ମଦନ ଲାଲ ଅଗ୍ରୱାଲ ଓ ଧର୍ମପତ୍ନୀ କାନୁଦେବୀ ଅଗ୍ରୱାଲ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ସାମଗ୍ରୀ, ପନିପରିବା, ଚାଉଳ ଓ କମ୍ବଳ ବଣ୍ଟନ କରି ମହାନୀୟତାର ପରିଚୟ ଦେଇଛନ୍ତି । ଦେଓଗାଁ ସ୍ଥିତି ଧୂମାଭଟା ସପ୍ତସୀ ଆଶ୍ରମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଶ୍ରମରେ ରହୁଥିବା ୪୫ ଛାତ୍ରଛାତ୍ରୀଙ୍କୁ ମିଠା, ଖାଦ୍ୟ, ଚାଉଳ ପନିପରିବା ସହ କମ୍ବଳ ବଣ୍ଟନ କରାଯାଇଥିଲା । ଶ୍ରୀ ଅଗ୍ରୱାଲ ପ୍ରତ୍ୟେକ ବର୍ଷ ଏଭଳି ସମାଜସେବା କରିଆସୁଛନ୍ତି । ଏହି ଅବସରରେ ଶ୍ରୀ ଅଗ୍ରୱାଲ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉପଦେଶ ଦେବା ସହ ଭବିଷ୍ୟତରେ ସୁନାଗରିକ ହେବାକୁ ପରାମର୍ଶ ଦେଇଥିଲେ । ନିଜ ବକ୍ତବ୍ୟ ଛଳରେ ଏଭଳି ମହାନ୍ କାର୍ଯ୍ୟ ଦ୍ୱାରା ତାଙ୍କୁ ଶାନ୍ତି ମିଳିଥାଏ ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି ।
