• About Us
  • Contact Us
Saturday, August 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

INS ବିକ୍ରାନ୍ତରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅପରେସନ ସିନ୍ଦୂର ସମୟରେ ଆରବ ସାଗରରେ ରହିଥିଲା ମୁତୟନ

by Voice of Victims
May 30, 2025
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ
INS ବିକ୍ରାନ୍ତରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅପରେସନ ସିନ୍ଦୂର ସମୟରେ ଆରବ ସାଗରରେ ରହିଥିଲା ମୁତୟନ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ INS ବିକ୍ରାନ୍ତ ପରିଦର୍ଶନ କଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ଗୋଆରେ ନୌସେନା ଅଧିକାରୀ ଓ କର୍ମଚାରୀଙ୍କୁ ଭେଟି ଉତ୍ସାହିତ କଲେ । ଅପରେସନ ସିନ୍ଦୂରର ସଫଳତା ପରେ ଏହି ଗସ୍ତ କରିଛନ୍ତି । MIG 29K ଭଳି ଲଢୁଆ ବିମାନରେ ସଜ୍ଜିତ INS ବିକ୍ରାନ୍ତ ଅପରେସନ ସିନ୍ଦୂରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

ପ୍ରତିରକ୍ଷା ମନ୍ତ୍ରୀ ନୌସେନା ଅଧିକାରୀ ଓ କର୍ମଚାରୀଙ୍କୁ ଭେଟି ଉତ୍ସାହିତ କରିବା ସହ ଅପରେସନ ସିନ୍ଦୂରର ସଫଳତା ବିଷୟରେ ଆଲୋଚନା କରିଛନ୍ତି । ଭାରତୀୟ ନୌସେନାର ଏହି ପରାକ୍ରମୀ ସବମରିନ ଅପରେସନ ସିନ୍ଦୂର ସମୟରେ ଆରବ ସାଗରରେ ମୁତୟନ ହୋଇଥିଲା । ଉତ୍ତର ଆରବ ସାଗରରେ କ୍ୟାରିଅର ବ୍ୟାଟେଲ ଗ୍ରୁପ ସହ ନିୟୋଜିତ ହୋଇଥିଲା । ଯାହାର ନେତୃତ୍ବ ନେଇଥିଲା INS ବିକ୍ରାନ୍ତ। ଯେଉଁଥିରେ ୮ରୁ ୧୦ଟି ଯୁଦ୍ଧ ଜାହାଜ ରହିଥିଲା । ଏହା ଦ୍ବାରା ପାକିସ୍ତାନକୁ ସ୍ପଷ୍ଟ ସନ୍ଦେଶ ଦେଇଥିଲା ଭାରତୀୟ ନୌସେନା ।

ଯଦି ପାକିସ୍ତାନ କିଛି ମୂର୍ଖାମୀ କରେ ତେବେ INS ବିକ୍ରାନ୍ତ ଏହାର ଯୁଦ୍ଧପୋତ ସହ ଗ୍ରାଉଣ୍ଡକୁ ମଧ୍ୟ ଟାର୍ଗେଟ କରିବ। ଯାହାଦ୍ବାରା ଯୁଦ୍ଧବିରତୀ କରିବାକୁ ନିବେଦନ କରିଥିଲା ପାକିସ୍ତାନ ।

INS ବିକ୍ରାନ୍ତ ଭାରତୀୟ ସେନାର ପ୍ରଥମ ସ୍ବଦେଶୀ ବିମାନବାହକ ଯୁଦ୍ଧପୋତ । ଏହାର ନିର୍ମାଣ କୋଚିରେ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ, ୨୦ ହଜାର କୋଟି ଟଙ୍କା । ଏଥିରେ ୭୫% ସ୍ବଦେଶୀ ସାମଗ୍ରୀ ଉପଯୋଗ ହୋଇଛି । ଏହାକୁ ସମୁଦ୍ରର ରାଜା ବୋଲି କୁହାଯାଉଛି । ଏହାର ଡେକରେ ମିଗ-୨୯ କେ ଫାଇଟର ଜେଟସ, କାମୋବ ହେଲିକପ୍ଟର ଏବଂ ସ୍ବଦେଶୀ ଲଢୁଆ ବିମାନ ରହିପାରେ ।

Post Views: 65
Share199Tweet124Send
Voice of Victims

Voice of Victims

Recent Posts

  • ପତାକା ଉତ୍ତୋଳନ ପୂର୍ବରୁ ବିଦ୍ୟୁତ୍ ଆଘାତରେ ଶିକ୍ଷକ ମୃତ
  • ପତଞ୍ଜଳି ଯୋଗପୀଠ ପକ୍ଷରୁ ସ୍ବାଧୀନତା ଦିବସ ପାଳନ
  • ଇଣ୍ଡୋନେସିଆରେ ୭.୭ ତୀବ୍ରତାର ଭୂକମ୍ପ, ୨ ମୃତ, ସୁନାମି ସତର୍କତା ଜାରି
  • ଲଘୁଚାପ ପରେ ପୁଣି ଲଘୁଚାପ, ରାଜ୍ୟର ୩୦ ଜିଲ୍ଲାକୁ ବର୍ଷା ସତର୍କତା
  • ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ, କହିଲେ…

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In