• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସଂସଦର ଅଧିବେଶନ ପରେ ନୂଆ ବିଜେପି ସଭାପତିଙ୍କ ନାମ ଘୋଷଣା

by Voice of Victims
April 2, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଡବଲ୍ୟୁଏଚଓର ଦକ୍ଷିଣ ପୂର୍ବ ଏସିଆର ଅଧ୍ୟକ୍ଷ ହେଲେ ଜେପି ନଡ୍ଡା

ନୂଆଦିଲ୍ଲୀ: ଏପ୍ରିଲ ୪ରେ ସଂସଦର ଅଧିବେଶନ ଶେଷ ହେବ । ଏହା ପରେ ଆରମ୍ଭ ହେବ ଭାରତୀୟ ଜନତା ପାର୍ଟି (ବିଜେପି) ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ପାଇଁ ପ୍ରକ୍ରିୟା। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଏପ୍ରିଲର ତୃତୀୟ ସପ୍ତାହ ସୁଦ୍ଧା ନୂଆ ସଭାପତିଙ୍କ ନାମ ଘୋଷଣା ହୋଇପାରେ। ଏହା ପୂର୍ବରୁ ଆଗାମୀ ସପ୍ତାହ ମଧ୍ୟରେ ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ଓଡ଼ିଶା ଓ ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟର ବିଜେପି ସଭାପତିଙ୍କ ନାଁ ଘୋଷଣା ହେବ।

ଏପର୍ଯ୍ୟନ୍ତ ୧୩ଟି ରାଜ୍ୟରେ ସାଙ୍ଗଠନିକ ନିର୍ବାଚନ ସରିଛି ଓ ସେଠାକାର ରାଜ୍ୟ ସଭାପତିଙ୍କ ନାମ ପ୍ରକାଶ ପାଇସାରିଛି। ବାକି ୧୯ଟି ରାଜ୍ୟର ସଭାପତି ଚୟନ ହେବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ପଥ ପରିଷ୍କାର ହେବ। ବିଜେପିର ସମ୍ବିଧାନ ଅନୁସାରେ, ଅତି କମରେ ଅଧା ରାଜ୍ୟରେ ସାଙ୍ଗଠନିକ ନିର୍ବାଚନ ଶେଷ ହେବା ପରେ ହିଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ଆରମ୍ଭ ହୋଇପାରିବ।

ନୂଆ ସଭାପତି ଜଗତ ପ୍ରକାଶ ନଡ୍ଡାଙ୍କ ସ୍ଥାନ ନେବେ, ଯିଏ ୨୦୧୯ ମସିହାରୁ ଏହି ପଦବୀରେ ଅଛନ୍ତି। ବିଜେପି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ସାଧାରଣତଃ ୩ ବର୍ଷର ହୋଇଥାଏ। କିନ୍ତୁ ନଡ୍ଡାଙ୍କ କାର୍ଯ୍ୟକାଳ ବାରମ୍ବାର ବଢ଼ାଯାଇଛି। ଶେଷ ଥର ପାଇଁ ୨୦୨୪ ଲୋକସଭା ନିର୍ବାଚନ ପ୍ରସ୍ତୁତି ପାଇଁ ତାଙ୍କ ଅବଧି ବୃଦ୍ଧି କରାଯାଇଥିଲା। ଏବେ ନୂଆ ନେତୃତ୍ୱ ଚୟନ ପାଇଁ ଦଳ ପ୍ରସ୍ତୁତ ହେଉଛି।

Post Views: 96
Share200Tweet125Send
Voice of Victims

Voice of Victims

Recent Posts

  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା
  • ଦିନରେ ପ୍ରବଳ ଗରମ, ସନ୍ଧ୍ୟାରେ ହେବ ବର୍ଷା; ୫ ଦିନ ରାଜ୍ୟରେ ଏଭଳି ସ୍ଥିତି
  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In