• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ତାଲିବାନକୁ କ୍ଷମା କରିଦେବ ଆମେରିକା !

by Voice of Victims
March 25, 2025
in ଦେଶ ବିଦେଶ, ମୁଖ୍ୟ ଖବର
ତାଲିବାନକୁ କ୍ଷମା କରିଦେବ ଆମେରିକା !

ନୂଆଦିଲ୍ଲୀ: ତାଲିବାନକୁ ନେଇ ବଦଳୁଛି କି ଆମେରିକାର ଆଭିମୁଖ୍ୟ? 2021ରେ ଆଫଗାନିସ୍ତାନରେ କ୍ଷମତା ପରିବର୍ତ୍ତନ ମଧ୍ୟରେ ଆମେରିକା ସେଠାରୁ ନିଜ ସେନା ହଟାଇଥିଲା। ସେତେବେଳେ ତାଲିବାନକୁ ଦେଶର ସରକାର ଭାବେ କୌଣସି ଦେଶ ମାନ୍ୟତା ଦେଇନଥିଲେ। ହେଲେ ଏବେ ତାଲିବାନ ପାଇଁ ନରମିଛି ଆମେରିକା। ତାଲିବାନର 3ଜଣ ନେତାଙ୍କ ଉପରୁ ପୁରସ୍କାର ରାଶି ହଟାଇଛି। ଦୁଇ ବର୍ଷ ଧରି କାବୁଲ ଜେଲରେ ଥିବା ଆମେରିକୀୟ କଏଦୀ ଜର୍ଜ ଗ୍ଲେଜମ୍ୟାନ ମୁକ୍ତ ହେବା ପରେ ଏଭଳି ପଦକ୍ଷେପ ନେଇଛି ଆମେରିକା। ଏପରିକି ଆମେରିକା ଆଫଗାନ ସେଣ୍ଟ୍ରାଲ ରିଜର୍ଭର ପ୍ରାୟ ସାଢେ 3 ବିଲିୟନ ଡଲାର ଉପରୁ କଟକଣା ହଟାଇଛି। ଏବେ ଏହାକୁ ଉପଯୋଗ କରିପାରିବେ ଆଫଗାନ ସରକାର।

କାହିଁକି ଖରାପ ହୋଇଥିଲା ସଂପର୍କ?

9/11 ଆକ୍ରମଣ ପରେ ପାକିସ୍ତାନଠାରୁ ଆରମ୍ଭ କରି ଆଫଗାନିସ୍ତାନ ପର୍ଯ୍ୟନ୍ତ ଆମେରିକା ଟାର୍ଗେଟରେ ରହିଲା ଆତଙ୍କୀଙ୍କ ଠିକଣା। ଆକ୍ରମଣ ପଛରେ ଅଲକାଏଦା ରହିଥିଲା। ତେଣୁ ଆମେରିକା ସରକାର ଓସାମା ବିନ ଲାଦେନର ଆତ୍ମସମର୍ପଣ ଚାହୁଁଥିଲା। ଆଉ ସେଥିପାଇଁ ଆଫଗାନିସ୍ତାନରେ ଆମେରିକା ସେନା ମୁତୟନ କରାଗଲା। ସେତେବେଳେ ଆଫଗାନିସ୍ତାନରେ କ୍ଷମତାରେ ଥିବା ତାଲିବାନକୁ ହଟାଇ ଆମେରିକା ସହଯୋଗରେ ନୂଆ ସରକାର ଆସିଲେ। ହେଲେ ପୁଣି ଦେଶରେ କ୍ଷମତାକୁ ଆସିଲା ତାଲିବାନ। ଏଥର ବି ତାଲିବାନର ଚରମପନ୍ଥୀ ମନବୃତ୍ତି ଦେଖିବାକୁ ମିଳିଥିଲା। ତେଣୁ ଆଫଗାନିସ୍ତାନ ମାଟିରେ ଯେଭଳି ପୁଣି ଆତଙ୍କବାଦର ବିସ୍ତାର ନହୁଏ, ସେଥିପାଇଁ ଦେଶ ଉପରେ ଅନେକ କଟକଣା ଲଗାଇଥିଲା ଆମେରିକା। ହେଲେ ଏବେ ମନୋଭାବରେ ପରିବର୍ତ୍ତନ ଦେଖିବାକୁ ମିଳୁଛି।

କାହିଁକି ନରମ ହେଉଛି ଆମେରିକା?
ଆଫଗାନିସ୍ତାନରେ ଶରଣୀର୍ଥୀ ସଂକଟର ସାମନା କରୁଛନ୍ତି ତାଲିବାନ ସରକାର। ଦେଶରେ ଅର୍ଥନୈତିକ ସଂକଟ ଯୋଗୁଁ ବହୁ ସଂଖ୍ୟାରେ ଲୋକ ଆମେରିକା ତଥା ପଶ୍ଚିମ ଦେଶକୁ ଯାଉଛନ୍ତି। ଏହାପରେ କୁଟନୈତିକ ଆଲୋଚନା ପାଇଁ ବାଟ ଖୋଲୁଛି ଆମେରିକା। ଏହାସହ ଆଫଗାନିସ୍ତାନରେ ପୁଣି ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଆମେରିକା ନଜର ରଖିବାକୁ ଚାହୁଁଛି। ଏହାସହ ତାଲିବାନ ଓ ହକାନି ନେଟଓ୍ବର୍କ ସହାୟତାରେ ଆଇଏସଆଇଏସକୁ କାଉଣ୍ଟର କରିବାକୁ ଚାହୁଁଛି ଆମେରିକା।

Post Views: 50
Share199Tweet125Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In