• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home କ୍ରୀଡା

୧୭ ବର୍ଷର ପ୍ରତୀକ୍ଷାର ଅନ୍ତ; IPLର ୧୮ ତମ ସିଜନରେ ଟ୍ରଫି ହାତେଇ ଚାମ୍ପିଅନ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

by Voice of Victims
June 3, 2025
in କ୍ରୀଡା, ଦେଶ ବିଦେଶ
୧୭ ବର୍ଷର ପ୍ରତୀକ୍ଷାର ଅନ୍ତ; IPLର ୧୮ ତମ ସିଜନରେ ଟ୍ରଫି ହାତେଇ ଚାମ୍ପିଅନ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ନୂଆଦିଲ୍ଲୀ: ୧୮ ବର୍ଷର ପ୍ରତୀକ୍ଷାର ଘଟିଛି ଅନ୍ତ । ୧୮ ବର୍ଷର ସ୍ୱପ୍ନକୁ ରୟାଲ ଷ୍ଟାଇଲରେ ପୂରଣ କରିଛି ଚ୍ୟାଲେଞ୍ଜର୍ସ । ଆଇପିଏଲର ୧୮ ତମ ସିଜନରେ ଟ୍ରଫି ହାତେଇ ଚାମ୍ପିଅନ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ତାହାସହ ଚୂରମାର୍ ହୋଇଯାଇଛି ପଞ୍ଜାବ କିଙ୍ଗସର ପ୍ରଥମ ଆଇପିଏଲ ଟ୍ରଫି ସ୍ୱପ୍ନ। ମାତ୍ର ରନରେ ଫାଇନାଲ ଫାଇଟରେ ଧରାଶାୟୀ ହୋଇଛି ଶ୍ରେୟସଙ୍କ ପଞ୍ଜାବ କିଙ୍ଗସ୍ । ବିଗ୍ ଫାଇଟରେ ବିରାଟଙ୍କ ଆରସିବି, ଫ୍ଯାନ୍ସଙ୍କ ଟ୍ରଫି ସ୍ୱପ୍ନରେ ଲଗାଇଛି ଡେଣା । ‘ଇସ ସାଲ କପ ନାମ ଦେ’ ଏବେ ବାସ୍ତବ ରୂପ ନେଇ ସାରିଛି । କୋଟି କୋଟି ପ୍ରଶଂସକଙ୍କ ମନରେ ଏବେ କେବଳ ଗୋଟିଏ କଥା ଆମେ ବି ଏବେ ଆଇପିଏଲ ଚାମ୍ପିଅନ ।

