ପୁରୀ : ଆସନ୍ତାକାଲି ପବିତ୍ର ରଥଯାତ୍ରା । ନବଦିନାତ୍ମକ ଯାତ୍ରାରେ ଯିବେ ବିଶ୍ବନିୟନ୍ତା । ଏହା ପୂର୍ବରୁ ରଥଖଳାରୁ ସିଂହଦ୍ବାର ସମ୍ମୁଖକୁ ଆସିଛି ତିନି ରଥ । ଆଜ୍ଞାମାଳ ପାଇବା ପରେ ୩ ରଥ ଦକ୍ଷିଣ ମୋଡ ନେଇ ରଥ ଖଳାରୁ ସିଂହଦ୍ବାର ସମ୍ମୁଖକୁ ଆସିଛି । ଆସନ୍ତାକାଲି ଶୃଙ୍ଖଳିତ ଓ ସୁରୁଖୁରୁରେ ମହାପ୍ରଭୁଙ୍କ ନୀତି ସଂପନ୍ନ ପାଇଁ ଜୋର ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।
ସାଢେ ୯ଟାରୁ ପହଣ୍ଡି ଓ ଅପରାହ୍ମ ୪ଟାରେ ହେବ ରଥଟଣା । ସେପଟେ ସୁରକ୍ଷାର ଅଭେଦ୍ୟ ଦୁର୍ଗ ପାଲଟିଛି ଶ୍ରୀକ୍ଷେତ୍ର ପୁରୀ । ଏନଏସଜି ସ୍ନାଇପରଙ୍କ ସହ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ୧୦ହଜାର ପୋଲିସ । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ସୁରକ୍ଷା ଓ ନିରାପତ୍ତା ପାଇଁ ବୈଷୟିକ ଜ୍ଞାନକୌଶଳ ଉପରେ ଗୁରୁତ୍ବ ଦିଆଯାଇଛି ।
