• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପହିଲାରୁ ବଢିବ ବୋଝ, ଭାରତ ଉପରେ ପାଲଟା ଟିକସ ଲାଗୁ କରିବ ଆମେରିକା

by Voice of Victims
March 22, 2025
in ଦେଶ ବିଦେଶ, ମୁଖ୍ୟ ଖବର
ପହିଲାରୁ ବଢିବ ବୋଝ, ଭାରତ ଉପରେ ପାଲଟା ଟିକସ ଲାଗୁ କରିବ ଆମେରିକା

ନୂଆଦିଲ୍ଲୀ: ଏପ୍ରିଲ ୨ରୁ ଭାରତ ଉପରେ ପାଲଟା ଟିକସ ଲାଗୁ କରିବ ଆମେରିକା । ଏ ନେଇ ଗୁରୁବାର ସ୍ପଷ୍ଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ । ଏହା ଦ୍ୱାରା ଭାରତର କୃଷି ଏବଂ ଫାର୍ମା  ସାମଗ୍ରୀ ରପ୍ତାନି କ୍ଷତିଗ୍ରସ୍ତ ହେବ । ଏସବୁ  ସାମଗ୍ରୀ ଉପରେ ଉଚ୍ଚ ହାରରେ ଶୁଳ୍କ କଷିବ ଆମେରିକା । ଆମେରିକା ଭିତ୍ତିକ ବ୍ରେଟବାର୍ଟ ନ୍ୟୁଜକୁ  ଏକ ସାକ୍ଷାତକାରରେ ଟ୍ରମ୍ପ କହିଲେ, ଭାରତ  ସହ ଦ୍ୱିପାକ୍ଷିକ ସମ୍ପର୍କ ବେଶ ଭଲ ରହିଛି । 

ମାତ୍ର ବିଶ୍ୱର ଅନ୍ୟ କୌଣସି ଦେଶ ତୁଳନାରେ ଭାରତ ସର୍ବୋଚ୍ଚ ଟିକସ ଲାଗୁ କରିଛି । ଧୀରେ ଧୀରେ ଭାରତ ଟିକସ  କମାଇବ ବୋଲି ଆଶା ରହିଛି । ମାତ୍ର ସେମାନେ ଯେଭଳି ଆମ ଉପରେ ଉଚ୍ଚ ମାତ୍ରାରେ ଟିକସ କଷୁଛନ୍ତି ଏପ୍ରିଲ ୨ରେ  ଆମେ ସମାନ ଟିକସ ଲାଗୁ କରିବୁ ।  ନିକଟରେ ବାଣିଜ୍ୟ ଏବଂ ଉଦ୍ୟୋଗ  ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଥିଲେ,  ଚଳିତ ବର୍ଷ ଶେଷ ସୁଦ୍ଧା ଆମେରିକା ସହ ଦ୍ୱିପାକ୍ଷୀକ ବାଣିଜ୍ୟ ଚୁକ୍ତି (ବିଟିଏ)  ସ୍ୱାକ୍ଷରିତ ହେବା ନେଇ ଲକ୍ଷ୍ୟ ରଖାଯାଇଛି ।  

ଅଂଶୀଦାରଙ୍କ ସହ ଆଲୋଚନା ପରେ ଏ  ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ।  ତେବେ ଏଭଳି ସ୍ଥିତିରେ ଟ୍ରମ୍ପ ଟିକସ ଲାଗୁ  କରିବା ନେଇ ଘୋଷଣା କରିଛନ୍ତି । ନିକଟରେ ଆମେରିକା ଭାରତ ରପ୍ତାନି  କରୁଥିବା ଇସ୍ପାତ ଏବଂ ଆଲୁମିନିୟମ ସାମଗ୍ରୀ  ଉପରେ ୨୫% ଟାରିଫ ଲଗାଇଥିଲା । ଘରୋଇ ବଜାର ଏ କ୍ଷେତ୍ରରେ ରପ୍ତାନି  କରୁଥିବା ୫ ବିଲିୟନ ଡଲାର ସାମଗ୍ରୀ  ନୂଆ ଟିକସ ଯୋଗୁ ପ୍ରଭାବିତ ହୋଇଛି ।  ତେବେ ଏ କ୍ଷେତ୍ରରେ ଘରୋଇ ବଜାରରେ  ଯେଭଳି ଅନ୍ୟ ଦେଶ ଦ୍ୱାରା ସାମଗ୍ରୀ ଡମ୍ପିଂ ନ ହୁଏ ସେ ନେଇ ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ଡମ୍ପିଂ ନିରୋଧୀ କର୍ତ୍ତୃପକ୍ଷ  ଇସ୍ପାତ ଆମଦାନି ଉପରେ ୧୨% ଟିକସ  ଲାଗୁ କରିବାକୁ ପ୍ରସ୍ତାବ ଦେଇଛି ।  

