• About Us
  • Contact Us
Saturday, August 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବିନା ଟେନସନରେ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

by Voice of Victims
February 10, 2025
in ଦେଶ ବିଦେଶ, ମୁଖ୍ୟ ଖବର
ବିନା ଟେନସନରେ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ଆରମ୍ଭ ହେବ ପରୀକ୍ଷା ଋତୁ ।  ବିନା ଟେନସନରେ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ।  ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ସହ ମନର କଥାରେ ମୋଦି ।  ଚିନ୍ତାମୁକ୍ତ ଓ ଚାପମୁକ୍ତ ରହିବାକୁ କହିଲେ ପ୍ରଧାନମନ୍ତ୍ରୀ । ନିଜ ଉପରେ ବିଶ୍ବାସ ରଖନ୍ତୁ, ବିଶ୍ବାସ ନେତୃତ୍ବ ତିଆରି କରେ ।  ପରୀକ୍ଷାର୍ଥୀଙ୍କ ପାଇଁ ଉତ୍ତମ ସ୍ବାସ୍ଥ୍ୟ ବହୁତ ଜରୁରୀ ବୋଲି କହିଛନ୍ତି ମୋଦି । ପରୀକ୍ଷା ଜୀବନରେ ସବୁ କିଛି ନୁହେଁ । ଜ୍ଞାନ ଓ ପରୀକ୍ଷା ଉଭୟ ଅଲଗା ଅଲଗା।  ସହଜତାର ସହ ଚ୍ୟାଲେଞ୍ଜର ସମ୍ମୁଖୀନ ହୁଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ମୋଦି ।  ସମୟର ସଦୁପଯୋଗ କରିବା ଛାତ୍ରଛାତ୍ରୀ ଶିଖନ୍ତୁ। ଅନେକ ସମୟରେ ନିଜ ସହ କଥା ହେବା ଜରୁରୀ ।  ରୋଗ ନାହିଁ ଅର୍ଥ ଆମେ ସୁସ୍ଥ ଏହା ବି ଠିକ୍ ନୁହେଁ ।  ଯଥେଷ୍ଟ ନିଦ୍ରା ସହ ସକାଳର ସୂର୍ଯ୍ୟୋଦୟ ମଧ୍ୟ ସ୍ବାସ୍ଥ୍ୟ ପାଇଁ ହିତକର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଚଳିତ ବର୍ଷ ୫ କୋଟିରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ସାମିଲ ହୋଇଛନ୍ତି । ଏଥିରେ ବୋର୍ଡ ପରୀକ୍ଷାକୁ ନେଇ ଚାପ, ଚିନ୍ତା ଓ ପରୀକ୍ଷା ଜନିତ ମାନସିକ ଅବସାଦରୁ କିପରି ବଞ୍ଚିବେ ତାହାର ଉପାୟ ବତାଉଛନ୍ତି ପ୍ରଧାନମନ୍ତ୍ରୀ । ଚଳିତ ବର୍ଷର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ପୂର୍ବ ବର୍ଷର ସମସ୍ତ ରେକର୍ଡକୁ ଭାଙ୍ଗିବ । କାରଣ ଏଥର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଙ୍କ ସମେତ ଦେଶର ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବଡ଼ ବଡ଼ ହସ୍ତୀ ସାମିଲ ହୋଇଛନ୍ତି । ସବୁବର୍ଷ ଅପେକ୍ଷା ଚଳିତ ବର୍ଷ ରେକର୍ଡ ସଂଖ୍ୟାରେ ରେଜିଷ୍ଟ୍ରେଶନ୍ ହୋଇଛି । ପାଖାପାଖି ୩.୩୦ କୋଟି ଛାତ୍ରଛାତ୍ରୀ ପିପିସି ପାଇଁ ନାମ ପଞ୍ଜିକରଣ କରିଥିବାବେଳେ ୨୦.୭୧ ଲକ୍ଷ ଶିକ୍ଷକ ଏବଂ ୫.୫୧ ଲକ୍ଷ ଅଭିଭାବକ ଏ ନେଇ ପଞ୍ଜିକରଣ କରିଛନ୍ତି । ପିଲାମାନଙ୍କ ମଧ୍ୟରେ ପରୀକ୍ଷାକୁ ନେଇ ଉପୁଜୁଥିବା ଚାପକୁ ହ୍ରାସ କରିବା ଉଦ୍ଦେଶ୍ୟ ରଖି କେନ୍ଦ୍ର ସରକାରଙ୍କ ଦ୍ୱାରା ଏ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

Post Views: 61
Share198Tweet124Send
Voice of Victims

Voice of Victims

Recent Posts

  • ଭାରତରେ ପୁଣି ଭୂକମ୍ପ ଝଟକା, ନାସିକରେ ଦୁଇଥର ଥରିଲା ଭୂମି
  • ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ
  • ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, ସବୁ ପାଇଲଟଙ୍କ ହେବ ଟେଷ୍ଟ
  • UPSC ବୈଠକ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଅଗଷ୍ଟ ୧୮ ଯାଏଁ ଚୂଡ଼ାନ୍ତ ହେବନି DGP ଚୟନ
  • ଅବପାତର ରୂପ ନେଲା ଲଘୁଚାପ, ଆଗାମୀ ଦୁଇ ଦିନ ଯାଏ ଅଧା ଓଡ଼ିଶାରେ କଳାହାଣ୍ଡିଆ ମେଘ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In