ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଛତରପୁର ସ୍ଥିତ ବାଗେଶ୍ବର ଧାମରେ ପୁଣି ଥରେ ଅଘଟଣ । ପ୍ରବଳ ବର୍ଷା ଯୋଗୁଁ ଏକ ଘରୋଇ ଢାବାର କାନ୍ଥ ଭୁଶୁଡ଼ି ପଡ଼ିବା ଯୋଗୁଁ ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଛି । ଘଟଣାରେ ୧୨ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।
ଛତରପୁର ସିଏମଏଚଓ ଆରପି ଗୁପ୍ତା କହିଛନ୍ତି, “ଆଜି ସକାଳେ ପ୍ରବଳ ବର୍ଷା ଯୋଗୁଁ ଏକ ଢାବାର କାନ୍ଥ ଭୁଶୁଡ଼ି ପଡ଼ିବା ଯୋଗୁଁ କିଛି ଭକ୍ତ ଆହତ ହୋଇଛନ୍ତି, ସେମାନଙ୍କୁ ହସ୍ପିଟାଲକୁ ଅଣାଯାଇଛି । ୧୨ ଜଣ ଆହତ ହୋଇଛନ୍ତି, ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି ।

ବାଗେଶ୍ୱର ଧାମରେ ବୃଦ୍ଧି ପାଉଥିବା ଭିଡ଼ ଯୋଗୁଁ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଭକ୍ତମାନଙ୍କୁ ନିଜ ନିଜ ଘରେ ରହି ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ କରିବାକୁ ଅନୁରୋଧ କରିଛନ୍ତି । ବାଗେଶ୍ୱର ଧାମରେ ଗୁରୁ ପୂର୍ଣ୍ଣିମା ମହୋତ୍ସବ ଅବସରରେ ଶ୍ରଦ୍ଧାଳୁଙ୍କ ଅତ୍ୟଧିକ ଭିଡ଼କୁ ଦୃଷ୍ଟିରେ ରଖି ପୀଠାଧୀଶ୍ୱର ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଭକ୍ତମାନଙ୍କୁ ଏହି ବିଶେଷ ନିବେଦନ କରିଛନ୍ତି ।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ବାଗେଶ୍ବର ଧାମ ପରିସରରେ ପ୍ରବଳ ବର୍ଷା ଯୋଗୁଁ ଏକ ଟେଣ୍ଟ ଭୁଶୁଡି ପଡିଥିଲା । ଫଳରେ ଏହା ତଳେ ଶୋଇଥିବା ଜଣେ ବ୍ୟକ୍ତିଙ୍କର ଜୀବନ ଚାଲିଯାଇଥିଲା । ଏହାକୁ ନେଇ ବାଗେଶ୍ବର ବାବା କହିଥିଲେ, ଟେଣ୍ଟ ପୁରୁଣା ଜାଗାରେ ଲାଗିଥିଲା, ଆଉ ବର୍ଷାରୁ ବଞ୍ଚିବା ପାଇଁ ଲୋକମାନେ ଏହା ତଳେ ଠିଆ ହୋଇଥିଲେ । ସେମାନଙ୍କ ଉପରେ ଟେଣ୍ଟ ଭୁଶୁଡି ପଡିବାରୁ ଜଣଙ୍କର ଜୀବନ ଚାଲିଯାଇଥିଲା ।
