• About Us
  • Contact Us
Saturday, August 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ମାଘ ପୂର୍ଣ୍ଣିମା ପାଇଁ ମହାକୁମ୍ଭରେ ପ୍ରବଳ ଭିଡ଼, ମେଳା କ୍ଷେତ୍ରକୁ ଯାଇପାରିବ ନାହିଁ କୌଣସି ଗାଡ଼ି

by Voice of Victims
February 11, 2025
in ଦେଶ ବିଦେଶ, ମୁଖ୍ୟ ଖବର
ମାଘ ପୂର୍ଣ୍ଣିମା ପାଇଁ ମହାକୁମ୍ଭରେ ପ୍ରବଳ ଭିଡ଼, ମେଳା କ୍ଷେତ୍ରକୁ ଯାଇପାରିବ ନାହିଁ କୌଣସି ଗାଡ଼ି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଆସ୍ଥାର ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ଜବରଦସ୍ତ ଭିଡ଼ ଲାଗିଛି । ଏପର୍ଯ୍ୟନ୍ତ ୪୪ କୋଟିରୁ ଊର୍ଦ୍ଧ୍ବ ଲୋକ ବୁଡ ପକାଇସରିଲେଣି । ଏହାରି ମଧ୍ୟରେ ଭୀଷଣ ଭିଡ଼କୁ କାବୁ କରିବା ପାଇଁ ପୋଲିସ ଏବଂ ପ୍ରଶାସନ ନାକେଦମ ହେଲାଣି । ଭିଡ଼ ପାଇଁ ଗାଡି ମଟର ଘଣ୍ଟା ଘଣ୍ଟା ଅଟକି ରହୁଛି । ଗୋଟେ ଗୋଟେ କିଲୋମିଟର ବି ପାର୍ କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି । ଖରା ଯୋଗୁଁ ମଧ୍ୟ ଶ୍ରଦ୍ଧାଳୁ ଛଟପଟ ହେଉଛନ୍ତି । ଗୋଟେ ପଟେ ପ୍ରୟାଗରାଜରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ହନ୍ତସନ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ମାଘ ପୂର୍ଣ୍ଣିମା ଭିଡ଼ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀଙ୍କ ସହିତ ବୈଠକ କରିଛନ୍ତି । ମାଘ ପୂର୍ଣ୍ଣିମାରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ପିଲା ଏବଂ ମହିଳା, ବୟସ୍କଙ୍କୁ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରଦ୍ଧାଳୁ କିଭଳି ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ ତାହାକୁ ପ୍ରାଥମିକତା ଦିଆଯାଇଛି । ନଦୀ ହେଉ ଅବା ମେଳା ପରିସର, ଲଗାତାର ସଫାସୁତରା ରଖିବାକୁ କୁହାଯାଇଛି । କୌଣସି ଷ୍ଟେସନରେ ଅତ୍ୟଧିକ ଭିଡ଼ ହେଲେ ଅଧିକ ବସ୍ ଚଲାଇବାକୁ କୁହାଯାଇଛି । ଏହା ଅନୁସାରେ ମେଳା କ୍ଷେତ୍ରକୁ ନୋ ଭେଇକିଲ ଜୋନ ଘୋଷଣା କରାଯାଇଛି । ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଗାଡି ସକାଳ ୪ଟାରୁ ସମ୍ବନ୍ଧୀୟ ରୁଟରେ ପାର୍କିଂରେ ପାର୍କ ହେବ । ଜରୁରୀକାଳୀନ ସେବା ଗାଡିକୁ ଏଥିରୁ ବାଦ୍ ଦିଆଯାଇଛି । ଭିଡକୁ ଦୃଷ୍ଟିରେ ରଖି ଭାରି ଯାନକୁ ସହର ଭିତରକୁ ପ୍ରବେଶ ଉପରେ ରୋକ ଲଗାଯାଇଛି । ପ୍ରୟାଗରାଜ ସହରର ସହିତ ମେଳା କ୍ଷେତ୍ରକୁ ଆଜି ସନ୍ଧ୍ୟା ୫ଟା ପରେ କୌଣସି ଗାଡି ଯାଇପାରିବ ନାହିଁ । ଏଥିରେ କେବଳ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି । ଯେଉଁମାନେ ମେଳାକୁ ଯାଇଛନ୍ତି, ସେମାନଙ୍କୁ ଫେରିବାକୁ ଅନୁମତି ମିଳିବ । ପ୍ରୟାଗରାଜ ସହର ଏବଂ ମେଳାରେ ଗାଡିର ପ୍ରବେଶ ତଥା ପ୍ରସ୍ଥାନ ଉପରେ ପ୍ରତିବନ୍ଧକ କଳ୍ପବାସୀଙ୍କ ଗାଡ଼ି ଉପରେ ମଧ୍ୟ ଲାଗୁ । ସେପଟେ ପ୍ରବଳ ଭିଡ ପାଇଁ ଗାଡି ରାସ୍ତାରେ ଅଟକି ରହୁଛି, କିଛି ଗାଡି ଷ୍ଟାର୍ଟରେ ରହି ଅପେକ୍ଷା କରୁଥିବାରୁ ଆଉ କିଛି ଭିଡ ପାଇଁ ଧିରେଧିରେ ଚାଲୁଥିବାରୁ ପେଟ୍ରୋଲ ଓ ଡିଜେଲ ବି ଗାଡିରୁ ସେହି ଅନୁସାରେ ସରୁଛି । ସହରର ୫୦ରୁ ଅଧିକ ପେଟ୍ରୋଲ ପମ୍ପରେ ତେଲ ନାହିଁ, ଶୁଖିଲା ପଡିଛି । ଜାମ୍ ପାଇଁ ଟ୍ୟାଙ୍କର ଆସି ପାରୁନି । ସେପଟେ ଅସମ୍ଭାଳ ଭିଡ ପାଇଁ ସହରରେ ଖାଦ୍ୟାଭାବ ଉପୁଜିଛି । 

Post Views: 87
Tags: Heavy crowd at Mahakumbha for Magha Purnima
Share198Tweet124Send
Voice of Victims

Voice of Victims

Recent Posts

  • ଭାରତରେ ପୁଣି ଭୂକମ୍ପ ଝଟକା, ନାସିକରେ ଦୁଇଥର ଥରିଲା ଭୂମି
  • ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ
  • ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, ସବୁ ପାଇଲଟଙ୍କ ହେବ ଟେଷ୍ଟ
  • UPSC ବୈଠକ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଅଗଷ୍ଟ ୧୮ ଯାଏଁ ଚୂଡ଼ାନ୍ତ ହେବନି DGP ଚୟନ
  • ଅବପାତର ରୂପ ନେଲା ଲଘୁଚାପ, ଆଗାମୀ ଦୁଇ ଦିନ ଯାଏ ଅଧା ଓଡ଼ିଶାରେ କଳାହାଣ୍ଡିଆ ମେଘ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In