• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପୁଣି ଇସ୍ରାଏଲର ଟାର୍ଗେଟରେ ଗାଜା, ଗାଜାରେ ୫ ଜଣ ଇସ୍ରାଏଲ ସୈନିକଙ୍କ ମୃତ

by Voice of Victims
July 8, 2025
in ଦେଶ ବିଦେଶ, ମୁଖ୍ୟ ଖବର
ପୁଣି ଇସ୍ରାଏଲର ଟାର୍ଗେଟରେ ଗାଜା, ଗାଜାରେ ୫ ଜଣ ଇସ୍ରାଏଲ ସୈନିକଙ୍କ ମୃତ

ନୂଆଦିଲ୍ଲୀ: ପୁଣି ଇସ୍ରାଏଲର ଟାର୍ଗେଟରେ ଗାଜା । ମଙ୍ଗଳବାର ଦିନ ଇସ୍ରାଏଲ ଗାଜା ଉପରେ ଆକ୍ରମଣ କରିଛି । ଗାଜାରେ ପାଟ୍ରୋଲିଂ ସମୟରେ ବିସ୍ଫୋରଣ ଘଟିବାରୁ ଇସ୍ରାଏଲର ପାଞ୍ଚ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି  । ଏହା ବ୍ୟତୀତ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଯାହାର ସୂଚନା ଇସ୍ରାଏଲୀ ସେନା ଅଧିକାରୀ ଦେଇଛନ୍ତି ।

ସୂଚନାନୁଯାୟୀ, ସୈନିକମାନେ ପାଟ୍ରୋଲିଂରେ ଥିବା ସମୟରେ ବିସ୍ଫୋରଣ ହୋଇଥିଲା । ଏହି ଆକ୍ରମଣ ଆମେରିକା ସମର୍ଥିତ ଅସ୍ତ୍ରବିରତି ପ୍ରସ୍ତାବ ଉପରେ ବିଚାର ହେଉଥିବା ସମୟରେ ହୋଇଥିଲା । ଯେଉଁଥିରେ ୫ଜଣ ଇସ୍ରାଏଲ ସୈନିକଙ୍କର ମୃତ୍ୟୁ ଘଟିଛି ।

ଅନ୍ୟପଟେ ଦୁଇ ସପ୍ତାହ ପୂର୍ବରୁ ଇସ୍ରାଏଲ କହିଥିଲା ​​ଯେ ଜଣେ ପାଲେଷ୍ଟାଇନୀ ଆକ୍ରମଣକାରୀ ସେମାନଙ୍କ ସଶସ୍ତ୍ର ଯାନରେ ଏକ ବୋମା ରଖିଥିଲା । ଯାହା ଫଳରେ ସାତ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିଲା । ଦକ୍ଷିଣ ଗାଜାର ଖାନ ୟୁନିସରେ ବିସ୍ଥାପିତ ଲୋକଙ୍କ ଶିବିରକୁ ଟାର୍ଗେଟ କରି ଏକ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ଚାରି ଜଣ ପ୍ରାଣ ହରାଇଥିଲେ ବୋଲି ହସ୍ପିଟାଲ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ଖାନ ୟୁନିସରେ ଅନ୍ୟ ଏକ ଆକ୍ରମଣରେ, ଜଣେ ମା, ବାପା ଏବଂ ସେମାନଙ୍କର ଦୁଇ ପିଲାଙ୍କ ମୃତ୍ୟୁ ହୋଇଥିଲା ।

ଏପଟେ ଆକ୍ରମଣ ଯୋଗୁଁ ଗାଜାରେ ୫୬ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଇସ୍ରାଏଲୀ ସେନାର ଆକ୍ରମଣ ପରେ ଗାଜା ସମ୍ପୂର୍ଣ୍ଣ ଧ୍ୱଂସବିଧ୍ବଂସ ହୋଇ ଯାଇଛି । ସବୁଠି କୋଠାର ଭଗ୍ନାବଶେଷ ଦେଖିବାକୁ ମଧ୍ୟ ମିଳୁଛି । ୭ ଅକ୍ଟୋବର ୨୦୨୩ରେ ଦକ୍ଷିଣ ଇସ୍ରାଏଲରେ ହମାସ ଆତଙ୍କବାଦୀ ଆକ୍ରମଣ କରିବା ପରେ ଇସ୍ରାଏଲ ଗାଜା ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରି ପ୍ରାୟ ୧୨୦୦ ଲୋକଙ୍କୁ ହତ୍ୟା କରିଥିଲେ ଏବଂ ୨୫୧ ଜଣଙ୍କୁ ବାନ୍ଧି ରଖିଥିଲେ ।

Post Views: 118
Share199Tweet124Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In