• About Us
  • Contact Us
Thursday, September 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବିହାର ସମସ୍ତିପୁରରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ; ଭିଡିଓ ଭାଇରାଲ, ୪ ଅଭିଯୁକ୍ତ ଗିରଫ

by Voice of Victims
September 24, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ବିହାର ସମସ୍ତିପୁରରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ; ଭିଡିଓ ଭାଇରାଲ, ୪ ଅଭିଯୁକ୍ତ ଗିରଫ

ପାଟନା: ବିହାରର ଜମୁଇରେ ନାବାଳିକାଙ୍କ ପ୍ରତି ଅସଦାଚରଣ ମାମଲା ଥଣ୍ଡା ନ ପଡ଼ୁଣୁ, ସମସ୍ତିପୁର ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସମସ୍ତିପୁର ଜିଲ୍ଲା ଅନ୍ତର୍ଗତ କର୍ପୂରୀଗ୍ରାମ ଥାନା ଅଞ୍ଚଳର ଜଗତସିଂହପୁର ଗ୍ରାମରେ ଜଣେ ଯୁବତୀଙ୍କ ସହ କିଛି ଯୁବକ ଦୁର୍ବ୍ୟବହାର, ଗାଳିଗୁଲଜ ଏବଂ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହି ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ପ୍ରଶାସନ ତତ୍ପର ହୋଇଉଠିଛି । ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଜଣେ ଯୁବତୀ ଜଣେ ଯୁବକଙ୍କ ସହ ଜଗତସିଂହପୁର ଗ୍ରାମର ବନ୍ଧ ବାଇପାସ୍‌ ରୋଡ୍ ଦେଇ ଯାଉଥିଲେ । ସେହି ସମୟରେ ଯୁବତୀ ଜଣକ ରାସ୍ତାରେ ଅଟକି ଫଟୋ କ୍ୟାପଚର୍‌ କରୁଥିଲେ । ଅଭିଯୋଗ ହୋଇଛି ଯେ, ସେହି ସମୟରେ ସ୍ଥାନୀୟ କିଛି ଯୁବକ ସେଠାରେ ପହଞ୍ଚି ଯୁବତୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ପ୍ରତି ଅଭଦ୍ର ଆଚରଣ ଏବଂ ‘ବ୍ୟାଡ୍‌ ଟଚ୍‌’ କରିଥିଲେ ।

ଭିଡିଓ ଭାଇରାଲ ହେବା ପରେ ହଟ୍ଟଗୋଳ:

ଘଟଣାସ୍ଥଳରେ ଉପସ୍ଥିତ ଜଣେ ବ୍ୟକ୍ତି ଏହି ସମଗ୍ର ବର୍ବରତାକୁ ନିଜ ମୋବାଇଲରେ କଏଦ୍ କରିଥିଲେ । କିଛି ସମୟ ମଧ୍ୟରେ ଏହି ଭିଡିଓଟି ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହୋଇଯାଇଥିଲା । ଭିଡିଓ ସାମ୍ନାକୁ ଆସିବା ପରେ ମାମଲା ସିଧାସଳଖ ପୁଲିସ ନିକଟରେ ପହଞ୍ଚିଥିଲା ଏବଂ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା । ଭାଇରାଲ ଭିଡିଓକୁ ଆଧାର କରି ସମସ୍ତିପୁର ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗତକାଲି ବିଳମ୍ବିତ ରାତିରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଘଟଣାରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ସେମାନଙ୍କର ଘରୁ ଗିରଫ କରିଛି । ଏହା ସହିତ ଅଭିଯୁକ୍ତଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରାଯାଇ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

“କାହାକୁ ଛଡ଼ାଯିବ ନାହିଁ”: ଏସ୍‌ପି

ଏହି ଅତି ସମ୍ବେଦନଶୀଳ ମାମଲାକୁ ନେଇ ସମସ୍ତିପୁର ଏସ୍‌ପି ଅରବିନ୍ଦ ପ୍ରତାପ ସିଂହ କହିଛନ୍ତି ଯେ, ଘଟଣାଟି ଅତ୍ୟନ୍ତ ଗମ୍ଭୀର ଏବଂ ଦୋଷୀମାନଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ । ପୁଲିସ ଘଟଣାସ୍ଥଳ, ଭିଡିଓର ସତ୍ୟତା ଏବଂ ସେଥିରେ ଦୃଶ୍ୟମାନ ହେଉଥିବା ଅନ୍ୟ ଲୋକଙ୍କ ପରିଚୟ ନେଇ ଗଭୀର ତଦନ୍ତ ଜାରି ରଖିଛି । ପୁଲିସର ସମ୍ପୂର୍ଣ୍ଣ ତଦନ୍ତ ପରେ ହିଁ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ତାହା ସ୍ପଷ୍ଟ ହେବ ।

Post Views: 2
Share196Tweet123Send
Voice of Victims

Voice of Victims

Recent Posts

  • ବିହାର ସମସ୍ତିପୁରରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ; ଭିଡିଓ ଭାଇରାଲ, ୪ ଅଭିଯୁକ୍ତ ଗିରଫ
  • ଚଳନ୍ତା ବସରେ ଭୟଙ୍କର ଅଗ୍ନିକାଣ୍ଡ, ୯ ମୃତ
  • କଟକରେ ପନିରକୁ ନେଇ ବଡ଼ ଖୁଲାସା, ମିଶୁଛି ମଇଦା ଓ ଡିଟରଜେଣ୍ଟ
  • ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ, ଦକ୍ଷିଣ ଓଡ଼ିଶାରେ ଝଡ଼ବର୍ଷାର ତାଣ୍ଡବ
  • ଗୀତା ପରିବାର ପକ୍ଷରୁ ସମ୍ପୂର୍ଣ୍ଣ ଗୀତା ପାରାୟଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In