• About Us
  • Contact Us
Saturday, August 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

୫ରେ ଦିଲ୍ଲୀ ଭୋଟ : ଆଜି ସରିବ ନିର୍ବାଚନ ପ୍ରଚାର

by Voice of Victims
February 3, 2025
in ଦେଶ ବିଦେଶ, ମୁଖ୍ୟ ଖବର
୫ରେ ଦିଲ୍ଲୀ ଭୋଟ : ଆଜି ସରିବ ନିର୍ବାଚନ ପ୍ରଚାର

ନୂଆଦିଲ୍ଲୀ: ବିଧାନସଭା ପାଇଁ ୫ ତାରିଖରେ ଦିଲ୍ଲୀବାସୀ ତାଙ୍କରେ ମତଦାନ ଦେବେ। ଏହାରି ଭିତରେ ଦିଲ୍ଲୀରେ ରାଜନୀତି ସରଗରମ ହେବାରେ ଲାଗିଛି । ତିନି ପ୍ରମୁଖ ଦଳଙ୍କ ଆପେକ୍ଷ ପ୍ରତିଆକ୍ଷେପ ମଧ୍ୟରେ ଆଜି ସନ୍ଧ୍ୟା ସୁଦ୍ଧା ସରିବ ଭୋଟ ପ୍ରଚାର । ଏହାରି ଭିତରେ ରବିବାର ଦିନ ପ୍ରଚାର କାର୍ଯ୍ୟକ୍ରମରେ ବସ୍ତିବାସିନ୍ଦାଙ୍କୁ ଖୁସି କରିବାକୁ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିଲ୍ଲୀରେ ବସ୍ତି ଉଚ୍ଛେଦ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ରବିବାର ଦିଲ୍ଲୀରେ ନିର୍ବାଚନ ପ୍ରଚାର କରି ମୋଦୀ କହିଛନ୍ତି ଯେ ଯଦି ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିବ ତେବେ ବସ୍ତି ଉଚ୍ଛେଦ କରାଯିବ ନାହିଁ ।  ନିକଟରେ ଆମ ଆଦ୍ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ୍ ବସ୍ତି କଥା କହି ବିଜେପିକୁ ଟାର୍ଗେଟ୍ କରିଥିଲେ । ବିଜେପି କ୍ଷମତାକୁ ଆସିଲେ ଦିଲ୍ଲୀରେ ବସ୍ତି ଭାଙ୍ଗି ଦେବ ବୋଲି କେଜରିୱାଲ୍ କହିଥିଲେ । ରବିବାର ଏହାର ଜବାବ ଦେଇ ମୋଦୀ କହିଛନ୍ତି ଦିଲ୍ଲୀରେ ଗୋଟିଏ ବି ବସ୍ତି ଭାଙ୍ଗି ଦିଆଯିବ ନାହିଁ । ଆମେ କେବଳ ଏମିତି ଦେଖାଇବା ପାଇଁ ଘୋଷଣା କରୁନାହୁଁ । ଆମେ ଆମର ପ୍ରତିଶ୍ରୁତିକୁ ରଖିବାକୁ ବଜେଟରେ ବ୍ୟବସ୍ଥା କରୁଛୁ । ଏଥିସହିତ ଆପ୍ ମିଛ କଥା ପ୍ରଚାର କରୁଛି ବୋଲି କହି କେଜରିୱାଲ୍ଙ୍କୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଦିଲ୍ଲୀର ଆରକେ ପୁରମରେ ପ୍ରଚାର ରାଲିକୁ ସମ୍ବୋଧିତ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ।  ଫେବୃଆରୀ ୫ ରେ ଦିଲ୍ଲୀର ୭୦ ଟି ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ଫେବୃଆରୀ ୮ ତାରିଖରେ ଭୋଟ ଗଣତି ହୋଇ ଫଳାପଳ ପ୍ରକାଶ ପାଇବ ।  

Post Views: 68
Share200Tweet125Send
Voice of Victims

Voice of Victims

Recent Posts

  • ଭାରତରେ ପୁଣି ଭୂକମ୍ପ ଝଟକା, ନାସିକରେ ଦୁଇଥର ଥରିଲା ଭୂମି
  • ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ
  • ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, ସବୁ ପାଇଲଟଙ୍କ ହେବ ଟେଷ୍ଟ
  • UPSC ବୈଠକ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଅଗଷ୍ଟ ୧୮ ଯାଏଁ ଚୂଡ଼ାନ୍ତ ହେବନି DGP ଚୟନ
  • ଅବପାତର ରୂପ ନେଲା ଲଘୁଚାପ, ଆଗାମୀ ଦୁଇ ଦିନ ଯାଏ ଅଧା ଓଡ଼ିଶାରେ କଳାହାଣ୍ଡିଆ ମେଘ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In