• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home କ୍ରୀଡା

ବେଙ୍ଗାଲୁରୁ ଦଳାଚକଟା ମାମଲା : RCB ମାର୍କେଟିଂ ହେଡ୍ ସମେତ ୪ ଗିରଫ, ମୁମ୍ବାଇ ଫେରାର ହେବାକୁ କରୁଥିଲେ ଚେଷ୍ଟା

by Voice of Victims
June 6, 2025
in କ୍ରୀଡା, ଦେଶ ବିଦେଶ
ବେଙ୍ଗାଲୁରୁ ଦଳାଚକଟା ମାମଲା : RCB ମାର୍କେଟିଂ ହେଡ୍ ସମେତ ୪ ଗିରଫ, ମୁମ୍ବାଇ ଫେରାର ହେବାକୁ କରୁଥିଲେ ଚେଷ୍ଟା

ନୂଆଦିଲ୍ଲୀ: ବେଙ୍ଗାଲୁରୁ ଦଳାଚକଟା ମାମଲାରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ । RCB ମାର୍କେଟିଂ ହେଡ୍ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମାର୍କେଟିଂ ମୁଖ୍ୟ ନିଖିଲ ସୋସଲେଙ୍କୁ ଏୟାରପୋର୍ଟରୁ ଗିରଫ କରିଛି ପୋଲିସ । ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ୩ ଜଣଙ୍କୁ ଅଟକ ରଖିଛି ପୋଲିସ ।

ଜୁନ୍ ୪ ତାରିଖରେ ବେଙ୍ଗାଲୁରୁରେ RCBର ବିଜୟ ପରେଡ୍ ପୂର୍ବରୁ ହୋଇଥିବା ଦଳାଚକଟା ମାମଲାରେ ପୋଲିସର ପ୍ରଥମ ଗିରଫଦାରୀ । ତିନି ଜଣଙ୍କୁ ହେପାଜତକୁ ନେଇ ପୋଲିସ ଏହି ମାମଲାରେ ଏକ FIR ରୁଜୁ କରିଥିଲା । ଏହା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ନିଖିଲ ସୋସଲେ ମୁମ୍ବାଇ ପଳାଇବାକୁ ଚେଷ୍ଟା କରୁଥିଲେ । ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ପୋଲିସ ତାଙ୍କୁ ଧରି ପକାଇଥିଲା ।

ଦଳଚକଟା ଘଟଣାରେ ବେଙ୍ଗାଲୁରୁ ପୋଲିସ କମିଶନରଙ୍କ ସହ କେତେକ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ଅତିରିକ୍ତ ପୋଲିସ କମିଶନର, କ୍ରିକେଟ ଷ୍ଟାଡିୟମ ଇନଚାର୍ଜ, ଏସିପି, ସେଣ୍ଟ୍ରାଲ ଡିସିପି, ଷ୍ଟେସନ୍ ହାଉସ ଅଫିସର, ପୋଲିସ ହାଉସ ମାଷ୍ଟର ଓ କୁବନ ପାର୍କ ପୋଲିସ ଷ୍ଟେସନର ଭାରପ୍ରାପ୍ତ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ନୂଆ ପୋଲିସ କମିଶନର ହୋଇଛନ୍ତି ସୀମନ୍ତ କୁମାର ସିଂ । ବି. ଦୟାନନ୍ଦଙ୍କ ସ୍ଥାନରେ ୧୯୯୬ ବ୍ୟାଚର IPS ଅଫିସର ସୀମାନ୍ତ କୁମାରଙ୍କୁ ନୂଆ ପୋଲିସ କମିଶନର ଦାୟିତ୍ବ ଦିଆଯାଇଛି ।

ସୂଚନାଯୋଗ୍ୟ, ୨୦୨୫ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟାଇଟଲ ଜିତିବା ପରେ ବେଙ୍ଗାଲୁରୁରେ ଦଳାଚକଟା ହୋଇଥିଲା । ମଙ୍ଗଳବାର ଆରସିବିର ବିଜୟ ଉତ୍ସବ ବେଳେ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦଳାଚକଟା ହୋଇଥିଲା। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୫୦ ଜଣ ଆହତ ହୋଇଥିଲେ। ଏହି ଘଟଣାରେ ଆରସିବି ଫ୍ରାଞ୍ଚାଇଜି, କାର୍ଯ୍ୟକ୍ରମ ଆୟୋଜନ କରିଥିବା ସଂସ୍ଥା ଡିଏନଏ ଓ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନର ପ୍ରଶାସନିକ କମିଟି ବିରୋଧରେ ବେଙ୍ଗଲୁରୁର କବନ ପାର୍କ ଥାନାରେ ଏଫଆଇଆର ରୁଜୁ ହୋଇଛି ।

Post Views: 314
Share198Tweet124Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In