• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଜାମିନ

by Voice of Victims
March 4, 2025
in ଦେଶ ବିଦେଶ, ମୁଖ୍ୟ ଖବର
କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଜୁନିଅର କୁସ୍ତିଯୋଦ୍ଧା ସାଗର ଧନଖଡ଼ଙ୍କ ହତ୍ୟାକାଣ୍ଡ ମାମଲାରେ ଦିଲ୍ଲୀ ହାଇକୋର୍ଟ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଜାମିନ ଦେଇଛନ୍ତି । ସୁଶୀଲ କୁମାରଙ୍କୁ ହାଇକୋର୍ଟ ୫୦ ଟଙ୍କାର ବଣ୍ଡରେ ଜାମିନ ଦେଇଛନ୍ତି । ସୁଶୀଲ କୁମାରଙ୍କୁ ୨୦୨୧ ମଇରେ ହତ୍ୟା ମାମଲାରେ ଗିରଫ କରାଯାଇଥିଲା । ଏହାପୂର୍ବରୁ ଜୁଲାଇ ୨୦୨୩ରେ ସୁଶୀଲଙ୍କୁ ୭ ଦିନ ପାଇଁ ଅନ୍ତରୀଣ ଜାମିନ ମିଳିଥିଲା । ଦିଲ୍ଲୀର ରୋହିଣୀ କୋର୍ଟ ଜାମିନ ଦେଇ କହିଥିଲେ କି, ୭ ଦିନର ଜାମିନ ଅବଧିରେ ତାଙ୍କ ସହିତ ଦୁଇଜଣ ସୁରକ୍ଷାକର୍ମୀ ୨୪ ଘଣ୍ଟା ରହିବେ । ଏହି ଜାମିନ ୨୩ ଜୁଲାଇରୁ ୩୦ ଜୁଲାଇ ପର୍ଯ୍ୟନ୍ତ ମିଳିଥିଲା । ଏଥିପାଇଁ ୧ ଲକ୍ଷ ଟଙ୍କାର ନିଜ ମୁଚଲିକା ଦେବାକୁ ପଡିଥିଲା । ଏହି ସମୟରେ ସୁଶୀଲ ସାକ୍ଷୀଙ୍କୁ ନ ଧମକାଇବା ଏବଂ ପ୍ରମାଣ ନଷ୍ଟ ନ କରିବା ପାଇଁ କହିଥିଲେ । ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟ୍ ଅନୁଯାୟୀ, ସୁଶୀଲ କୁମାର କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଥିଲେ । ତେଣୁ ସୁଶୀଲ କୁମାର ଛତ୍ରସାଲ ଷ୍ଟାଡିୟମରେ କୁସ୍ତିଯୋଦ୍ଧା ଖେଳ ଆୟୋଜନ କରିଥିଲେ । ଏହି ସମୟରେ ଜୁନିଅର କୁସ୍ତିଯୋଦ୍ଧା ସାଗର ଧନଖଡଙ୍କ ଜୀବନ ଚାଲିଯାଇଥିଲା । ତେଣୁ ସୁଶୀଲ କୁମାରଙ୍କ ଗିରଫ କରାଯାଇଥିଲା । ସୁଶୀଲଙ୍କ ବ୍ୟତୀତଙ୍କ ୨୩ ବର୍ଷୀୟ ସାଗରଙ୍କୁ ହତ୍ୟା କରିବାରେ ତାଙ୍କ ସାଙ୍ଗ ସୋନୁ ଏବଂ ଅନ୍ୟ ୩ ଜଣଙ୍କ ହାତ ରହିଛି । ଏହି ଆକ୍ରମଣ ୨୦୨୧ ମଇ ୪ ତାରିଖରେ ହୋଇଥିଲା । ଆହତ ହେବା କାରଣରୁ ସାଗରଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ସୁଶୀଲ କୁମାରଙ୍କୁ ଦିଲ୍ଲୀ ପୋଲିସ ଗିରଫ କରି ରୋହିଣୀ କୋର୍ଟକୁ ପଠାଇଥିଲା । ଅକ୍ଟୋବର ୨୦୨୧ରେ ଜେଲ ପଠାଯାଇଥିଲା । ଦୁଇ ଥର ଅଲମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାର ନିଜ କ୍ୟାରିଅର ଆରମ୍ଭ ଛତ୍ରସାଲ ଷ୍ଟାଡିୟମ ଅଖାଡାରୁ କରିଥିଲେ । ସେତେବେଳେ ତାଙ୍କ ବୟସ ୧୪ ବର୍ଷ ରହିଥିଲା । ରେସିଲିଂରେ ତାଙ୍କ ପ୍ରଦର୍ଶନ ଦେଖି ତାଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ମଧ୍ୟଦିଆଯାଇଥିଲା । ୨୦୧୪ ଏବଂ ୨୦୧୮ କମନୱେଲଥ ଗେମରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

Post Views: 109
Share199Tweet125Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In