• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭାରତ ନିଜର ଐତିହ୍ୟକୁ ନେଇ ଗର୍ବିତ ଏବଂ ଏକ ନୂତନ ଶକ୍ତି ସହିତ ଆଗକୁ ବଢ଼ୁଛି: ମୋଦୀ

by Voice of Victims
February 27, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଭାରତ ନିଜର ଐତିହ୍ୟକୁ ନେଇ ଗର୍ବିତ ଏବଂ ଏକ ନୂତନ ଶକ୍ତି ସହିତ ଆଗକୁ ବଢ଼ୁଛି: ମୋଦୀ

ନୂଆଦିଲ୍ଲୀ: ମହାକୁମ୍ଭକୁ ‘ଏକତାର ମହାଯଜ୍ଞ’ ଭାବେ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ, ଭାରତ ନିଜର ଐତିହ୍ୟକୁ ନେଇ ଗର୍ବିତ ଏବଂ ଏକ ନୂତନ ଶକ୍ତି ସହିତ ଆଗକୁ ବଢ଼ୁଛି। ସେ କହିଛନ୍ତି ଯେ ଏହା ହେଉଛି ପରିବର୍ତ୍ତନର ଏକ ଯୁଗର ପ୍ରାରମ୍ଭ, ଯାହା ଦେଶର ନୂତନ ଭବିଷ୍ୟତକୁ ଲେଖିବାକୁ ପ୍ରସ୍ତୁତ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାକୁମ୍ଭରେ ବହୁ ସଂଖ୍ୟକ ଭକ୍ତଙ୍କ ଅଂଶଗ୍ରହଣ କେବଳ ଏକ ରେକର୍ଡ ନୁହେଁ, ବରଂ ଏହା ଆମ ସଂସ୍କୃତି ଓ ଐତିହ୍ୟକୁ ସୁଦୃଢ଼ ଓ ସମୃଦ୍ଧ କରିବା ନିମନ୍ତେ ଅନେକ ଶତାବ୍ଦୀ ପାଇଁ ଏକ ଦୃଢ଼ ମୂଳଦୁଆ ପକାଇଛି। ‘ଏକତାର ମହା କୁମ୍ଭ’ର ସଫଳ ସମାପନରେ ସନ୍ତୋଷ ବ୍ୟକ୍ତ କରି ଏବଂ ନାଗରିକମାନଙ୍କୁ ସେମାନଙ୍କ କଠିନ ପରିଶ୍ରମ, ପ୍ରୟାସ ଓ ସଂକଳ୍ପ ପାଇଁ ଧନ୍ୟବାଦ ଜଣାଇ ଶ୍ରୀ ମୋଦୀ ଏକ ବ୍ଲଗରେ ନିଜର ବିଚାର ଲେଖିଛନ୍ତି ଏବଂ ଏହାକୁ  ‘ଏକ୍ସ’ ରେ ସେୟାର କରିଛନ୍ତି –

‘‘ମହାକୁମ୍ଭ ସମାପନ ହୋଇଛି। ଏକତାର ମହାଯଜ୍ଞ ଶେଷ ହୋଇଛି। ପ୍ରୟାଗରାଜରେ ସମ୍ପୂର୍ଣ୍ଣ ୪୫ ଦିନ ଧରି ଏକତାର ଏହି ଭବ୍ୟ ସମାରୋହରେ, ୧୪୦ କୋଟି ନାଗରିକଙ୍କର ଆସ୍ଥା ଗୋଟିଏ ସମୟରେ ଏହି ଗୋଟିଏ ମହୋତ୍ସବରେ ଏକତ୍ରିତ ହୋଇଛି, ଏହା ବାସ୍ତବରେ ଅତ୍ୟନ୍ତ ଅଭିଭୂତ କରିଥାଏ! ମହାକୁମ୍ଭ ସମାପ୍ତ ହେବା ପରେ ମନରେ ଆସିଥିବା ବିଚାରକୁ ମୁଁ ଲେଖିବାକୁ ଚେଷ୍ଟା କରିଛି।

‘‘ମହାକୁମ୍ଭରେ ବହୁ ସଂଖ୍ୟକ ଭକ୍ତଙ୍କ ଅଂଶଗ୍ରହଣ କେବଳ ଏକ ରେକର୍ଡ ନୁହେଁ, ବରଂ ଏହା ଆମ ସଂସ୍କୃତି ଓ ଐତିହ୍ୟକୁ ସୁଦୃଢ଼ ଓ ସମୃଦ୍ଧ କରିବା ପାଇଁ ଅନେକ ଶତାବ୍ଦୀ ନିମନ୍ତେ ଏକ ଦୃଢ଼ ମୂଳଦୁଆ ପକାଇଛି।’’

‘‘ପ୍ରୟାଗରାଜର ମହାକୁମ୍ଭ ଆଜି ସାରା ବିଶ୍ୱରେ ପରିଚାଳନା ପେସାଦାର ତଥା ଯୋଜନା ଏବଂ ନୀତି ବିଶେଷଜ୍ଞମାନଙ୍କ ପାଇଁ ଗବେଷଣାର ବିଷୟ ପାଲଟିଛି।’’

‘‘ନିଜର ଐତିହ୍ୟକୁ ନେଇ ଗର୍ବ କରୁଥିବା ଭାରତ ଆଜି ଏକ ନୂତନ ଶକ୍ତି ସହିତ ଆଗକୁ ବଢ଼ୁଛି। ଏହା ହେଉଛି ପରିବର୍ତ୍ତନର ଯୁଗ, ଯାହା ଦେଶ ପାଇଁ ଏକ ନୂତନ ଭବିଷ୍ୟତ ଲେଖିବାକୁ ଯାଉଛି।’’

‘‘ସମାଜର ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ଅଞ୍ଚଳର ଲୋକମାନେ ଏହି ମହାକୁମ୍ଭରେ ଏକଜୁଟ ହୋଇଥିଲେ। ଏକ ଭାରତ ଶ୍ରେଷ୍ଠ ଭାରତର ଏହି ସ୍ମରଣୀୟ ଦୃଶ୍ୟ କୋଟି କୋଟି ଦେଶବାସୀଙ୍କ ମଧ୍ୟରେ ଆତ୍ମବିଶ୍ୱାସପୂର୍ଣ୍ଣ ଅନୁଭୂତିର ପର୍ବ ପାଲଟିଥିଲା।

‘‘ଦେଶବାସୀଙ୍କ କଠିନ ପରିଶ୍ରମ, ସେମାନଙ୍କ ପ୍ରୟାସ, ଏକତାର ମହାକୁମ୍ଭକୁ ସଫଳ କରିବା ପାଇଁ ସେମାନଙ୍କ ସଂକଳ୍ପ ଦ୍ୱାରା ଅଭିଭୂତ ହୋଇ ମୁଁ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ, ଶ୍ରୀ ସୋମନାଥଙ୍କୁ ଦର୍ଶନ କରିବାକୁ ଯିବି। ଶ୍ରଦ୍ଧା ରୂପୀ ସଂକଳ୍ପ ପୁଷ୍ପକୁ ଉତ୍ସର୍ଗ କରିବା ସମୟରେ ମୁଁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରାର୍ଥନା କରିବି। ଦେଶବାସୀଙ୍କ ମଧ୍ୟରେ ଏକତାର ଏହି ନିରବଚ୍ଛିନ୍ନ ଧାରା ଏହିପରି ପ୍ରବାହିତ ହେଉ ବୋଲି ମୁଁ କାମନା କରୁଛି।’’

Post Views: 39
Share197Tweet123Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In