• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସୈଫ ଅଲ୍ଳୀ ଖାନଙ୍କୁ ଛୁରିରେ ଆକ୍ରମଣ ମାମଲା, ଦୋଷ ସ୍ବୀକାର କଲା ଅଭିଯୁକ୍ତ

by Voice of Victims
January 23, 2025
in ଦେଶ ବିଦେଶ, ମୁଖ୍ୟ ଖବର
ସୈଫ ଅଲ୍ଳୀ ଖାନଙ୍କୁ ଛୁରିରେ ଆକ୍ରମଣ ମାମଲା, ଦୋଷ ସ୍ବୀକାର କଲା ଅଭିଯୁକ୍ତ

ନୂଆଦିଲ୍ଲୀ: ସୈଫ ଅଲ୍ଳୀ ଖାନଙ୍କୁ ଆକ୍ରମଣ କରିବା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଶରିଫୁଲ ଇସଲାମ ନିଜର ଦୋଷ ସ୍ବୀକାର କରିଛି । ପୋଲିସ ଏହି ମାମଲାରେ ଅଭିଯୁକ୍ତ ବ୍ୟବହାର କରିଥିବା ଛୁରିର ୩ୟ ଖଣ୍ଡ ମଧ୍ୟ ପୋଲିସ ଜବତ କରିଛି । କିଛି ଦିନ ପୂର୍ବରୁ ଅଭିଯକ୍ତକୁ ଗିରଫ କରିଥିଲା । ଏହାପରେ ପୋଲିସ ସୈଫଙ୍କ ଘର କ୍ରାଇମ ସିନ୍ ରିକ୍ରିଏଟ କରିଥିଲା । ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ଯୁବକକୁ ପୋଲିସ ୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ନେଇଥିଲା । ଅଭିଯୁକ୍ତକୁ ପୋଲିସ ହେପାଜତରେ ରଖିଥିଲା । ଏହାପରେ ପଚରାଉଚରା କରିବା ପରେ ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରିଛି । ପୋଲିସ କହିବା ମୁତାବକ, ଆକ୍ରମଣ କରିଥିବା ଯୁବକ ଗୁପ୍ତ ରାସ୍ତା ଦେଇ ବାଂଲାଦେଶରୁ ଭାରତ ଆସିଥିଲା । ତାଙ୍କୁ କିଏ ଓ କେମିତି ସାହାଯ୍ୟ କରିଥିଲା, ତାହା ଏଯାଏଁ ଜଣାପଡିନି । ଏହାର ଯାଞ୍ଚ କରୁଛି ପୋଲିସ । ତେବେ ସୈଫଙ୍କ ଘର ପଶିବା ପୂର୍ବରୁ ଅଭିଯୁକ୍ତ ଜଣକ ଅନେକ ସେଲିବ୍ରିଟିଙ୍କ ଘର ଆଗରେ ରେକି କରିଥିଲା । ସଲମାନ ଏବଂ ଶାହରୁଖଙ୍କ ଘର ନିକଟରେ ଏହାର ଫୁଟେଜ ଦେଖିବାକୁ ମିଳିଛି । ଅଭିଯୁକ୍ତ ଜଣକ ସଲମାନ ଖାନଙ୍କ ଘର ଗ୍ୟାଲେକ୍ସି ସାମ୍ନାରେ ଅନେକ ଥର ଯିବାଆସିବା କରିଥିବା ଜଣାପଡିଥିଲା । ସଲମାନଙ୍କ ବିଲିଡିଂ ବାହାରେ ଥିବା ପୋଲିସ ଥିବାରୁ ଧରାପଡିଯିବା ଭୟରେ ପ୍ଲାନ୍ ବଦଳାଇଥିଲା । ସେହିପରି ଅଟୋରେ ବୁଲିବା ବେଳେ ଅଟୋ ଡ୍ରାଇଭର ଠାରୁ ସେଲିବ୍ରିଟିଙ୍କ ଘର ବିଷୟରେ ପଚରା ବୁଝିଥିଲା ବୋଲି ପୋଲିସ କହିଛି । ସୂଚନାଯୋଗ୍ୟ, ୧୫ତାରିଖ ମଧ୍ୟରାତିରେ ସୈଫ ଅଲ୍ଲୀ ଖାନଙ୍କ ବାନ୍ଦ୍ରା ବାସଭବନ ୧୧ ମହଲାରେ ତାଙ୍କ ଉପରେ ଛୁରାମାଡ଼ କରିଥିଲା ଦୁର୍ବୃତ୍ତ । ଆକ୍ରମଣ ପରେ ସୈଫଙ୍କୁ ତାଙ୍କ ଡ୍ରାଇଭର ଏବଂ ସିକ୍ୟୁରିଟି ଗାର୍ଡ ପୁଅ ତୈମୁର ସହିତ ଅଟୋରେ ହସପିଟାଲ ନେଇ ଯାଇଥିଲେ । ଆକ୍ରମଣ କରିଥିବା ଯୁବକକୁ ମହାରାଷ୍ଟ୍ର ଥାନେରୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ଆକ୍ରମଣକାରୀର ନାଁ ମହମ୍ମଦ ଇଲିଆସ ଓରଫ ବିଜୟ ଦାସ ।  ସୈଫଙ୍କ ଘରେ ପଶି ସେ ଛୁରି ଭୁସିଥିବା ସ୍ବୀକାର କରିଛି ।  ସେ ମୁମ୍ବାଇର ଏକ ପବ୍ ରେ କାମ କରୁଥିବାର ଜଣାପଡିଥିଲା ।  ଥାନେ ହିରାନନ୍ଦାନି ଇଷ୍ଟେଟ୍ ମେଟ୍ରୋ କନଷ୍ଟକସନ୍ ସାଇଟରୁ ଏକ ଲେବର କ୍ୟାମ୍ପରୁ ତାକୁ ଗିରଫ କରାଯାଇଥିଲା ।

Post Views: 151
Tags: Saif Alli Khan stabbing case
Share199Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In