• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home କ୍ରୀଡା

ଇଂଲଣ୍ଡରେ ଇତିହାସ ସୃଷ୍ଟି କଲେ ଗିଲ୍: ୯୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏହି କୀର୍ତ୍ତି କଲେ ଭାରତୀୟ ଅଧିନାୟକ

by Voice of Victims
July 3, 2025
in କ୍ରୀଡା, ଦେଶ ବିଦେଶ, ମୁଖ୍ୟ ଖବର
ଇଂଲଣ୍ଡରେ ଇତିହାସ ସୃଷ୍ଟି କଲେ ଗିଲ୍: ୯୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏହି କୀର୍ତ୍ତି କଲେ ଭାରତୀୟ ଅଧିନାୟକ

ନୂଆଦିଲ୍ଲୀ: ଶୁଭମନ ଗିଲ୍ ବର୍ମିଂହାମ ଟେଷ୍ଟରେ ୧୫୦ ରନ୍ କରି ଇତିହାସ ସୃଷ୍ଟି କରିଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ତାଙ୍କ ନିଜ ମାଟିରେ ୧୫୦ କିମ୍ବା ତା’ଠାରୁ ଅଧିକ ରନ୍ କରିଥିବା ଦ୍ୱିତୀୟ ଭାରତୀୟ ଅଧିନାୟକ ହୋଇଛନ୍ତି। ଏହି ଚମତ୍କାର ଶତକ ଆଧାରରେ, ସେ ଜେମ୍ସ-ଏଣ୍ଡରସନ୍ ଟ୍ରଫିରେ ୩୦୦ ରନ୍ କରିଥିବା ପ୍ରଥମ ଖେଳାଳି ହୋଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଭାରତ-ଇଂଲଣ୍ଡ ସିରିଜର ନାମ ‘ପଟୌଦି ଟ୍ରଫି’ ରୁ ‘ଏଣ୍ଡରସନ୍-ତେନ୍ଦୁଲକର’ ଟ୍ରଫିରେ ପରିବର୍ତ୍ତନ କରାଯାଇଥିଲା।

ଶୁଭମନ ଗିଲ୍ ଏବେ ମହମ୍ମଦ ଆଝାରୁଦ୍ଦିନଙ୍କ ପରେ ଇଂଲଣ୍ଡରେ ଇଂଲଣ୍ଡ ବିପକ୍ଷରେ କୌଣସି ଏକ ଟେଷ୍ଟ ଇନିଂସରେ ୧୫୦ ରନ୍ ଅତିକ୍ରମ କରିବାରେ କେବଳ ଦ୍ୱିତୀୟ ଭାରତୀୟ ଅଧିନାୟକ ହୋଇଛନ୍ତି। ଆଝାରୁଦ୍ଦିନ ୧୯୯୦ ମସିହାରେ ଏହା କରିଥିଲେ। ପ୍ରକାଶ ଯେ, ଭାରତୀୟ ଦଳ ୧୯୩୨ ମସିହାରେ ପ୍ରଥମ ଟେଷ୍ଟ ଖେଳିଥିଲା। ଗତ ୯୩ ବର୍ଷ ମଧ୍ୟରେ କେବଳ ୨ ଜଣ ଭାରତୀୟ ଅଧିନାୟକ ଇଂଲଣ୍ଡରେ ଇଂଲଣ୍ଡ ବିପକ୍ଷରେ ଅଧିନାୟକ ଭାବରେ ୧୫୦ ରନ ସ୍କୋର ଛୁଇଁପାରିଛନ୍ତି। ଶୁଭମନ ଗିଲ ମଧ୍ୟ ଟେଷ୍ଟ କ୍ରିକେଟରେ ଇଂଲଣ୍ଡ ବିପକ୍ଷରେ ୧୦୦୦ ରନ ସ୍କୋର କରିବାର ନିକଟତର ହୋଇଛନ୍ତି।

ଇଂଲଣ୍ଡରେ ସର୍ବାଧିକ ସ୍କୋର କରିଥିବା ଭାରତୀୟ ଅଧିନାୟକ

ମହମ୍ମଦ ଆଝାରୁଦ୍ଦିନ ଜଣେ ଭାରତୀୟ ଅଧିନାୟକ ଭାବରେ ଇଂଲଣ୍ଡ ମାଟିରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ଖେଳାଳି। ସେ ୧୯୯୦ ମସିହାରେ ଇଂଲଣ୍ଡରେ ୧୭୯ ରନ କରିଥିଲେ। ବର୍ମିଂହାମରେ ଶୁଭମନ ଗିଲଙ୍କ ଇନିଂସ ଏବେ ବି ଜାରି ରହିଛି ଏବଂ ସେ ଇଂଲଣ୍ଡ ମାଟିରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ଭାରତୀୟ ଅଧିନାୟକଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ବିରାଟ କୋହଲି ୨୦୧୮ରେ ୧୪୯ ରନ୍ ର ଇନିଂସ ଖେଳିଥିଲେ। ଏହି ତାଲିକାରେ ମନସୁର ଅଲି ଖାନ ପଟୌଦି ଚତୁର୍ଥ ସ୍ଥାନରେ ଥିଲେ, ଯିଏ ୧୯୬୭ରେ ୧୪୮ ରନ୍ ର ଇନିଂସ ଖେଳିଥିଲେ।

Post Views: 53
Share199Tweet124Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In