• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ସ୍ପଷ୍ଟ ଭାବେ ପ୍ରେସକ୍ରିପ୍‌ସନ ଲେଖିବାକୁ ସର୍କୁଲାର କର

by Voice of Victims
January 7, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ସ୍ପଷ୍ଟ ଭାବେ ପ୍ରେସକ୍ରିପ୍‌ସନ ଲେଖିବାକୁ ସର୍କୁଲାର କର

ଭୁବନେଶ୍ବର:ଡାକ୍ତରମାନେ ଅସ୍ପଷ୍ଟଭାବେ ପ୍ରେସକ୍ରିପ୍‌ସନ ଲେଖୁଥିବାରୁ ଅନେକ ସମୟରେ ଏନେଇ ବିଭିନ୍ନ ସମସ୍ୟା ଉପୁଜୁଛି । ଏଣୁ ଡାକ୍ତରମାନେ ଯେପରି ସ୍ପଷ୍ଟ ଅକ୍ଷରରେ ପ୍ରେସକ୍ରିପ୍‌ସନ ଲେଖିବେ ସେଥି ପାଇଁ ସର୍କୁଲାର ଜାରି କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏସଂକ୍ରାନ୍ତ ଏକ ମାମଲାର ଶୁଣାଣିକରି ବିଚାରପତି ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ବିଧିବଦ୍ଧ ଭାବେ ସର୍କୁଲାର ଜାରି କରି ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର, ଘରୋଇ କ୍ଲିନିକ୍‌, ମେଡିକାଲ କଲେଜ ଓ ହସ୍ପିଟାଲକୁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ଅସ୍ପଷ୍ଟ ହସ୍ତାକ୍ଷର ଯୋଗୁଁ କେବଳ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉନାହାନ୍ତି ବରଂ ଏହା ଦ୍ୱାରା ମେଡିକୋ-ଲିଗାଲ ଡକ୍ୟୁମେଣ୍ଟ୍‌ସ ମଧ୍ୟ ବିଶେଷ ଭାବେ ପ୍ରଭାବିତ ହେଉଛି । ଏହି ଅସ୍ପଷ୍ଟ ଡକ୍ୟୁମେଣ୍ଟ୍‌ସ ଗୁଡିକ ଦ୍ୱାରା ତଦନ୍ତ ଓ କୋର୍ଟରେ ବିଚାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି କୋର୍ଟ ଦର୍ଶାଇଛନ୍ତି । ମେଡିକାଲ୍ କାଉନସିଲ୍ ଅଫ ଇଣ୍ଡିଆ ୨୦୧୬ ମସିହା ସେପ୍େଟମ୍ବର ୨୧ ତାରିଖ ଦିନ ମେଡିକାଲ୍ କାଉନସିଲ୍ ଆକ୍ଟ-୧୯୫୬ର ଧାରା ୩୩ ଅନୁଯାୟୀ ଏ ସମ୍ପର୍କିତ ଏକ ବିଜ୍ଞପ୍ତି ଜାରି କରିଥିଲେ । ମାମଲାର ବିବରଣୀରୁ ପ୍ରକାଶ୨୦୧୫ ମସିହା ଜୁଲାଇ ମାସରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ କଣସରା ଗାଁର ସୌଭାଗ୍ୟ ରଂଜନ ଭୋଇଙ୍କର ସାପ କାମୁଡାରେ ମୃତ୍ୟୁ ହୋଇଥିଲା । ଏଣୁ କ୍ଷତିପୂରଣ ପାଇଁ ତାଙ୍କ ପରିବାର ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରାଯାଇଥିଲା । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ହସ୍ତାକ୍ଷର ସ୍ପଷ୍ଟ ନଥିବାରୁ କ୍ଷତିପୂରଣ ରାଶି ମିଳି ନଥିଲା । ଏହାକୁ ଚ୍ୟାଲେଞ୍ଜ କରି ମୃତକଙ୍କ ପିତା ରସାନନ୍ଦ ଭୋଇ ହାଇକୋର୍ଟରେ ଏକ ରିଟ୍ ପିଟିସନ ଦାଖଲ କରିଥିଲେ । ହାଇକୋର୍ଟ ଏହି ମାମଲାର ଶୁଣାଣି ସମୟରେ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କୁ କୋର୍ଟରେ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦେବା ସହ ଆବେଦନକାରୀଙ୍କୁ ମାସକ ମଧ୍ୟରେ ସହାୟତା ରାଶି ଦେବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Post Views: 41
Share199Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In