• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

କାର୍ଗିଲ୍‌ରେ ସି-୧୩୦ ବିମାନର ସଫଳ ନାଇଟ୍ ଲ୍ୟାଣ୍ଡିଂ

by Voice of Victims
January 7, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର
କାର୍ଗିଲ୍‌ରେ ସି-୧୩୦ ବିମାନର ସଫଳ ନାଇଟ୍ ଲ୍ୟାଣ୍ଡିଂ

କାର୍ଗିଲ: ଭାରତୀୟ ବାୟୁସେନା ପୁଣିଥରେ ଏକ ଅସାଧ୍ୟ କାର୍ଯ୍ୟକୁ ସଫଳତାପୂର୍ବକ କରିଦେଖାଇଛି । ପ୍ରଥମ ଥର ପାଇଁ ବାୟୁସେନା ମଧ୍ୟରାତ୍ରରେ ଲଦାଖର କାର୍ଗିଲ୍ ଅଞ୍ଚଳରେ ଥିବା ଏୟାରଷ୍ଟ୍ରିପ୍‌ରେ ସି-୧୩୦ ଜେ ସୁପର ହୁର୍କ୍ୟୁଲେସ୍ ଭଳି ଓଜନଦାର ତଥା ସାମରିକ ପରିବହନ ବିମାନର ସୁରକ୍ଷିତ ଅବତରଣ କରିଛି । ରାତି ସମୟରେ ଅବତରଣ କରିଥିବା ଏହି ହର୍କ୍ୟୁଲେସ୍ ବିମାନରେ ବାୟୁସେନା କମାଣ୍ଡୋଙ୍କୁ କାର୍ଗିଲ ଅଭିମୁଖେ ନିଆଯାଇଥିଲା ଏବଂ ସେଠାରେ ଏହି କମାଣ୍ଡୋମାନେ ସାମରିକ ଅଭ୍ୟାସ (ଟେରେନ୍ ମାସ୍‌କିଂ ଏକ୍ସରସାଇଜ୍‌) କରିଥିଲେ । ଜରୁରିକାଳୀନ ପରିସ୍ଥିତିରେ କିପରି ତୁରନ୍ତ ସେନା କାର୍ଯ୍ୟାନୁଷ୍ଠାନ କରାଯାଇପାରିବ ସେନେଇ ଏକ ପ୍ରଶିକ୍ଷଣ ଭିତ୍ତିକ କାର୍ଯ୍ୟକ୍ରମର ଏହା ଏକ ଅଂଶବିଶେଷ ଥିଲା । ରାତି ସମୟରେ ହର୍କ୍ୟୁଲେସ୍ ଭଳି ବିମାନକୁ କାର୍ଗିଲ ଭଳି ଅତ୍ୟନ୍ତ ବିପଦଜନକ ତଥା ଦୁର୍ଗମ ଅଞ୍ଚଳରେ ଅବତରଣ କରାଇବା ବାୟୁସେନା ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଥିଲା । କିନ୍ତୁ ଏହାକୁ ସଫଳତାର ସହ କରିଦେଖାଇଛି ବାୟୁସେନା । ଏହାକୁ ବାୟୁସେନାର ଐତିହାସିକ ସଫଳତା ଭାବେ ବିବେଚନା କରାଯାଉଛି । ଭାରତୀୟ ବାୟୁସେନା ଏହି ଐତିହାସିକ ମୁହୂର୍ତ୍ତର (ରାତି ସମୟରେ ବିମାନ ଅବତରଣ କରାଯିବା) ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛି, ଯାହାକୁ ଦେଶବାସୀ ବେଶ୍ ପସନ୍ଦ କରିବା ସହ ତାରିଫ୍ ମଧ୍ୟ କରୁଛନ୍ତି । ଭିଡିଓ ଜାରି କରିବା ସହ ବାୟୁସେନା ଉଲ୍ଲେଖ କରିଛି ଯେ, ଏହା ପ୍ରଶିକ୍ଷଣ ମିଶନ୍ ଥିଲା, ଯାହାକୁ ସଫଳତାର ସହ କରାଯାଇଛି । ତେବେ ରାଷ୍ଟ୍ରାୟତ୍ତ ସୁରକ୍ଷା ଦୃଷ୍ଟିକୋଣରୁ ଏପ୍ରକାର ଏକ ମିଶିନ ସମ୍ପର୍କରେ ଅଧିକ କିଛି ସୂଚନା ଦେବା ସମ୍ଭବ ନୁହେଁ । କିନ୍ତୁ ଏହି ସଫଳ ପରୀକ୍ଷଣ ଦ୍ୱାରା ଆଗାମୀ ଦିନରେ କାର୍ଗିଲ୍ ଭଳି ଦୁଃସାଧ୍ୟ ଅଞ୍ଚଳରେ ମଧ୍ୟ ରାତି ସମୟରେ ସୀମାରେ ପାଟ୍ରୋଲିଂ ତଥା ଶତ୍ରୁପକ୍ଷ ଉପରେ ଆକ୍ରମଣ କରିବା ସମ୍ଭବ ହୋଇପାରିବ ବୋଲି ଏୟାରଫୋର୍ସ ପକ୍ଷରୁ କୁହାଯାଇଛି । ଏନେଇ ବାୟୁସେନା କମାଣ୍ଡୋଙ୍କୁ ଟ୍ରେନିଂ ମଧ୍ୟ ଦିଆଯାଇଛି । ଲଦାଖ ପଟେ ରହିଥିବା