• About Us
  • Contact Us
Saturday, August 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

AAP ର ଘୋଷଣା, ‘ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳର ନେତା ହେବେ ଆତିଶୀ’

by Voice of Victims
February 23, 2025
in ଦେଶ ବିଦେଶ, ମୁଖ୍ୟ ଖବର
AAP ର ଘୋଷଣା, ‘ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳର ନେତା ହେବେ ଆତିଶୀ’

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଆଜି ଆମ୍ ଆଦମୀ ପାର୍ଟି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ ଦିଲ୍ଲୀ ଆମ୍ ଆଦମୀ ପାର୍ଟିର ପ୍ରଭାରୀ ଏବଂ ବାବରପୁରର ବିଧାୟକ ଗୋପାଳ ରାୟଙ୍କ କହିଛନ୍ତି ଯେ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କାଲକାଜୀରୁ ଏଏପି ବିଧାୟକ ବିଧାନସଭାରେ ବିରୋଧୀ ଦଳର ନେତା ହେବେ। AAP ବିଧାୟକ ଦଳର ଏହି ବୈଠକରେ ବିଧାନସଭା ଅଧିବେଶନର ଏଜେଣ୍ଡା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। AAP ମୁଖ୍ୟାଳୟରେ ଆୟୋଜିତ ବୈଠକରେ ଦଳର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଆମ୍ ଆଦମୀ ପାର୍ଟିର ବହୁ ବଡ ନେତା ଯୋଗ ଦେଇଥିଲେ। ଏହି ସଭାରେ ଆତିଶୀ, ଜର୍ଣ୍ଣେଲ ସିଂ, ସଂଜୀବ ଝା, ବୀର ସିଂ ଧୀଙ୍ଗାନ ଏବଂ ପ୍ରବେଶ ରତନଙ୍କ ସମେତ ଅନ୍ୟ ଅନେକ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। ଏହାପୂର୍ବରୁ ଦିଲ୍ଲୀରେ ଅନୁଷ୍ଠିତ AAP ବିଧାୟକ ଦଳ ବୈଠକରେ ଆତିଶୀ ସର୍ବସମ୍ମତି କ୍ରମେ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ। ସନ୍ଦୀପ ପାଠକଙ୍କୁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଥିଲା। ବର୍ତ୍ତମାନ ସେ ବିଧାନସଭାରେ ବିରୋଧୀ ଦଳର ନେତା ଭୂମିକାରେ କାର୍ଯ୍ୟ କରିବେ। ସଞ୍ଜୀବ ଝା ବିଧାୟାକ ଦଳ ବୈଠକରେ ଆତିଶୀଙ୍କ ନାମ ପ୍ରସ୍ତାବ ଦେଇଥିଲେ, ଯେଉଁଥିରେ ସମସ୍ତ ବିଧାୟକ ରାଜି ହୋଇଥିଲେ ଏବଂ ଆତିଶୀ ବିରୋଧୀ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ।

Post Views: 56
Tags: AAP announces
Share198Tweet124Send
Voice of Victims

Voice of Victims

Recent Posts

  • ଇଣ୍ଡୋନେସିଆରେ ୭.୭ ତୀବ୍ରତାର ଭୂକମ୍ପ, ୨ ମୃତ, ସୁନାମି ସତର୍କତା ଜାରି
  • ଲଘୁଚାପ ପରେ ପୁଣି ଲଘୁଚାପ, ରାଜ୍ୟର ୩୦ ଜିଲ୍ଲାକୁ ବର୍ଷା ସତର୍କତା
  • ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ, କହିଲେ…
  • ସ୍ୱାଧୀନତା ଦିବସରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମାଗଣା ଶିକ୍ଷାରୁ ଏଆଇ ଟ୍ରେନିଂ, ଆସିବ ୪ ମେଡିକାଲ କଲେଜ
  • ଭାରତରେ ପୁଣି ଭୂକମ୍ପ ଝଟକା, ନାସିକରେ ଦୁଇଥର ଥରିଲା ଭୂମି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In