ଏସ୍‌ବିଆଇ ରିସର୍ଚ୍ଚ ମୁତାବକ,  ଭାରତୀୟ ସାମଗ୍ରୀ ଉପରେ ଆମେରିକାର  ଟାରିଫ୍‌ ୨୦୧୮ରେ ୨.୭୨%ରୁ ୨୦୨୧ରେ  ୩.୯୧%କୁ ବୃଦ୍ଧି ହୋଇଛି । ଏହା ୨୦୨୨ରେ  ୩.୮୩%କୁ ହ୍ରାସ ହୋଇଥିଲା । ସେହିଭଳି  ଆମେରିକା ସାମଗ୍ରୀ ଉପରେ ଭାରତର  ଭାରତର ୨୦୧୮ରେ ଟାରିଫ ୧୧.୫୯% ଥିବା  ବେଳେ ୨୦୨୨ରେ ୧୫.୩୦%କୁ ବଢ଼ିଛି । ଗତ ମାସରେ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ସାକ୍ଷାତ ସମୟରେ  କେତେକ ସାମଗ୍ରୀ ଉପରେ ଭାରତ ଟିକସ  କମାଇବା ନେଇ ଆଭାଷ ଦେଇଥିଲା । ଭାରତ  ଅଦ୍ୟାବଧି ବର୍ବନ ହ୍ୱିସ୍କି, ମୋଟର ବାଇକ  ଉପରେ ଟିକସ କମାଇଛି । 

ଆମେରିକା  ଭାରତକୁ ଏହି ସାମଗ୍ରୀ ଗୁଡ଼ିକ ବହୁଳ  ମାତ୍ରାରେ ରପ୍ତାନି କରିଥାଏ । ଗୋଲ୍ଡମ୍ୟାନ ସ୍ୟାଚ୍‌ ମୁତାବକ, ଟ୍ରମ୍ପଙ୍କ  ଟାରିଫ ଯୋଗୁ ଭାରତ ପ୍ରଭାବିତ ହେବ ।  ଏହା ଉଭୟ ଦେଶର ବାଣିଜ୍ୟିକ ସମ୍ପର୍କକୁ  ପ୍ରଭାବିତ କରିବ । ଆମେରିକା ଭାରତର  ପ୍ରତି ଉତ୍ପାଦ ଉପରେ ସମାନ ଟିକସ  ଲଗାଇବାକୁ ହେଲେ ଏହାକୁ ହାରାହାରି  ୧୧.୫% ଟିକସ ବୃଦ୍ଧି କରିବାକୁ ହେବ ।  

ସେହିଭଳି ଅଣ ଶୁଳ୍କଗତ କଟକଣାକୁ ଦେଖିଲେ ପ୍ରଶାସନିକ କଟକଣା, ଆମଦାନି  ଲାଇସେନ୍ସ, ରପ୍ତାନି ସବସିଡି ଭଳି ଦିଗ  କ୍ଷେତ୍ରରେ କଟକଣା ରହିପାରେ ।  ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଫେରିବା  ପରେ ଆମେରିକାକୁ ପ୍ରାଥମିକତା ଦେଇ  ଟିକସ ଲଗାଉଥିବା ଦେଶ ଗୁଡ଼ିକ ଉପରେ  ଏବେ ପାଲଟା ଟିକସ ଲାଗୁ କରୁଛନ୍ତି ।  ଏହା ଦ୍ୱାରା ସାରା ବିଶ୍ୱରେ ବାଣିଜ୍ୟ ଯୁଦ୍ଧ  ତୀବ୍ରତର ହୋଇଛି ।

Post Views: 138
Share203Tweet127Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In