ଆଜୀବନ କାରା ଦଣ୍ଡାଦେଶ

by Voice of Victims
January 20, 2025
in ରାଜ୍ୟ
ଅଭୟା ମାମଲା, ସଂଜୟ ରାୟକୁ ଆଜୀବନ କାରା ଦଣ୍ଡାଦେଶ

ନୂଆଦିଲ୍ଲୀ: କୋଲକାତା ଆରଜି କର ହସ୍ପିଟାଲ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଂଜୟ ରାୟକୁ ଆଜୀବନ ଶୁଣାଇଲେ ସିଆଲଦା କୋର୍ଟ । କୋର୍ଟ ୫୦ ହଜାର ଟଙ୍କା ଜରିମାନା ସହ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି ।  ଏହା ବିରଳରୁ ବିରଳତମ ମାମଲା ନୁହେଁ କହିଲେ କୋର୍ଟ । ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବେ ସଂଜୟ । ଅନ୍ୟପଟେ ମୃତ ଅଭୟାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କିନ୍ତୁ ଏହି କ୍ଷତିପୂରଣ ନେବାକୁ ମନା କରିଛନ୍ତି ଅଭୟାଙ୍କ ପରିବାର ଲୋକ । ଏହି ଦଣ୍ଡ ଘୋଷଣା ସହ ୧୬୭ ଦିନ ପରେ ଡାକ୍ତରୀ ଛାତ୍ରୀ ଅଭୟାଙ୍କୁ ମିଳିଛି ନ୍ୟାୟ । ସଂଜୟ ରାୟକୁ ଶନିବାର ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ ।  ସଞ୍ଜୟ ରାୟକୁ ବିଏନଏସ ସେକ୍ସନ ୬୪, ୬୬ ଏବଂ ୧୦୩(୧) ଅଧିନରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଦୋଷୀ ସଞ୍ଜୟ ଆରଜି କର ମେଡିକାଲ କଲେଜର ବାହାନା କରି ହସ୍ପିଟାଲର ସେମିନାର ରୁମକୁ ଯାଇ ସେଠାରେ ବିଶ୍ରାମ ନେଉଥିବା ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ଆକ୍ରମଣ କରିଥିଲେ ଏବଂ ପରେ ତାଙ୍କୁ ହତ୍ୟା କରିଥିଲେ । ଡାକ୍ତରଙ୍କ ହତ୍ୟା ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ବିରୋଧରେ ମାମଲାର ଶୁଣାଣି ଜାନୁଆରି ୯ ରେ ଶେଷ ହୋଇଥିଲା, ଯେଉଁଥିରେ ୫୦ ସାକ୍ଷୀଙ୍କୁ ପଚରାଉଚରା କରାଯାଇଥିଲା । ଅଗଷ୍ଟ ୯, ୨୦୨୪ ତାରିଖରେ ହୋଇଥିଲା ଦୁଷ୍କର୍ମ । ୨୦୨୪ ନଭେମ୍ବର ୧୨ରେ ଇନ କ୍ୟାମେରା ଟ୍ରାଏଲ ଆରମ୍ଭ ହୋଇଥିଲା । ୨୦୨୫ ଜାନୁଆରୀ ୯ରେ ଶୁଣାଣି ଶେଷ ହୋଇଥିଲା । ସୂଚନାଯୋଗ୍ୟ, ଅଗଷ୍ଟ ୮ ତାରିଖ ରାତି ପ୍ରାୟ ୧୧ଟାରେ ଅଭିଯୁକ୍ତ ଏହି ବାଇକ ବ୍ୟବହାର କରି ଆରଜି କର ମେଡିକାଲ କଲେଜରେ ପହଞ୍ଚିଥିଲେ । ଏହାପରେ ବିଳମ୍ବିତ ରାତିରେ ସେ ବାହାରକୁ ବାହାରିଥିଲେ । ଗତ ୯ ତାରିଖରେ ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ସବୁଠି ଆନ୍ଦୋଳନ ଜୋର୍ ଧରିବା ପରେ କୋଲକାତା ଆରଜି କର ମେଡିକାଲ କଲେଜର ପ୍ରିନ୍ସିପାଲ୍ ଡାକ୍ତର ସନ୍ଦୀପ ଘୋଷ ନିଜ ପଦରୁ ଇସ୍ତଫା ଦେଇଥିଲେ । ଘଟଣା ଦିନ ରାତିରେ ସେମିନାର୍ ହଲରେ ଅଭୟା ଶୋଇଥିବାବେଳେ ସଞ୍ଜୟ ରୁମକୁ ଯାଇଥିଲା । ସିସିଟିଭି ଫୁଟେଜ ଆଧାରରେ ସଞ୍ଜୟକୁ ଛାଡ଼ିଦେଲେ କୌଣସି ଷ୍ଟାଫ୍ ସେଠାକୁ ଯାଇ ନ ଥିଲେ । ସଞ୍ଜୟର ବ୍ଲଟୁଥ୍ ଅଭୟାଙ୍କ ମୃତଦେହ ନିକଟରେ ପଡ଼ିଥିଲା । ଯାହା ଆଧାରରେ ସଞ୍ଜୟଙ୍କୁ ଗିରଫ କରିଥିଲା ପୋଲିସ ।

Post Views: 52
Share198Tweet124Send
Voice of Victims

Voice of Victims

Recent Posts

  • ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ
  • ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In