• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା ରାଜ୍ୟ

ଓଡିଶାରେ ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା ବୈଠକ

by Voice of Victims
January 7, 2024
in ମୁଖ୍ୟ ଖବର, ରାଜ୍ୟ
ଓଡିଶାରେ ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା ବୈଠକ

ଭୁବନେଶ୍ୱର: ଆଜି କଂଗ୍ରେସ ସମେତ ରାଜ୍ୟର ୧୭ ଗୋଟି ସମଭାବାପନ୍ନ ରାଜନୈତିକ ଦଳ (ବିଜେଡ଼ି ଓ ବିଜେପି ବ୍ୟତୀତ) ମୁଖ୍ୟମାନଙ୍କର ଏକ ବୈଠକ ରାଜ୍ୟ ଅତିଥି ଭବନ ଭୁବନେଶ୍ୱର ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନବନିଯୁକ୍ତ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଯୋଗଦେଇ ଥିଲେ। ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ ବୁଝାମଣା ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏହି ମେଂଟର ଅଧ୍ୟକ୍ଷ ଏବଂ ଶ୍ରୀ ପ୍ରସାଦ ହରିଚନ୍ଦନ ଇଣ୍ଡିଆମେଂଟ ଓଡ଼ିଶାର ଆବାହକ ଏବଂ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ନେଇ ଏକ ତିନିଜଣିଆ କମିଟି ସର୍ବସମ୍ମତିକ୍ରମେ ଗଠନ କରାଗଲା। ଉକ୍ତ କମିଟି ଅନ୍ୟ ରାଜନୈତିକ ଦଳମାନଙ୍କ ସହ ଏ ସମ୍ପର୍କରେ ଆସନ୍ତା ନିର୍ବାଚନ ପାଇଁ ଆସନ ବୁଝାମଣା ସଂପର୍କରେ ଆଲୋଚନା କରିବେ। ଆସନ୍ତା ଜାନୁଆରୀ ମାସ ୧୭ ତାରିଖ ପାଖରୁ ଇଣ୍ଡିଆ ମେଂଟର ସମସ୍ତ ନେତୃବୃନ୍ଦ ବସ ଯାତ୍ରା ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ପଂଚାୟତ, ବ୍ଲକ ଏବଂ ଜିଲ୍ଲାଗ୍ରସ୍ତ କରି ପ୍ରତ୍ୟେକ ଜିଲ୍ଲାରେ ଏବଂ ବ୍ଲକରେ ମିଳିତ ଭାବରେ ସଭାସମିତି କରିବେ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଗଲା। ଉଭୟ ବିଜେଡ଼ି ଓ ବିଜେପିର ଜନମାରଣ ନୀତି ଓ ନିଷ୍ପତିକୁ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରାଯିବ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ପକ୍ଷରୁ ଜୟଦେବ ଜେନା, ସିପିଏମର ଜନାର୍ଦ୍ଦନ ପତି, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଅଞ୍ଜଳି ସୋରେନ, ଦିଗମ୍ବର ନାୟକ, ସିପିଆଇଏମର ଅଳିକିଶୋର ପଟ୍ଟନାୟକ, ସିପିଆଇର ସନ୍ତୋଷ ମିଶ୍ର, ସମାଜବାଦୀ ପାର୍ଟିର ସଭାପତି ରବିନ୍ଦ୍ର ବେହେରା, ଏନ୍‌.ସି.ପିର ବିକ୍ରମ ସ୍ୱାଇଁ, ସିପିଆଇଏମଏଲର ଅଶୋକ ପ୍ରଧାନ, ସିପିଆଇଏମଏଲ ୟୁନାଇଟେ ଯୁଧିଷ୍ଠୀର ମହାପାତ୍ର, କ୍ରାନ୍ତିଦଳର ପ୍ରଭାସ ସାମନ୍ତରାୟ, ଜେଡ଼ିୟୁର ସରୋଜ କୁମାର ପୃଷ୍ଟି, ଚନ୍ଦ୍ରମଣି ନାୟକ, ଆରଜେଡ଼ିର ହରିଷ ମହାପାତ୍ର, ଆପର ସୌମ୍ୟରଞ୍ଜନ ସ୍ୱାଇଁ, ସିବାଜୀ ମୌଳିକ ପ୍ରମୁଖ ଉପସ୍ଥିତ ଥିଲେ।

Post Views: 37
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In