• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆଦାନି-ହିଣ୍ଡେନବର୍ଗ ମାମଲାରେ ଏସଆଇଟି ତଦନ୍ତକୁ ମନା କଲେ ସୁପ୍ରିମକୋର୍ଟ

by Voice of Victims
January 3, 2024
in ଦେଶ ବିଦେଶ, ମୁଖ୍ୟ ଖବର
ଆଦାନି-ହିଣ୍ଡେନବର୍ଗ ମାମଲାରେ ଏସଆଇଟି ତଦନ୍ତକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟ ଆଜି ଅର୍ଥାତ୍ ଜାନୁଆରୀ ୩ରେ ସେବିକୁ ତଦନ୍ତ ପାଇଁ ଆଉ ୩ ମାସ ସମୟ ଦେଇଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ ସେବିର ନିୟାମକ ଢାଞ୍ଚାରେ ପ୍ରବେଶ କରିବା ପାଇଁ ଏହି ଅଦାଲତର କ୍ଷମତା ସୀମିତ। ଅଦାଲତ କହିଛନ୍ତି ଯେ ସେବି ୨୪ଟି ମାମଲାରୁ ୨୨ଟିରେ ତଦନ୍ତ ଶେଷ କରିଛି। ସଲିସିଟର ଜେନେରାଲଙ୍କ ପ୍ରତିଶ୍ରୁତିକୁ ଦୃଷ୍ଟିରେ ରଖି ଆମେ ସେବିକୁ ୩ ମାସ ମଧ୍ୟରେ ଅନ୍ୟ ଦୁଇଟି ମାମଲାର ତଦନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଉଛୁ। ସୁପ୍ରିମକୋର୍ଟ କହିଛନ୍ତି ଯେ ଓସିସିପିଆର ରିପୋର୍ଟକୁ ସେବିର ତଦନ୍ତ ଉପରେ ସନ୍ଦେହ ଭାବରେ ଦେଖାଯାଇପାରିବ ନାହିଁ। ସେବିରୁ ଏସଆଇଟିକୁ ତଦନ୍ତ ହସ୍ତାନ୍ତର କରିବାର କୌଣସି ଆଧାର ନାହିଁ ବୋଲି ସୁପ୍ରିମକୋର୍ଟ ବିଶ୍ୱାସ କରନ୍ତି।

ନଭେମ୍ବର ୨୪ରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ

ଗତ ବର୍ଷ ନଭେମ୍ବର ୨୪ତାରିଖରେ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ସିଜେଆଇ କହିଥିଲେ- ଆମେ ଆମେରିକୀୟ କମ୍ପାନି ହିଣ୍ଡେନବର୍ଗର ରିପୋର୍ଟକୁ ତଥ୍ୟଗତ ଭାବେ ଠିକ୍ ବୋଲି ବିଚାର କରିବାର ଆବଶ୍ୟକତା ନାହିଁ। ହିଣ୍ଡେନବର୍ଗ ଏଠାରେ ଉପସ୍ଥିତ ନାହାନ୍ତି, ଆମେ ସେବିକୁ ତଦନ୍ତ କରିବାକୁ କହିଛୁ।

୨୦୨୩ ଜାନୁଆରୀ ୨୪ରେ ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ୍ ବିରୋଧରେ ମନି ଲଣ୍ଡରିଂ ଏବଂ ସେୟାର ହେରଫେର ଅଭିଯୋଗ ଆଣିଥିଲା। ଏହି ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ୬ ଜଣିଆ କମିଟି ଗଠନ କରିଥିଲେ। ଏହାବ୍ୟତୀତ ବଜାର ନିୟାମକ ସେବିକୁ ମଧ୍ୟ ତଦନ୍ତ କରିବାକୁ କୁହାଯାଇଥିଲା।

ବିଶେଷଜ୍ଞ କମିଟିର ପୁନର୍ଗଠନ ପାଇଁ ଦାବି ହୋଇଥିଲା

ବିଶେଷଜ୍ଞ କମିଟିର ପୁନର୍ଗଠନ ପାଇଁ ଏକ ପିଟିସନରେ ଦାବି କରାଯାଇଥିଲା। ଏହା ଉପରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଥିଲେ ଯେ ଏହା କମିଟି ପ୍ରତି ଏକ ବଡ଼ ଅନ୍ୟାୟ ହେବ ଏବଂ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟିରେ ଲୋକମାନେ କାମ କରିବା ବନ୍ଦ କରିଦେବେ। ଏହାବ୍ୟତୀତ ବଜାର ନିୟାମକ ସେବିକୁ ସମସ୍ତ ମାମଲାର ତଦନ୍ତ ଶେଷ କରିବାକୁ ପଡ଼ିବ ବୋଲି କୋର୍ଟ କହିଥିଲେ।

ସେବି ବିରୋଧରେ ଅବମାନନା କାର୍ଯ୍ୟାନୁଷ୍ଠାନ ଦାବି

ରିପୋର୍ଟରେ ବିଳମ୍ବ ହେତୁ ସେବି ବିରୋଧରେ ଅବମାନନା କାର୍ଯ୍ୟାନୁଷ୍ଠାନ ପାଇଁ ସେବି ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିସନ ମଧ୍ୟ ଦାଖଲ କରାଯାଇଥିଲା। ଜନସ୍ୱାର୍ଥ ମାମଲା ଦାୟର କରିଥିବା ବିଶାଲ ତିୱାରୀ କହିଛନ୍ତି ଯେ ସେବିକୁ ସମୟ ସୀମା ଦିଆଯାଇଥିଲେ ମଧ୍ୟ ସେବି ଅଦାଲତଙ୍କ ନିର୍ଦ୍ଦେଶ ପାଳନ କରିବାରେ ବିଫଳ ହୋଇଛି ଏବଂ ଏହାର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିନାହିଁ।

Post Views: 38
Share197Tweet123Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In