• About Us
  • Contact Us
Saturday, August 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଟ୍ରମ୍ପଙ୍କ ଧମକ ପରେ ମୁଣ୍ଡ ନୁଆଁଇଲା ପାନାମା, ୱାନ ବେଲ୍ଟ ୱାନ୍ ରୋଡ୍ ପ୍ରୋଜେକ୍ଟରୁ ଓହରିଲା

by Voice of Victims
February 3, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଟ୍ରମ୍ପଙ୍କ ଧମକ ପରେ ମୁଣ୍ଡ ନୁଆଁଇଲା ପାନାମା, ୱାନ ବେଲ୍ଟ ୱାନ୍ ରୋଡ୍ ପ୍ରୋଜେକ୍ଟରୁ ଓହରିଲା

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଧମକ ପରେ ମୁଣ୍ଡ ନୁଆଁଇଲା ପାନାମା । ଆମେରିକାରର ଚାପ ପରେ ଚୀନକୁ ଦେଲା ବଡ଼ ଝଟକା । One Belt, One Road ପ୍ରକଳ୍ପରୁ ହଟିଛି ପାନାମା । ୨୦୧୭ ମସିହାରୁ ବେଜିଂ ସହ ଯୋଜନାରେ ଜଡ଼ିତ ଥିଲା ପାନାମା । ଏ ନେଇ ପାନାମା ରାଷ୍ଟ୍ରପତିଙ୍କ ଘୋଷଣା ପରେ ଯୋଜନାରୁ ଚୀନ ହଟିଥିବା ସ୍ପଷ୍ଟ ହୋଇଛି । ଇନଫ୍ରା ଷ୍ଟ୍ରକଚର ପ୍ରୋଜେକ୍ଟ ସହ ନୂଆ ନିବେଶ ନେଇ ଆମେରିକା ସହ ଏକାଠି କାମ କରିବ ବୋଲି ପାନାମା ରାଷ୍ଟ୍ରପତି ମୁଲିନୋ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ପାନାମାରେ ଥିବା ମାର୍କିନ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ପାନାମ ରାଷ୍ଟ୍ରପତିଙ୍କୁ ଭେଟି ପାନାମା ଉପରେ ଚୀନର ଆଧିପତ୍ୟ ବିସ୍ତାର କରିବା ଉପରେ ଚିନ୍ତା ପ୍ରକଟ କରିଥିଲେ । ପାନାମା କେନାଲ ଅକ୍ତିଆର କରିବାକୁ ଟ୍ରମ୍ପ ବାରମ୍ବାର କହି ଆସୁଛନ୍ତି । ପାନାମା କେନାଲର ସଂଚାଳନ ନେଇ ଚୀନ ସରକାରଙ୍କ କୌଣସି ପ୍ରତ୍ୟକ୍ଷ ଭୂମିକା ନାହିଁ । ତେବେ ପାନାମାରେ ଚୀନର ବହୁ କମ୍ପାନୀ ଆଧିପତ୍ୟ ଜମାଇ ଆସୁଛନ୍ତି । ୨୦୨୩ ଅକ୍ଟୋବରରୁ ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ପାନାମା ଦେଇ ଯାଉଥିବା ଜାହାଜ ମଧ୍ୟରୁ ୨୧.୪ ପ୍ରତିଶତ ଉତ୍ପାଦ ଚୀନର ରହିଛି । ପାନାମାରେ ଥିବା ବନ୍ଦର ଏବଂ ଟର୍ମିନାଲ ଗୁଡ଼ିକରେ ଚୀନ ବିପୁଳ ନିବେଶ କରିଛି । ଚୀନ ପାନାମା କେନାଲ ଉପରେ ଆଧିପତ୍ୟ ବିସ୍ତାର କରିବା ପରେ ବଢିଥିଲା ଆମେରିକାର ଚିନ୍ତା । ବିଶ୍ୱ ରାଜନୀତିରେ ଚୀନର ପ୍ରଭାବ ବଢି ଚାଲିଥିବାରୁ ଏହା ଆମେରିକାର ସ୍ୱାର୍ଥକୁ ବାଧାପ୍ରାପ୍ତ କରିଛି । ତେଣୁ ଚୀନକୁ ଚେକ୍ ଦେବାକୁ ପାନାମା କେନାଲ ଗୋଟି ଚଳାଇଛି ଆମେରିକ । ପାନାମାକୁ ପୁଣି ଥରେ ଆମେରିକା ନିଜ କବ୍‌ଜା ନେବ ଏବଂ ଏଥିପାଇଁ କିଛି ବଡ଼ କରିବ ବୋଲି ଟ୍ରମ୍ପ ଚେତାବନୀ ଦେଇଥିଲେ । ଟ୍ରମ୍ପ କହିଥିଲେ ଯେ, ପାନାମା କେନାଲକୁ ପାନାମାକୁ ସମର୍ପିଦେବା ମୁର୍ଖତା ଥିଲା । ଚୀନକୁ ପାନାମା କେନାଲ ଦିଆଯାଇନଥିଲା। ହେଲେ ପାନାମା ଚୁକ୍ତିକୁ ଉଲ୍ଲଙ୍ଘନ କରିଛି ଏବଂ ଚୀନକୁ ସଞ୍ଚାଳନ ଦାୟିତ୍ଵ ଦେଇଛି। ତେଣୁ ଆମେରିକା ପାନାମାକୁ ନିଜ ଅକ୍ତିଆରକୁ ନେବ ।

Post Views: 100
Tags: Panama bows to Trump's threats
Share200Tweet125Send
Voice of Victims

Voice of Victims

Recent Posts

  • ଭାରତରେ ପୁଣି ଭୂକମ୍ପ ଝଟକା, ନାସିକରେ ଦୁଇଥର ଥରିଲା ଭୂମି
  • ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ
  • ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, ସବୁ ପାଇଲଟଙ୍କ ହେବ ଟେଷ୍ଟ
  • UPSC ବୈଠକ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଅଗଷ୍ଟ ୧୮ ଯାଏଁ ଚୂଡ଼ାନ୍ତ ହେବନି DGP ଚୟନ
  • ଅବପାତର ରୂପ ନେଲା ଲଘୁଚାପ, ଆଗାମୀ ଦୁଇ ଦିନ ଯାଏ ଅଧା ଓଡ଼ିଶାରେ କଳାହାଣ୍ଡିଆ ମେଘ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In