ଭୁବନେଶ୍ୱର : ଖୁବ୍ ଶୀଘ୍ର ଆରମ୍ଭ ହେବ ରତ୍ନ ଭଣ୍ଡାରର ମଣତି ଗଣତି ପ୍ରକ୍ରିୟା । ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ଅସ୍ଥାୟୀ ଟ୍ରେଜେରିରୁ ଖୁବ୍ ଶୀଘ୍ର ସିନ୍ଦୁକ ଗୁଡ଼ିକୁ ଭିତର ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର କରାଯିବ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ପତ୍ର ଲେଖା ଯାଇଛି ।

ସେମାନେ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ପଠାଇବେ । ସେମାନଙ୍କ ଉପସ୍ଥିତିରେ ରତ୍ନ ଭଣ୍ଡାର ଭିତରେ ହିଁ ମଣତି ଗଣତି ପ୍ରକ୍ରିୟା ଆଗକୁ ବଢିବ ବୋଲି ମନ୍ତ୍ରୀ କହିଛନ୍ତି ।
