ପେଶାୱର: ଉତ୍ତର-ପଶ୍ଚିମ ପାକିସ୍ତାନରେ ଘଟିଲା ଅଘଟଣ । ଦୁର୍ଘଟଣାଗ୍ରସ୍ତ ହୋଇଛି ବସ୍ । ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । କୁହାଯାଉଛି ଯେ ଏହି ଦୁର୍ଘଟଣା ଆଜି ପାକିସ୍ତାନର ଖେବର ପଖତୁନଖ୍ୱା ପ୍ରଦେଶରେ ଘଟିଛି ।
କୌଣସି କାରଣରୁ ବସ୍ ଟି ରାସ୍ତାରେ ଦୌଡ଼ୁଥିବା ସମୟରେ ହଠାତ୍ ଭାରସାମ୍ୟ ହରାଇଥିଲା । ଯାହା ଫଳରେ ଖାଲରେ ପଡ଼ିଗଲା । ଏହି ଦୁର୍ଘଟଣାରେ ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପାକିସ୍ତାନୀ ଅଧିକାରୀମାନେ କହିଛନ୍ତି ଯେ ଏହି ଘଟଣା ଖାଇବର ପଖତୁନଖ୍ୱା ପ୍ରଦେଶର କୁରମ ଜିଲ୍ଲାର ଗନ୍ଧଲ ଅଞ୍ଚଳରେ ହୋଇଛି । ସୂଚନା ମିଳିବା ମାତ୍ରେ ରିଲିଫ୍ ଏବଂ ଉଦ୍ଧାର ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଦ୍ଧାର ଦଳ କ୍ଷତିଗ୍ରସ୍ତ ବସ୍ ରୁ ମୃତ ଏବଂ ଆହତମାନଙ୍କୁ ବାହାର କରିଥିଲେ ।
ସେ କହିଛନ୍ତି ଯେ ୭ ଜଣ ଯାତ୍ରୀଙ୍କୁ ଘଟଣାସ୍ଥଳେ ମୃତ ଘୋଷଣା କରାଯାଇଥିଲା, ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ଖେବର ପଖତୁନଖ୍ୱା ମୁଖ୍ୟମନ୍ତ୍ରୀ ଅଲି ଆମିନ ଗଣ୍ଡାପୁର ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।
