• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପୁଣି ମହାକାଶ ଯିବେ ଆଉଜଣେ ଭାରତୀୟ, ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ଅନୀଲ ମେନନ୍

by Voice of Victims
July 3, 2025
in ଦେଶ ବିଦେଶ, ମୁଖ୍ୟ ଖବର
ପୁଣି ମହାକାଶ ଯିବେ ଆଉଜଣେ ଭାରତୀୟ, ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ଅନୀଲ ମେନନ୍

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ, ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ଆକ୍ସିଅମ୍-୪ ମିସନ୍ ଅନ୍ତର୍ଗତ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ସଫଳତାର ସହ ଯାତ୍ରା କରିଥିଲେ । ଏବେ ଆଉ ଜଣେ ଭାରତୀୟ ଆଇଏସଏସ୍‌ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ଆମେରିକାର ମହାକାଶ ଏଜେନ୍ସି ନାସା ଅନୀଲ ମେନନଙ୍କୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ପଠାଇବା ଯୋଜନା ଘୋଷଣା କରିଛି । ଅନୀଲ ମେନନ୍‌ ଭାରତ ସହିତ ଜଡ଼ିତ, ତେଣୁ ଏହା ଭାରତ ପାଇଁ ଦ୍ୱିଗୁଣିତ ଖୁସିର ଅବସର । ନାସା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ଅନୀଲ ମେନନଙ୍କୁ ତାଙ୍କର ପ୍ରଥମ ମହାକାଶ ଅଭିଯାନରେ ପଠାଇବ ବୋଲି ଆନୁଷ୍ଠାନିକ ଭାବରେ ଘୋଷଣା କରିଛି । ନାସା ଘୋଷଣା କରିଛି, ମେନନ ଜୁନ ୨୦୨୬ରେ ରୁଷର ସୋୟୁଜ ଏମ୍‌ଏସ୍‌-୨୯ ମହାକାଶଯାନରେ କାଜାଖସ୍ତାନର ବୈକୋନୁର କସମୋଡ୍ରୋମରୁ ଯାତ୍ରା ଆରମ୍ଭ କରିବେ । 

ଅନୀଲ ରୁଷର ମହାକାଶଯାତ୍ରୀ ପିୟୋଟର ଓ ଆନାଙ୍କ ସହ ଫ୍ଲାଇଟ୍‌ ଇଞ୍ଜିନିୟର ଭାବେ ମହାକାଶ ଯିବେ
ଅନୀଲ ସେଠାରେ ପ୍ରାୟ ଆଠ ମାସ କାର୍ଯ୍ୟ କରିବେ
ମିସନରେ ମେନନ ବୈଜ୍ଞାନିକ ଗବେଷଣା ଓ ନୂତନ ପ୍ରଯୁକ୍ତି ପରୀକ୍ଷଣ କରିବେ
ଯାହା ଭବିଷ୍ୟତ ମହାକାଶ ଅଭିଯାନ ଓ ମାନବଜାତିର କଲ୍ୟାଣ ପାଇଁ ସହାୟକ ହେବ
୧୯୭୬ରେ ଭାରତୀୟ ଓ ୟୁକ୍ରେନୀୟ ପରିବାରରେ ଜନ୍ମଗ୍ରହଣ କରିଥିବା ମେନନ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ନ୍ୟୁରୋବାୟୋଲୋଜିରେ ସ୍ନାତକ
ଅନୀଲ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଓ ମେଡିକାଲ ଡିଗ୍ରି ହାସଲ କରିଛନ୍ତି
ଏମରଜେନ୍ସି ମେଡିସିନ୍‌ ଓ ଏରୋସ୍ପେସ୍‌ ମେଡିସିନରେ ସ୍ପେଶାଲାଇଜେସନ୍‌ କରିଛନ୍ତି

 ସ୍ପେସଏକ୍ସର ପ୍ରଥମ ଫ୍ଲାଇଟ୍‌ ସର୍ଜନ୍‌ ଭାବେ ଡେମୋ-୨ ମିସନରେ ମେନନଙ୍କ ଅବଦାନ ରହିଥିଲା । ଅନୀଲଙ୍କ ପତ୍ନୀ ଆନା ମେନନ ମଧ୍ୟ ସ୍ପେସଏକ୍ସରେ ଲିଡ୍‌ ସ୍ପେସ ଅପରେସନ୍‌ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଛନ୍ତି । ଅନୀଲଙ୍କ ମିଶନ, ମହାକାଶ ମିଶନ ପାଇଁ ମଣିଷକୁ ପ୍ରସ୍ତୁତ କରିବା ପାଇଁ ବୈଜ୍ଞାନିକ ଏବଂ ବୈଷୟିକ ତଦନ୍ତ କରିବେ । ମେନନଙ୍କୁ ୨୦୨୧ ମସିହାରେ ନାସା ମହାକାଶଚାରୀ ଭାବରେ ମନୋନୀତ କରାଯାଇଥିଲା । ଅନିଲ ୨୦୨୪ ମସିହାରେ ୨୩ତମ ମହାକାଶଚାରୀ ଦଳ ସହିତ ତାଙ୍କର ତାଲିମ ସମାପ୍ତ କରିବେ । ଅନୀଲ ତାଙ୍କର ପ୍ରଥମ ମହାକାଶ ଯାତ୍ରା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଛନ୍ତି ।

Post Views: 55
Share199Tweet124Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In