କାର୍ଗିଲ ଅଞ୍ଚଳରେ ଥିବା ଏୟାରଷ୍ଟ୍ରିପ୍ ସମୁଦ୍ର ପତ୍ତନ ଠାରୁ ପ୍ରାୟ ୮୮୦୦ ଫୁଟ୍‌ରୁ ମଧ୍ୟ ଉଚ୍ଚସ୍ଥାନରେ ରହିଛି । ଏହି ଅଞ୍ଚଳ ବଡ଼ ବଡ଼ ପାହାଡ ଏବଂ ଘଞ୍ଚ ଜଙ୍ଗଲ ଦ୍ୱାରା ଘେରି ହୋଇ ରହିଛି । ଏପରିସ୍ଥିତିରେ ଏଠାରେ ଦିନ ସମୟରେ ମଧ୍ୟ କୌଣସି ବିମାନକୁ ଲ୍ୟାଣ୍ଡିଂ କରାଇବା ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ । ରାତି ସମୟରେ ତ ଏସବୁ ସମ୍ପୂର୍ଣ୍ଣ ଅସମ୍ଭବ ପ୍ରକ୍ର୍ରିୟା ବୋଲି ଚିନ୍ତା କରାଯାଏ । ବିଶେଷଜ୍ଞଙ୍କ ଅନୁସାରେ ରାତି ସମୟରେ ଏଠାରେ ବିମାନ ଅବତରଣ କରାଇବାକୁ ହେଲେ ପାହାଡ ଠାରୁ ବିମାନକୁ ସୁରକ୍ଷିତ ରଖିବା ସହ କେବଳ ନାଭିଗେସନ୍ ଭରସାରେ ହିଁ ବିମାନକୁ ଅବତରଣ କରିବାକୁ ପଡିଥାଏ, ଯାହାକି ଅତ୍ୟନ୍ତ ଚ୍ୟାଲେଞ୍ଜପୂର୍ଣ୍ଣ । ପ୍ରକାଶ, ଗତବର୍ଷ ନଭେମ୍ବର ମାସରେ ଭାରତୀୟ ବାୟୁସେନା ଉତ୍ତରାଖଣ୍ଡର ଏକ ଅଳ୍ପ ବିକଶିତ ଓ ଅବ୍ୟବହୃତ ଏୟାରଷ୍ଟ୍ରିପ୍‌ରେ ନିଜର ଦୁଇଟି ସି ୧୩୦ ଜେ ସୁପର ହର୍କ୍ୟୁଲେସ୍ ସାମରିକ ପରିବହନ ବିମାନକୁ ସଫଳତାର ସହ ଅବରତଣ କରିଥିଲା । ଖରାପ ପାଗରେ ନିକଟସ୍ଥ ନିର୍ମାଣାଧୀନ ପର୍ବତ ସୁଡଙ୍ଗ ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଭାରୀ ଇଞ୍ଜିନିୟରିଂ ଉପକରଣ ପହଞ୍ଚାଇବା ପାଇଁ ଏହି ଅଭିଯାନ କରାଯାଇଥିଲା । ସୂଚନାଯୋଗ୍ୟ ଗତ ୬୯ ବର୍ଷ ଧରି ସି-୧୩୦ ବିମାନ ଭାରତୀୟ ବାୟୁସେନା ପାଇଁ ସେବା ଦେଇ ଆସୁଛି । ୪ ଇଞ୍ଜିନ୍ ବିଶିଷ୍ଟ ଏହି ବିମାନ ୧୯୫୪ରେ ପ୍ରଥମ ଥର ପାଇଁ ଉଡାଣ ଭରିଥିଲା । ସେନାବାହିନୀରେ ଏହା ମୁଖ୍ୟତଃ ଏକ ସାମରିକ ପରିବହନ ବିମାନ ଭାବେ ହିଁ ବ୍ୟବହୃତ ହୋଇଥାଏ । ଆମେରିକୀୟ କମ୍ପାନୀ ଲକ୍‌ହିଡ୍ ମାର୍ଟିନ୍ ଏହି ବିମାନର ନିର୍ମାତା ରହିଥିବା ବେଳେ ଏହାକୁ ପରବର୍ତ୍ତୀ ସମୟରେ ଅପଗ୍ରେଡ୍ କରାଯାଇ ସି-୧୩୦ରୁ ସି-୧୩୦ ଜେ ରୂପରେ ରୂପାନ୍ତରିତ କରାଯାଇଛି । ସମ୍ପ୍ରତି ଭାରତ ସମେତ ପ୍ରାୟ ୨୦ଟି ରାଷ୍ଟ୍ର ଏହି ସାମରିକ ବିମାନକୁ ବ୍ୟବହାର କରୁଛନ୍ତି । ଏକକାଳୀନ ୮୦ରୁ ଅଧିକ ସଶସ୍ତ୍ର ସୈନିକଙ୍କ ସହ ୨୦ଟନ୍ ଓଜନର ସାମଗ୍ରୀ ବହନ କରିବାର ସାମର୍ଥ୍ୟ ରଖୁଥିବା ହର୍କ୍ୟୁଲେସ୍ ବିମାନର ଘଣ୍ଟାପ୍ରତି ବେଗ ୬୪୪ କିମି ରହିଛି । ସେହିପରି ଏହି ବିମାନ କମ୍ ଉଚ୍ଚତାରେ ମଧ୍ୟ ଉଡାଣ କରିବାରେ ସକ୍ଷମ । ଏହି ବିମାନକୁ ଟେକ୍‌ଅପ୍ କରିବା କିମ୍ବା ଲ୍ୟାଣ୍ଡିଂ କରିବା ପାଇଁ ରନ୍‌ୱେର ମଧ୍ୟ ଆବଶ୍ୟକତା ପଡ଼ିନଥାଏ ।

Post Views: 33
Share197Tweet123Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In