• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ମହାରାଷ୍ଟ୍ର ନିର୍ବାଚନରେ ମ୍ୟାଚ ଫିକ୍ସିଂ ଅଭିଯୋଗ ଆଣି ବିଜେପି ଉପରେ ବର୍ଷିଲେ ରାହୁଲ

by Voice of Victims
June 7, 2025
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ
ମହାରାଷ୍ଟ୍ର ନିର୍ବାଚନରେ ମ୍ୟାଚ ଫିକ୍ସିଂ ଅଭିଯୋଗ ଆଣି ବିଜେପି ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମ୍ୟାଚ ଫିକ୍ସିଂ ।  ମହାରାଷ୍ଟ୍ର ନିର୍ବାଚନରେ ମ୍ୟାଚ ଫିକ୍ସିଂ ଅଭିଯୋଗ ଆଣି ବିଜେପି ଉପରେ ବର୍ଷିଲେ ରାହୁଲ ।  ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଜାଲିଆତି ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ।  ରାହୁଲ କହିଛନ୍ତି, ୨୦୨୪ର ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଆଶ୍ଚର୍ଯ୍ୟଜନକ ଥିଲା ।

ଏଥିପାଇଁ ପାଞ୍ଚଟି କୌଶଳ ଆପଣାଯାଇଥିବା ଅଭିଯୋଗ କରିଛନ୍ତି ।  ପ୍ରଥମ କୌଶଳ ହେଲା- ନିର୍ବାଚନ କମିଶନ ନିଯୁକ୍ତି ପାଇଁ ପାନେଲକୁ ରିଗିଂ କରାଯାଇଛି ।  ଅମ୍ପାୟରଙ୍କ ନିଯୁକ୍ତି ପାଇଁ ପ୍ୟାନେଲକୁ ରିଗିଂ କରାଯାଇଛି । ନିର୍ବାଚନ କମିଶନର ନିଯୁକ୍ତି ଆଇନରେ ୨୦୨୩ରେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ପରିବର୍ତ୍ତନ ଆଣିଛନ୍ତି ।  ଚୟନ କମିଟିରେ ପ୍ରଧାନବିଚାରପତିଙ୍କ ଜାଗାରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଥାନିତ କରାଯାଇଛି ।

ଦ୍ବିତୀୟ କୌଶଳ ହେଲା-୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବେଳେ ରାଜ୍ୟରେ ୮ କୋଟି ୯୮ ଲକ୍ଷ ଭୋଟର ଥିଲେ । ୨୦୨୪ ମେରେ ଅନୁଷ୍ଠିତ ଲୋକସଭା ନିର୍ବାଚନ ବେଳକୁ ରାଜ୍ୟରେ ଭୋଟର ସଂଖ୍ୟା ୯ କୋଟି ୨୯ ଲକ୍ଷକୁ ବୃଦ୍ଧି ପାଇଥିଲା । ୫ ବର୍ଷ ଭିତରେ ୩୧ ଲକ୍ଷ ଭୋଟର ବଢ଼ିଥିଲେ ।  ତେବେ ପରବର୍ତ୍ତୀ ୫ ମାସରେ ୨୦୨୪ ନଭେମ୍ବର ବିଧାନସଭା ନିର୍ବାଚନ ବେଳକୁ ଭୋଟର ସଂଖ୍ୟାରେ ଆଉ ୪୧ ଲକ୍ଷ ବୃଦ୍ଧି ଘଟିଲା । ଯାହାଦ୍ବାରା ରାଜ୍ୟରେ ଭୋଟର ସଂଖ୍ୟା ୯ କୋଟି ୭୦ ଲକ୍ଷକୁ ବୃଦ୍ଧି ପାଇଥିବା ରାହୁଲ ଅଭିଯୋଗ କରିଛନ୍ତି ।  ତୃତୀୟ କୌଶଳରେ ମହାରାଷ୍ଟ୍ରରେ ମତଦାନ ଦିନ ଖୁବ ନାଟକୀୟ ଥିଲା। ଅପରାହ୍ଣ ୫ଟା ସମୟରେ ମତଦାନ ହାର ୫୮.୨୨% ଥିଲା। ମତଦାନ ଶେଷ ହେବା ପରେ ମଧ୍ୟ ଟର୍ଣ୍ଣଆଉଟ୍ ଆହୁରି ବୃଦ୍ଧି ପାଉଥିଲା ।

ପରଦିନ ସକାଳେ ମତଦାନ ହାର ୬୬.୦୫%କୁ ବୃଦ୍ଧି ପାଇଥିଲା ।  ଏହି ୭.୮୩ ପ୍ରତିଶତ ମତଦାନ ହାର ବୃଦ୍ଧି ଅଭୂତପୂର୍ବ ।  ଯାହା ୭୬ ଲକ୍ଷ ମତଦାତାଙ୍କ ସହିତ ସମାନ ।  ମହାରାଷ୍ଟ୍ରର ପୂର୍ବ ବିଧାନସଭା ନିର୍ବାଚନଠାରୁ ମଧ୍ୟ ଏହା ବହୁତ ଅଧିକ। ଚତୁର୍ଥ କୌଶଳ ହେଲା ନକଲି ମତଦାନ କରାଇବା ।  ୮୫ଟି ନିର୍ବାଚନ ମଣ୍ଡଳୀରେ ୧୨ହଜାର ବୁଥରେ ଅଧିକାଂଶ ନକଲି ଭୋଟରଙ୍କୁ ଯୋଡ଼ା ଯାଇଥିଲା ।

ପ୍ରଥମରୁ ଚତୁର୍ଥ କୌଶଳ ବଳରେ ୨୦୨୪ ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପି ଲଢ଼ିଥିବା ୧୪୯ ଆସନରୁ ୧୩୨ଟିରେ ଜିଣିଲା । ପଞ୍ଚମ କୌଶଳ ହେଲା- ବିରୋଧୀ ଦଳ କରିଥିବା ସମସ୍ତ ପ୍ରଶ୍ନର ଜବାବରେ ନିର୍ବାଚନ ଆୟୋଗଙ୍କ ନିରବତା ଓ ଉଗ୍ର ଆଚରଣ ଦେଖିବା ମିଳିଥିବା ଅଭିଯୋଗ କରିଛନ୍ତି ରାହୁଲ । ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନରେ ଫଟୋ ସହ ଭୋଟର ତାଲିକା ପ୍ରଦାନ ଲାଗି କରାଯାଇଥିବା ଅଭିଯୋଗକୁ ନିର୍ବାଚନ ଆୟୋଗ ସିଧାସଳଖ ଖାରଜ କରିଦେଇଛନ୍ତି । ୨୦୨୪ ମହାରାଷ୍ଟ୍ର ନିର୍ବାଚନରେ ମ୍ୟାଚ ଫିକ୍ସିଂ କରାଯାଇଥିବା ରାହୁଲ କହିଛନ୍ତି ।

Post Views: 34
Share198Tweet124Send
Voice of Victims

Voice of Victims

Recent Posts

  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି
  • ଆଜିଠୁ ସବୁ ସ୍କୁଲ ସକାଳୁଆ, ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ବିଭାଗ
  • ୧୨ ଦଫା ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଘେରିଲେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ
  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In