ପ୍ରକାଶଥାଉ ଯେ, ଆରସିବିର ୧୯୧ ରନକୁ ପଶ୍ଚାତଧାବନ କରୁଥିବା ପଞ୍ଜାବ କିଙ୍ଗସ୍ ଦୁର୍ଦ୍ଦଶ ପ୍ରିୟାନ୍ସ ଆର୍ଯ୍ୟାଙ୍କ ରୂପରେ ପ୍ରଥମ ୱିକେଟ ହରାଇଥିଲା । ଫିଲ୍ଡ ସଲ୍ଟ ବାଉଣ୍ଡ୍ରୀ ଲାଇନରେ ତାଙ୍କର ଅବିଶ୍ୱନୀୟ କ୍ୟାଚ ନେଇଥିଲେ । ମାତ୍ର ୨୪ ରନରେ ସେ ପ୍ଯାଭିଲିୟନ ଫେରିଥିଲେ । ଏହାପରେ ପ୍ରଭାସିମରନ ମଧ୍ଯ ୨୬ ରନ କରି ତାଙ୍କ ୱିକେଟ ସହଳ ଟେକି ଦେଇଥିଲେ ରୟାଲ ହାତରେ ନିଅ କହି । ପରେ ଦୁର୍ଦ୍ଦଶ ତଥା ଷ୍ଟାଇଲିସ ବ୍ୟାଟର ପଞ୍ଜାବ ଅଧିନାୟକ ତଥା କ୍ୱାଲିଫାୟର-୨ ହିରୋ ଶ୍ରେୟସ ଆୟର ମାତ୍ର ୧ ରନରେ ଆଉଟ ହୋଇ ଷ୍ଟାଡିୟମ ଓ ପଞ୍ଜାବ ଫ୍ୟାନ୍ସକୁ ସ୍ତବ୍ଧ କରି ଦେଇଥିଲେ । ଜୋଶ ଇଂଲିସ ମାତ୍ର ୨୩ ବଲରେ ୩୯ ରନର ବିସ୍ପୋଟକ ପାରି ଖେଳି ବିଜୟର ସୁଯୋଗ ସୃଷ୍ଟି କରିଥିଲେ ସତ, ମାତ୍ର ପଞ୍ଜାବ ଟ୍ରଫି ହାତେଇ ପାରି ନ ଥିଲା । ଶେଷ ସମୟରେ ନେହାଲ ବଡେରା ଓ ମାର୍କସ ଷ୍ଟୋଇନିସ ଯଥାକ୍ରମେ ୧୫ ଓ ୬ ରନ କରି ଲଢି ମଧ୍ଯ ପଞ୍ଜାବକୁ ବିଜୟ ଦେଇ ପାରି ନ ଥିଲେ । ବ୍ୟାଟର ଶଶାଙ୍କ ସିଂ ଶେଷ ଯାଏଁ ଲଢେଇ କରି ମଧ୍ଯ ପଞ୍ଜାବକୁ ଫାଇନାଲ ପରାଜୟରୁ ବଞ୍ଚାଇ ପାରି ନ ଥିଲେ  ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଲରାଉଣ୍ଡର କୃଣାଲ ପାଣ୍ଡ୍ଯା ତାଙ୍କ ୱିକେଟ ନେଇ ଆରସିବିର ୧୮ ବର୍ଷର ସ୍ୱପ୍ନକୁ ସାକାର କରିଥିଲେ । ଏହାସହ ଭୁବନେଶ୍ୱର କୁମାର ମଧ୍ଯ ୨ ଟି ୱିକେଟ ଦାଖଲ କରି ଦଳକୁ ବିଜୟୀ କରାଇଥିଲେ । ଅଲରାଉଣ୍ଡର ରୋମାରିଓ ଶେଫାର୍ଡ ଓ ଷ୍ଟାର ବୋଲର ଜୋଶ ହେଜଲହୁଡ୍ ମଧ୍ଯ ଗୋଟିଏ ଲେଖାଏଁ ୱିକେଟ ନେଇ ରୟାଲ ଷ୍ଟାଇଲରେ କିଙ୍ଗସକୁ ଧରାଶାୟୀ କରିଥିଲେ ଫାଇନାଲ ଫାଇଟରେ । ବିଗ ପାଇଟର କୁମ୍ପୁ ପାଣ୍ଡ୍ଯାଙ୍କ କୃଣାଲ ପ୍ରଭାବୀ ପ୍ରଦର୍ଶନ କରି ଟ୍ରଫି କବ୍ଜାରେ ପ୍ରମୁଖ ଭୂମିକା ନିଭାଇଥିଲେ ଆରସିବି ପାଇଁ ।

Post Views: 53
Share199Tweet124Send
Voice of Victims

Voice of Victims

Recent Posts

  • ଶ୍ରୀ ଶ୍ରୀ ଶ୍ୟାମ ସୁନ୍ଦର ଜୀଉଙ୍କ ୩୨ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ
  • ପୁଣି ପାକିସ୍ତାନର ପାଗଳାମି, ଭାରତକୁ ପରମାଣୁ ବୋମାର ଧମକ
  • ଏପ୍ରିଲ ୧ରୁ ବଢିପାରେ ATF ମୂଲ୍ୟ ! ଯାତ୍ରା ମହଙ୍ଗା ନହେବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ
  • ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ଉଦଘାଟିତ, ୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ, ୭ଟି ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ଓ କର୍ମୀ ସାମିଲ ହେଲେ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In