• About Us
  • Contact Us
Saturday, August 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଲୋକ ସଭାରେ ଆଗତ ହେଲା ନୂତନ ଆୟକର ବିଲ ୨୦୨୫

by Voice of Victims
February 13, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଲୋକ ସଭାରେ ଆଗତ ହେଲା ନୂତନ ଆୟକର ବିଲ ୨୦୨୫

ନୂଆଦିଲ୍ଲୀ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ନୂତନ ଆୟକର ବିଲ ୨୦୨୫ ଆଗତ କରିଛନ୍ତି। ପୂର୍ବରୁ, ୭ ଫେବୃଆରୀ ୨୦୨୫ରେ, କେନ୍ଦ୍ର କ୍ୟାବିନେଟ ଏହି ବିଲକୁ ଅନୁମୋଦନ କରିଥିଲେ। ଏହି ନୂତନ ବିଲ ପ୍ରାୟ ୬୦ ବର୍ଷ ପୁରୁଣା ଆୟକର ଆଇନକୁ ବଦଳାଇବ ଏବଂ ଟିକସ ବ୍ୟବସ୍ଥାକୁ ସରଳ, ସ୍ବଚ୍ଛ ଏବଂ ଅଧିକ ପ୍ରଭାବଶାଳୀ କରିବ। ନୂତନ ଆୟକର ବିଲରେ ପ୍ରସ୍ତାବିତ ସଂସ୍କାର। ‘କର ବର୍ଷ’ ବ୍ୟବହାର: ନୂତନ ବିଲ ‘ମୂଲ୍ୟାୟନ ବର୍ଷ’ ଶବ୍ଦକୁ ‘କର ବର୍ଷ’ ସହିତ ବଦଳାଇବ, ଯାହା ୧ ଏପ୍ରିଲରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ୧୨ ମାସର ଅବଧି ହେବ। ନୂତନ ବ୍ୟବସାୟ ପାଇଁ ଟିକସ ବର୍ଷ: ଯଦି ଏକ ନୂତନ ବ୍ୟବସାୟ କିମ୍ବା କାମ ଆରମ୍ଭ କରାଯାଏ, ତେବେ ଏହାର ଟିକସ ବର୍ଷ ସେହି ଦିନରୁ ଆରମ୍ଭ ହେବ ଏବଂ ସେହି ଆର୍ଥିକ ବର୍ଷର ଶେଷରେ ଶେଷ ହେବ। ଉନ୍ନତ ଆଇନଗତ ଭାଷା: ନୂତନ ବିଲ ଆଇନଗତ ଶବ୍ଦଗୁଡ଼ିକୁ ସରଳୀକୃତ ଏବଂ ସଂକ୍ଷିପ୍ତ କରିଛି, ଯାହା ଏହାକୁ ବୁଝିବା ସହଜ କରିଛି। ଆଇନଗତ ଦଲିଲଗୁଡ଼ିକୁ ହ୍ରାସ କରାଯାଇଛି: ପୁରୁଣା ୮୨୩ ପୃଷ୍ଠା ତୁଳନାରେ ନୂତନ ଆୟକର ବିଲ ୬୨୨ ପୃଷ୍ଠା ଲମ୍ବା। ଚ୍ୟାଟର୍ସ ଏବଂ ସେକସନ୍ସ ବୃଦ୍ଧି ପାଇଛି: ବିଲରେ ଚ୍ୟାଟର୍ସ ସଂଖ୍ୟା ୨୩ ରହିଛି, କିନ୍ତୁ ସେକସନ୍ସ ସଂଖ୍ୟା ୨୯୮ ରୁ ୫୩୬ କୁ ବୃଦ୍ଧି ପାଇଛି।  ସୂଚୀ ମଧ୍ୟ ବିସ୍ତାରିତ: ସୂଚୀ ସଂଖ୍ୟା ୧୪ ରୁ ୧୬ କୁ ବୃଦ୍ଧି ପାଇଛି।

Post Views: 190
Share200Tweet125Send
Voice of Victims

Voice of Victims

Recent Posts

  • ଭାରତରେ ପୁଣି ଭୂକମ୍ପ ଝଟକା, ନାସିକରେ ଦୁଇଥର ଥରିଲା ଭୂମି
  • ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ
  • ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, ସବୁ ପାଇଲଟଙ୍କ ହେବ ଟେଷ୍ଟ
  • UPSC ବୈଠକ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଅଗଷ୍ଟ ୧୮ ଯାଏଁ ଚୂଡ଼ାନ୍ତ ହେବନି DGP ଚୟନ
  • ଅବପାତର ରୂପ ନେଲା ଲଘୁଚାପ, ଆଗାମୀ ଦୁଇ ଦିନ ଯାଏ ଅଧା ଓଡ଼ିଶାରେ କଳାହାଣ୍ଡିଆ ମେଘ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In