• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା ରାଜ୍ୟ

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଡାକରା

by Voice of Victims
January 3, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଡାକରା

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଡାକରା ଦେଇଛନ୍ତି । ମନଇଛା କାର୍ଯ୍ୟରୁ ଛଟେଇ କରିବା, ଛୁଟି ଦିନ ଅଫିସ ନ ଆସିଲେ ଦରମା କାଟିବା, କର୍ମଚାରୀଙ୍କ ପ୍ରତି ଅଶାଳୀନ ଭାଷା ଓ କଟୁ ଶବ୍ଦରେ ଗାଳିଗୁଲଜ ଦେବା, କର୍ମଚାରୀଙ୍କ ମଧ୍ୟରେ ପକ୍ଷପାତିତା, ଦରମା ସବୁ ମାସରେ ବିଳମ୍ବରେ ଦେବା, ଯେତେ ଲୋକଙ୍କୁ କାର୍ଯ୍ୟରୁ ବାହାର କରାଯାଇଛି ସମସ୍ତଙ୍କୁ ପୁନଃ କାର୍ଯ୍ୟରେ ରଖାଯିବା ଏ ସମସ୍ତ କଥାକୁ ନେଇ ଦାବି ରଖାଯାଇଥିଲା । ବିଗତ ୩ ବର୍ଷ ମଧ୍ୟରେ ୭୫ ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ଏ ପର୍ଯ୍ୟନ୍ତ ମଧ୍ୟ ପ୍ରତି ମାସରେ କର୍ମଚାରୀଙ୍କୁ ବହିଷ୍କାର ଚିଠି ରୀତିମତ ଦିଆଯିବା ସହ ଅପଦସ୍ତ କରାଯାଉଛି ଏବଂ ଲିଖିତ ଆକାରରେ ଭୁଲ ମାଗିବା ପାଇଁ ବାଧ୍ୟ କରାଯାଉଛି । ଏପରି ମାନସିକ ଚାପରେ କର୍ମଚାରୀ ମାନେ କାର୍ଯ୍ୟ କରିଆସୁଥିଲେ ମଧ୍ୟ ବିନା କାରଣରେ କର୍ମଚାରୀମାନଙ୍କୁ ବାରମ୍ବାର ଚାକିରିରୁ ବାହାର କରିଦେବାର ଧମକ ଦିଆଯାଉଛି । କୁଳପତି ନିଜ ବିଶେଷ ବ୍ୟକ୍ତିଙ୍କର ପରିବାର ଲୋକଙ୍କୁ ବିଶ୍ବବିଦ୍ୟାଳୟରେ ଚାକିରିରେ ନିଯୁକ୍ତି ଦେଉଛନ୍ତି ଯେଉଁମାନଙ୍କ କାର୍ଯ୍ୟ ଦକ୍ଷତା ସମ୍ପୂର୍ଣ୍ଣ ଶୂନ୍ୟ । ଏଥିସହ ନିଜର ବିଦ୍ୟାର୍ଥୀକୁ ବିଶ୍ବବିଦ୍ୟାଳୟରେ ଚାକିରି ଦେବା ସହ ଆହେତୁକ ଅନୁକମ୍ପା ଦେଖାଇ ତାଙ୍କର ଦରମା ବୃଦ୍ଧି କରାଯାଉଛି ଯାହାକି ଅନ୍ୟ କର୍ମଚାରୀମାନଙ୍କ ସହ ପକ୍ଷପାତିତା ହେଉଛି । ପରୀକ୍ଷା ତାରିଖ ଧାର୍ଯ୍ୟ କରାନଯାଇ ଫର୍ମ ପୂରଣର ସୂଚନା ପ୍ରକାଶ କରାଯାଉଛି ଯାହା ଦ୍ବାରା ଦୂରଦୁରାନ୍ତର ବିଦ୍ୟାର୍ଥୀ ଏବଂ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିବା ଛାତ୍ରଛାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତ ୧.୧.୨୪ ରିଖ ଦିନ ସ୍ଥାୟୀ କ୍ୟାମ୍ପସରେ ରଖାଯାଇଥିବା ସମ୍ମିଳନୀରେ ସମସ୍ତ କର୍ମଚାରୀଙ୍କୁ ଖୋଲା ଭାବରେ ଧମକ ଦିଆଯାଇଥିଲା ଯେ ସମସ୍ତେ ମିଶି ମଧ୍ୟ ତାଙ୍କର କୌଣସି କ୍ଷତି କରିପାରିବେ ନାହିଁ । ଏଥି ସହିତ କର୍ମଚାରୀମାନଙ୍କୁ ରାତାରାତି ପୁଲିସ ମାଧ୍ୟମରେ ଉଠେଇ ନେବାକୁ ଧମକ ଦିଆଯାଉଛି, ଯାହାଦ୍ଵାରା କର୍ମଚାରୀଙ୍କ ପରିବାର ଭୟରେ ଦିନ କାଟୁଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦାବି ହୋଇଛି।

Post Views: 149
Share199Tweet124Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In