• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପାକିସ୍ତାନ ଟ୍ରେନ ଅପହରଣ : ପାକିସ୍ତାନୀ ସେନାକୁ ବଡ଼ ସଫଳତା, ମୁକୁଳିଲେ ୧୫୫ ପଣବନ୍ଦୀ

by Voice of Victims
March 12, 2025
in ଦେଶ ବିଦେଶ, ମୁଖ୍ୟ ଖବର
ପାକିସ୍ତାନ ଟ୍ରେନ ଅପହରଣ : ପାକିସ୍ତାନୀ ସେନାକୁ ବଡ଼ ସଫଳତା, ମୁକୁଳିଲେ ୧୫୫ ପଣବନ୍ଦୀ

ନୂଆଦିଲ୍ଲୀ: ପାକିସ୍ତାନରେ ଟ୍ରେନ ହାଇଜ୍ୟାକ ମାମଲାରେ ପାକିସ୍ତାନୀ ସେନା ବଡ଼ ସଫଳତା ମିଳିଛି । ବାଲୁଚ ବିଛିନ୍ନତାବାଦୀଙ୍କ କବଳରୁ ମୁକୁଳିଲେ ୧୫୫ ପଣବନ୍ଦୀ । ମୁକୁଳିଥିବା ପଣବନ୍ଦୀଙ୍କ ଭିତରେ ଅଛନ୍ତି ଅନେକ ମହିଳା ଓ ଶିଶୁ । ଏବେବି ପାଖାପାଖି ୧୦୦ ଯାତ୍ରୀଙ୍କ ମୁଣ୍ଡ ଜାମିନ୍ ରଖିଛି ବାଲୁଚ ଲିବରେସନ ଆର୍ମି । ପାକିସ୍ତାନରେ ପାସେଞ୍ଜର ଟ୍ରେନକୁ ହାଇଜ୍ୟାକ କରି ଯାତ୍ରୀଙ୍କୁ ମୁଣ୍ଡ ଜାମିନ ରଖିଛି ବାଲୁଚ ଲିବରେସନ ଆର୍ମୀ । ବେଲୁଚିସ୍ତାନ ପ୍ରଦେଶରେ ୪୦୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ଟ୍ରେନକୁ ଗତକାଲି ଅପହରଣ କରି ନେଇଥିଲେ ବିଚ୍ଛିନ୍ନତାବାଦୀ । ବେଲୁଚିସ୍ତାନର କ୍ବେଟାରୁ ପେଶାୱାର ଯାଉଥିଲା ଜାଫର ଏକ୍ସପ୍ରେସ । ୯ଟି ବଗିରେ ଥିଲେ ୪୦୦ରୁ ଅଧିକ ଯାତ୍ରୀ । ଟ୍ରେନ ଉପରେ ଗୁଳିମାଡ଼ କରି ନିଜ କବଜାକୁ ନେଇଥିଲା ବିଏଲଏ । ମୁକୁଳିଥିବା ପଣବନ୍ଦୀଙ୍କ ଭିତରେ ଅଛନ୍ତି ଅନେକ ମହିଳା ଓ ଶିଶୁ । ଏଥିରେ ୧୧ ଜଣ ଶିଶୁ ରହିଛନ୍ତି ।

ପାକିସ୍ତାନ ସେନା ପହଞ୍ଚି କାଉଣ୍ଟର ଅପରେସନ ଆରମ୍ଭ କରିଥିଲା । ରାତି ତମାମ ଚାଲିଥିଲା ଲଢ଼େଇ । ସମସ୍ତ ବନ୍ଧକକୁ ଉଦ୍ଧାର କରିବା ପାଇଁ ପାକିସ୍ତାନ ଉଭୟ ଆକାଶ ଓ ସ୍ଥଳଭାଗରୁ ଅପରେସନ ଆରମ୍ଭ କରିଛନ୍ତି । ଏଥିରେ ହେଲିକପ୍ଟର ଓ ଡ୍ରେନର ବ୍ୟବହାର କରାଯାଉଛି ।  ବିଛିନ୍ନତାବାଦୀଙ୍କ ଗୁଳିମାଡ଼ରେ ପାକିସ୍ତାନ ସେନାର ୩୦ ଜଣ ଯବାନଙ୍କ ମୃତ୍ୟୁ ଘଟିଛି । ଗୁଳି ମାଡ଼ରେ ୨୭ ଜଣ ଅପହର୍ତ୍ତାଙ୍କ ମୃତ୍ୟୁ ହୋଇଛି । ପଣବନ୍ଦୀଙ୍କ ବଦଳରେ ରାଜନୈତିକ ବନ୍ଦୀଙ୍କ ମୁକ୍ତି ସହ ପାକିସ୍ତାନ ସେନା ଅପହରଣ କରିଥିବା ନିଖୋଜ ବ୍ୟକ୍ତିଙ୍କ ମୁକ୍ତି ଦାବି କରିଛି ବାଲୁଚ ଲିବରେସନ୍ ଆର୍ମି । ଦୀର୍ଘ ଦିନ ଧରି ସ୍ବତନ୍ତ୍ର ରାଷ୍ଟ୍ର ଦାବି କରି ଆସୁଛି ବଲୋଚ୍ ଆର୍ମି । ଏହାକୁ ନେଇ ବିଭିନ୍ନ ସମୟରେ ଆକ୍ରମଣ କରୁଛି । ଏବେ ସମ୍ପୂର୍ଣ୍ଣ ଟ୍ରେନ୍ ଅପହରଣ କରି ନେଇଛି ବଲୋଚ୍ ଆର୍ମି, ବିଏଲଏ ।

Post Views: 56
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In