• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ଲୋକାର୍ପଣ ଉତ୍ସବର ସିଧାପ୍ରସାରଣ ଦେଖିବାକୁ ବିଏମ୍‌ସିର ସ୍ୱତନ୍ତ୍ର ବ୍ୟବସ୍ଥା

by Voice of Victims
January 17, 2024
in ମୁଖ୍ୟ ଖବର, ରାଜ୍ୟ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ଲୋକାର୍ପଣ ଉତ୍ସବର ସିଧାପ୍ରସାରଣ ଦେଖିବାକୁ ବିଏମ୍‌ସିର ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର(ଭିଓଭି): ପୁରୀଠାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ସମସ୍ତ କାର୍ଯ୍ୟକ୍ରମର ସିଧ ପ୍ରସାରଣ ଦେଖିଲେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳବାସୀ । ଭୁବନେଶ୍ୱର ମହାନଗର ନିଗମବାସୀଙ୍କୁ ଏକାଠି ବସି ଦେଖିବା ପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା । ବିଏମ୍‌ସି ଅଞ୍ଚଳର ବିଭିନ୍ନ ଛକରେ ଏଲଇଡି ଲଗାଇ ଲୋକାର୍ପଣ ଉତ୍ସବର ସମସ୍ତ କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ ଦେଖାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା ।
ଏହି ଅବସରରେ ବିଏମ୍‌ସି ପକ୍ଷରୁ ଭୁବନେଶ୍ୱର ଉତ୍କଳ ମଣ୍ଡପରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସିଧାପ୍ରସାରଣ ସାଙ୍ଗକୁ ଭଜନ ଓ ନୃତ୍ୟରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ରାଜଧାନୀ । ଆଜି ଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ମହୋତ୍ସବ । ପୁରୀଠାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିଥିଲେ । କୋଟି କୋଟି ଓଡ଼ିଆଙ୍କ ଭାବ ଭକ୍ତିର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ସହ ଜଡ଼ିତ ପୁରୀ ସହର ରୂପାନ୍ତରୀକରଣର ଲୋକାର୍ପଣ ଦେଖିବାକୁ ସମସ୍ତଙ୍କ ମନରେ ପ୍ରବଳ ଆଗ୍ରହ ଓ ଉତ୍ସାହ ସୃଷ୍ଟି ହୋଇଥିଲା । ମହାନଗର ନିଗମବାସୀଙ୍କୁ ଗୋଟିଏ ସ୍ଥାନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ମହୋତ୍ସବର ଟିକିନିଖି କାର୍ଯ୍ୟକ୍ରମକୁ ସିଧାସଳଖ ଲୋକମାନଙ୍କୁ ଦେଖାଇବା ପାଇଁ ବିଏମ୍‌ସି ପକ୍ଷରୁ ଉତ୍କଳ ମଣ୍ଡପରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଖାଲି ଲାଇଫ୍ ଟେଲିକାଷ୍ଟ ନୁହେଁ, ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ଏକ ଭଜନ ସମାରୋହ ହୋଇଥିଲା । ପ୍ରଥମେ ବିଭୁ ପ୍ରସାଦ ଓ ତାଙ୍କ ଟିମ୍ ପକ୍ଷରୁ ଆରମ୍ଭ ହୋଇଥିବା ଭଜନ । ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ରଙ୍କର ଶ୍ରୀମନ୍ଦିର ପରିକ୍ରମା ଗୀତରେ ଝୁମିଥିଲେ ଉପସ୍ଥିତ ଦର୍ଶକ । ଗୁରୁ ଶାଶ୍ୱତ ଯୋଶୀଙ୍କ ସହ ତାଙ୍କ ଲାସ୍ୟ କଳା ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ଓଡ଼ିଶା ନୃତ୍ୟ “ଚିର ନମସ୍ୟ’ ଉପସ୍ଥିତ ହଜାର ହଜାର ଦର୍ଶକଙ୍କୁ ଅଭିଭୁତ କରିଦେଇଥିଲା । ସେହିପରି ସ୍ୱସ୍ତିଶ୍ରୀ ଗୋଟିପୁଅ ଓ ଓଡ଼ିଶୀ ନୃତ୍ୟ ପରିଷଦ, ରଘୁରାଜପୁରର ନୃତ୍ୟଶୀଳ୍ପୀଙ୍କ ଦ୍ୱାରା ଗୋଟି ପୁଅ ନୃତ୍ୟ ଦର୍ଶମାନଙ୍କୁ କିଛି ସମୟ ପାଇଁ ବାନ୍ଧି ରଖିଥିଲା । ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ଜଗନ୍ନାଥଙ୍କର ବିଭିନ୍ନ ବେଶ ।
ଏହି ଅବସରରେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମହିଳା କମିଶନ୍ ଅଧ୍ୟକ୍ଷା ମିନତୀ ବେହେରା, ଭୁବନେଶ୍ୱର ମହାନଗର ନିଗମର ମେୟର୍ ସୁଲୋଚନା ଦାସ, ଡେପୁଟି ମେୟର୍ ମଞ୍ଜୁଲତା କହଁର, ବିଏମ୍‌ସି କମିଶନର୍ ବିଜୟ ଅମୃତା କୁଲାଙ୍ଗେ, ସମସ୍ତ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, ସମସ୍ତ କର୍ପୋରେଟର, ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିଶନର ଡକ୍ଟର ମନୋରଞ୍ଜନ ସାହୁ, ଡେପୁଟି କମିଶନର୍ ତଥା ଓଏସ୍‌ଡି ପ୍ରିୟବ୍ରତ ପାଢ଼ୀଙ୍କ ସମେତ ସମସ୍ତ ଡେପୁଟି କମିଶନର, ଜୋନାଲ୍ ଡେପୁଟି କମିଶନର, ବରିଷ୍ଠ ଅଧିକାରୀ ଓ ଟିମ୍ ବିଏମ୍‌ସି ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷାକରିଥିଲେ । ବିଭିନ୍ନ ୱାର୍ଡରୁ ଏସ୍‌ଏଚ୍‌ଜି, ବସ୍ତିବାସିନ୍ଦା ସଂଘ, ବରିଷ୍ଠ ନାଗରିକ ସଂଘ, ସ୍ୱେଚ୍ଛାସେବୀ ସଙ୍ଗଠନ, ଧାର୍ମିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବାରୁ ଏଣିକି ଭକ୍ତମାନେ ଖୁବ୍ ନିକଟରୁ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିପାରିବେ ବୋଲି କହିଥିଲେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । ବିଶ୍ୱ ପ୍ରସିଦ୍ଧ ଧାର୍ମିକ କ୍ଷେତ୍ର ପୁରୀ ସହରର ରୂପାନ୍ତରୀକରଣ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ମେୟର ସୁଲୋଚନା ଦାସ କହିଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ସିଧା ପ୍ରସାରଣ ଦୃଶ୍ୟ ଗୋଟିଏ ସ୍ଥାନରେ ଏକାଠି ବସି ଦେଖିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୧୦ଟି ବଡ଼ବଡ଼ ଛକରେ ଏଲଇଡି ଲାଗିଛି ଏବଂ ଏଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ବୋଲି ବିଏମ୍‌ସି କମିଶନର୍ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ।

Post Views: 55
Share199Tweet125Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In