• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home କ୍ରୀଡା

ଆଉ ଦିନକ ପରେ ଟେଷ୍ଟ ସିରିଜ, ଶୁବମନ ଗିଲ୍ ଏବଂ ରିଷଭ ପନ୍ତଙ୍କୁ ଗୁରୁ ମନ୍ତ୍ର ଦେଲେ ବିରାଟ କୋହଲି

by Voice of Victims
June 18, 2025
in କ୍ରୀଡା, ଦେଶ ବିଦେଶ
ଆଉ ଦିନକ ପରେ ଟେଷ୍ଟ ସିରିଜ, ଶୁବମନ ଗିଲ୍ ଏବଂ ରିଷଭ ପନ୍ତଙ୍କୁ ଗୁରୁ ମନ୍ତ୍ର ଦେଲେ ବିରାଟ କୋହଲି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଜୁନ୍ ୨୦ରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି । ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଅଧିନାୟକ ସାଜିଛନ୍ତି ଶୁବମନ ଗିଲ୍ । ରୋହିତ ଏବଂ ବିରାଟ କୋହଲିଙ୍କ ସନ୍ନ୍ୟାସ ପରେ ଟିମର ନୂଆ ଅଧିନାୟକ ଏବଂ ଯୁବା ଖେଳାଳିଙ୍କୁ ନେଇ ସିରିଜ ଖେଳାଯାଉଛି ।

ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟର ବିରାଟ କୋହଲି ନିକଟରେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇ ସାରିଛନ୍ତି । ଅଶ୍ଵିନ, ରୋହିତ ଶର୍ମା ଓ କୋହଲି ତିନି ବରିଷ୍ଠ କ୍ରିକେଟରଙ୍କୁ ଆଉ ଧଳା ଜର୍ସିରେ ଦେଖିବାକୁ ମିଳିବ ନାହିଁ । ଇଂଲଣ୍ଡ ଗସ୍ତ କରିଥିବା ଯୁବ ଭାରତୀୟ ଦଳର ନେତୃତ୍ଵ ଦାୟିତ୍ଵ ଶୁବମନ ଗିଲଙ୍କୁ ଦିଆଯାଇଛି । ଗିଲଙ୍କ ପାଖରେ ଅଧିକ ଅନୁଭବ ନାହିଁ, ଯେଉଁ କାରଣରୁ ତାଙ୍କୁ ଇଂଲଣ୍ଡ ବିପକ୍ଷରେ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ଟେଷ୍ଟ ସିରିଜ୍ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ବିରାଟ କୋହଲି ଶୁବମନ ଗିଲ୍ ଓ ରିଷଭ ପନ୍ତଙ୍କୁ ନିଜ ଘରକୁ ଡାକିଛନ୍ତି । ଏଠାରେ ଦୁଇ ଖେଳାଳି କୋହଲିଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ । ଶୁବମନ ଗିଲଙ୍କ ନେତୃତ୍ଵରେ ଭାରତୀୟ ଦଳ ହେଣ୍ଡିଗ୍ଲେରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିବ । ତେବେ ଇଣ୍ଟ୍ରା ସ୍କ୍ଵାଡ୍ ମ୍ୟାଚ୍ ପରେ ସୋମବାର ଖେଳାଳିଙ୍କୁ ବିରତି ମିଳିଥିଲା । ଏହା ପରେ ଗିଲ୍ ଓ ପନ୍ତ କୋହଲିଙ୍କୁ ତାଙ୍କୁ ଘରେ ଭେଟିଥିଲେ । ତେବେ କୋହଲି ଏହି ଦୁଇ ଖେଳାଳିଙ୍କୁ କଣ ଗୁରୁ ମନ୍ତ୍ର ଦେଲେ ତାହା ଜଣାପଡ଼ିନି ।

ଭାରତୀୟ ଟିମ୍ : ଶୁବମନ ଗିଲ (ଅଧିନାୟକ), ରିଷଭ ପନ୍ତ (ଉପ ଅଧିନାୟକ-ୱିକେଟକିପର), ଯଶସ୍ବୀ ଜୟସୱାଲ, କେଏଲ ରାହୁଲ, ବି ସାଇ ସୁଦର୍ଶନ, ଅଭିମନ୍ୟୁ ଈଶ୍ବରନ, କରୁଣ ନାୟର, ନୀତିଶ ରେଡ୍ଡୀ, ରବିନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ, ୱାଂଶିଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଆକାଶଦୀପ, ଅର୍ଶଦୀପ ସିଂ, କୁଲଦୀପ ଯାଦବ ଏବଂ ହର୍ଷିତ ରାଣା ।

Post Views: 50
Share198Tweet124Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In